ମୋଦୀ ସରକାର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ଜମା କରୁଛନ୍ତି ୭ ଲକ୍ଷ ଟଙ୍କା! ଜାଣନ୍ତୁ ଏହାର ସତ୍ୟତା

ୟୁଟ୍ୟୁବରେ (YouTube) ଭାଇରାଲ ହେଉଥିବା ଏକ ଖବରରେ ଦାବି କରାଯାଉଛି ଯେ କେନ୍ଦ୍ର ସରକାର 'ଜନ ଲକ୍ଷ୍ମୀ ଯୋଜନା' ଅଧୀନରେ ଛାତ୍ରଛାତ୍ରୀଙ୍କୁ ୭ ଲକ୍ଷ ଟଙ୍କା ଦେଉଛନ୍ତି । ଜାଣନ୍ତୁ ଏହି ଖବରରେ କେତେ ସତ୍ୟତା ଅଛି ।

ମୋଦୀ ସରକାର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ଜମା କରୁଛନ୍ତି ୭ ଲକ୍ଷ ଟଙ୍କା! ଜାଣନ୍ତୁ ଏହାର ସତ୍ୟତା
ମୋଦୀ ସରକାର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ଜମା କରୁଛନ୍ତି ୭ ଲକ୍ଷ ଟଙ୍କା!
  • News18 Odia
  • Last Updated: November 17, 2020, 10:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ୟୁଟ୍ୟୁବରେ (YouTube) ଏକ ଖବର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଓ ଯେଉଁଥିରେ ଦାବି କରାଯାଉଛି ଯେ ସରକାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ଟଙ୍କା ଡିପୋଜିଟ କରୁଛନ୍ତି । ଭାଇରାଲ ଖବରରେ କେନ୍ଦ୍ର ସରକାର ''ଜନ ଲକ୍ଷ୍ମୀ ଯୋଜନା'' ଅଧୀନରେ ଛାତ୍ରମାନଙ୍କୁ ୭ ଲକ୍ଷ ଟଙ୍କା ଦେଉଛନ୍ତି । ଯେତେବେଳେ ଏହି ଖବରର ଅନୁସନ୍ଧାନ କରାଗଲା ଏହା ସମ୍ପୂର୍ଣ୍ଣ ନକଲି ବାହାରିଲା । ସୋସିଆଲ ମିଡିଆରେ ଲୋକଙ୍କୁ ବିଭ୍ରାନ୍ତ କରିବା ଓ ପ୍ରତାରଣା କରିବା ପାଇଁ ଆଜିକାଲି ଅନେକ ଖବର ଭାଇରାଲ ହେବାରେ ଲାଗିଛି । ଏହାକୁ ଏଡାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ଲୋକଙ୍କୁ ନିରନ୍ତର ସଚେତନ କରାଉଛନ୍ତି ।

ଭାଇରାଲ ଖବରରେ ଦାବି କରାଯାଉଛି
ଏହି ଖବରରେ କୁହାଯାଇଛି ଯେ ''ଜନ ଲକ୍ଷ୍ମୀ ଯୋଜନା'' ଅଧୀନରେ କେନ୍ଦ୍ର ସରକାର ସମସ୍ତ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ଟଙ୍କା ଦେଉଛନ୍ତି । ଭାରତ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ପିବି ଫ୍ୟାକ୍ଟ ଚେକ୍ ଅନୁସନ୍ଧାନରେ ଏହା ଜାଲ୍ ଖବର ବୋଲି ଜଣା ପଡିଛି । PIB ଅନୁଯାୟୀ ଏହି ଦାବି ନକଲି ଅଟେ । ଭାରତ ସରକାର ଏପରି କୌଣସି ଘୋଷଣା କରିନାହାଁନ୍ତି କିମ୍ବା ସରକାର ଏଭଳି ଯୋଜନା ଚଳାଉ ନାହାଁନ୍ତି ।



ଏହାପୂର୍ବରୁ, 'କନ୍ୟା ସମ୍ମାନ ଯୋଜନା' ଯୋଜନା ବିଷୟରେ ଦାବି ସମ୍ପର୍କରେ ପିବି ଫ୍ୟାକ୍ଟ ଚେକ୍ ସତ କହିଥିଲା । ବାସ୍ତବରେ ଅନ୍ୟ ଏକ ୟୁଟ୍ୟୁବ୍ ଭିଡିଓରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ସମସ୍ତ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ 'କନ୍ୟା ସମ୍ମାନ ଯୋଜନା' ଅଧୀନରେ ମାସିକ ୨୫୦୦ ଟଙ୍କା ଜମା କରୁଛନ୍ତି । କିନ୍ତୁ ଏହି ଦାବି ମଧ୍ୟ ନକଲି ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଏପରି କୌଣସି ଯୋଜନା ଚାଲୁ ନାହିଁ ।

ଆପଣ ମଧ୍ୟ କରିପାରିବେ ଫ୍ୟାକ୍ଟ ଚେକ୍
ଯଦି ଆପଣଙ୍କର କୌଣସି ସରକାରୀ ଯୋଜନା କିମ୍ବା ପଲିସି ସତ୍ୟତା ଉପରେ ସନ୍ଦେହ ଅଛି । ତେବେ ଆପଣ ଏହାକୁ PIB ଫ୍ୟାକ୍ଟ ଚେକ୍ ପାଇଁ ପଠାଇ ପାରିବେ । ଆପଣ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କିମ୍ବା ମେଲ୍ ମାଧ୍ୟମରେ PIB ଫ୍ୟାକ୍ଟ ଚେକ୍ ସହିତ ଯୋଗାଯୋଗ କରିପାରିବେ । ଆପଣ ହ୍ୱାଟସ୍ ଆପ୍ ମାଧ୍ୟମରେ ୮୭୯୯୭୧୧୨୫୯ ସହିତ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ ଆପଣ ଟୁଇଟରେ@ PIBFactCheck, ଫେସବୁକରେ PIBFactCheck ଓ pibfactcheck@gmail.com ରେ ଇମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ ।
Published by: Jagdish Barik
First published: November 17, 2020, 10:30 AM IST
corona virus btn
corona virus btn
Loading