News18 Odia Digital
ନୂଆ ଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଭାରତ ସରକାରଙ୍କ ପାଇଁ ତାମିଲ ଭାଷା ସମେତ ଭାରତର ସମସ୍ତ ଭାଷା ହେଉଛି ଜାତୀୟ ଭାଷା ଓ ସରକାର କାହା ଉପରେ ଅନ୍ୟ ଭାଷା ଲଦିବାକୁ ଚାହୁଁନାହାଁନ୍ତି । କିନ୍ତୁ ପ୍ରତ୍ୟେକ ଅଞ୍ଚଳର ମାତୃଭାଷାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ଭାରତ ସରକାର ତାମିଲ ଭାଷା ଉପରେ ହିନ୍ଦୀ ଥୋପିବାର ଅଭିଯୋଗ କରିଥିଲେ ଷ୍ଟାଲିନ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କୌଣସି ରାଜନୈତିକ ଉତ୍ତର ଦେବାକୁ ଚାହାଁନ୍ତି ନାହିଁ କିମ୍ବା ସେ କୌଣସି ରାଜନୀତି କରିବାକୁ ଚାହୁଁନାହାଁନ୍ତି।ଏମ.କେ ଷ୍ଟାଲିନଙ୍କ ଉପରେ ଏକ ଜବାବ ଦେଇ ସେ କହିଛନ୍ତି ଯେ ଯେଉଁମାନେ ଏହି ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁଛନ୍ତି, ସେମାନେ ଏପରି କରିବା ଉଚିତ୍।
ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଉପସ୍ଥିତିରେ ଚେନ୍ନାଇରେ ଏକ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସମସ୍ତ ଭାରତୀୟ ଭାଷା ହେଉଛି ଭାରତର ଜାତୀୟ ଭାଷା। ତାମିଲ ଭାଷା ମଧ୍ୟ ଆମ ପାଇଁ ଜାତୀୟ ଭାଷା। ନୂତନ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଅନ୍ୟ ଭାଷା ଉପରେ କୌଣସି ଭାଷା ଲାଗୁ କରାଯିବ ନାହିଁ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ।
ନିକଟରେ ମଧ୍ୟପ୍ରଦେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଡାକ୍ତରୀ ସାଇନ୍ସର ହିନ୍ଦୀ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଆଠଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ ବୋଲି ସେ କହିଥଲେ। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ ଚାଲିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।