ମାଗଣା ରାସନ ସ୍କିମର ଅବଧି ବଢ଼ାଇବେ କେନ୍ଦ୍ର ସରକାର!

ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ କରିପାରନ୍ତି କେନ୍ଦ୍ର ସରକାର। ଏହି ଯୋଜନାର ଅବଧି ୩୦ ସେପ୍ଟେମ୍ବରରେ ଶେଷ ହେବ।

Pm ମୋଦି (ପ୍ରତୀକାତ୍ମକ ଛବି)

Pm ମୋଦି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୮୦ କୋଟି ଲୋକଙ୍କ ପାଇଁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ସରକାର ୩୦ ସେପ୍ଟେମ୍ବରରୁ ଗରିବ ଲୋକଙ୍କୁ ମାଗଣା ରାସନ ଦେବା ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ କରିପାରନ୍ତି।

ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ୨୦୨୦ ରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ପ୍ରତି ମାସରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯାଉଛି।

କୋଭିଡ -19 ମହାମାରୀ ହେତୁ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା।

ଏହି ଯୋଜନା ଅଧୀନରେ ଦିଆଯାଉଥିବା ଖାଦ୍ୟ ଶସ୍ୟ NFSA ଅଧୀନରେ ଥିବା ସାଧାରଣ ଆବଣ୍ଟନ ଠାରୁ ଅଧିକ। ବର୍ତ୍ତମାନ ପର୍ଯ୍ୟନ୍ତ ମୋଦି ସରକାର ଏହି ଯୋଜନାକୁ ଅନେକ ଥର ସମ୍ପ୍ରସାରଣ କରିଛନ୍ତି। ଏହି ଯୋଜନା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ଅଟେ।

ମାର୍ଚ୍ଚ ୨୦୨୨ ରେ, ସରକାର PMGKAY ଯୋଜନାକୁ ଆଉ ଛଅ ମାସ ଅର୍ଥାତ୍ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ଏହି ଯୋଜନାରେ ପ୍ରାୟ ୨.୬୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଓ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଆଉ ୮୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। PMGKAY ଅଧୀନରେ ସରକାର ୩.୪୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସୂତ୍ର ଅନୁଯାୟୀ ଏହି ଯୋଜନା ଆହୁରି ଆଗକୁ ମଧ୍ୟ ଜାରି ରହିବ। ସରକାର ମଧ୍ୟ ଖୁବ ଶୀଘ୍ର ଏକ ନିଷ୍ପତ୍ତି ନେବେ। ଏହା ମଧ୍ୟ ଖୁବ ଶୀଘ୍ର କେନ୍ଦ୍ର କ୍ୟାବିନେଟ ଦ୍ୱାରା ପାରିତ ହେବାର ସମ୍ଭାବନା ରହିଛି। ଏହି ଯୋଜନାର ଅବଧି ୩୦ ସେପ୍ଟେମ୍ବରରେ ଶେଷ ହେବ।
Published by:Soumya Das
First published: