କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସୁଧ ଉପରେ ମିଳିବ ୧.୫% ରିହାତି

କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସ୍ୱଳ୍ପ ସମୟ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା କୃଷକମାନେ ସୁଧରେ ୧.୫ ପ୍ରତିଶତ ରିହାତି ପାଇବେ।

ଚାଷୀଙ୍କୁ ମିଳିବ କମ ସୁଧରେ ଋଣ (ପ୍ରତୀକାତ୍ମକ ଛବି)

ଚାଷୀଙ୍କୁ ମିଳିବ କମ ସୁଧରେ ଋଣ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସ୍ୱଳ୍ପ ମିଆଦି ଋଣ ଠିକ୍ ସମୟରେ ପରିଶୋଧ କରୁଥିବା ଚାଷୀଙ୍କ ପାଇଁ କ୍ୟାବିନେଟ୍ ସୁଧ ସବଭେନ୍ସନ୍ ସ୍କିମ୍ (Interest Subvention Scheme) ଜାରି କରିଛି। ଏଭଳି ପରିସ୍ଥିତିରେ ସ୍ୱଳ୍ପ ସମୟ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା କୃଷକମାନେ ସୁଧରେ ୧.୫ ପ୍ରତିଶତ ରିହାତି ପାଇବେ।

ଏଥିପାଇଁ ସରକାର ବଜେଟରେ ୩୪,୮୪୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସୁଧ ପରିଶୋଧ  କରୁଥିବା କୃଷକଙ୍କୁ ଦେଢ଼ ପ୍ରତିଶତ ରିହାତି ମିଳିବ ।

ସବଭେନ୍ସନ୍ ସ୍କିମ୍ କ’ଣ?

ସମବାୟ ସମିତି ଓ ବ୍ୟାଙ୍କ ମାଧ୍ୟମରେ କୃଷକମାନଙ୍କୁ ସରକାରଙ୍କଠାରୁ ସ୍ୱଳ୍ପ ସୁଧ ହାରରେ ସ୍ୱଳ୍ପ ଓ ଦୀର୍ଘ ମିଆଦି ଋଣ ଦିଆଯାଏ। ଅନେକ କୃଷକ ଏହି ଋଣକୁ ଠିକ୍ ସମୟରେ ପରିଶୋଧ କରନ୍ତି ଓ ଅନେକ କୃଷକ କୌଣସି କାରଣରୁ ଠିକ୍ ସମୟରେ ଋଣ ପରିଶୋଧ କରିବାରେ ଅସମର୍ଥ ହୁଅନ୍ତି। ଏଭଳି ପରିସ୍ଥିତିରେ କେବଳ ଯେଉଁ କୃଷକମାନେ ଠିକ୍ ସମୟରେ ଋଣ ପରିଶୋଧ କରୁଛନ୍ତି, ସେମାନେ କେବଳ ସୁଧ ସବଭେନ୍ସନ୍ ସ୍କିମର ଲାଭ ପାଇବେ।

ବର୍ତ୍ତମାନ ସରକାର କିସାନ କ୍ରେଡିଟ କାର୍ଡ ଅଧୀନରେ ସ୍ୱଳ୍ପ ସୁଧ ହାରରେ ଋଣ ପ୍ରଦାନ କରୁଛନ୍ତି।  ଯେଉଁ କୃଷକମାନଙ୍କର କ୍ରେଡିଟ୍ କାର୍ଡ ନାହିଁ ସେମାନେ ସେମାନଙ୍କର ବ୍ଲକ ଅଞ୍ଚଳକୁ ଯାଇ କିସାନ୍ କ୍ରେଡିଟ୍ କାର୍ଡ (କେସିସି) ତିଆରି କରିପାରିବେ। ଯଦି ଜଣେ କୃଷକ କିସାନ୍ କ୍ରେଡିଟ୍ କାର୍ଡ ମାଧ୍ୟମରେ ଋଣ ନେଇଥାଏ, ତେବେ ସେ ୪% ସୁଧରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଥାଏ। କେବଳ ଏତିକି ନୁହେଁ କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ପିଏମ କିସାନ ସମ୍ମାନ ନିଧିର ସୁବିଧା ମଧ୍ୟ ଉପଲବ୍ଧ।
Published by:Soumya Das
First published: