ପୁଣି Bollywood! ମଡେଲ୍‌ ପଉଲା ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଲେ

ପଉଲା କହିଛନ୍ତି ଯେ ସାଜିଦ ଏ ପର୍ଯ୍ୟନ୍ତ କେତେ ଜଣ ଯୁବତୀଙ୍କ ସହ ଏମିତି କରିଛନ୍ତି ତାହା ସେ ଜାଣନ୍ତି ନାହିଁ, କିନ୍ତୁ ସେ ନିଶ୍ଚିତ ଯେ ଅନେକ ଯୁବତୀ ତାଙ୍କ ଭୁଲ ଉଦ୍ଦେଶ୍ୟର ଶିକାର ହୋଇଛନ୍ତି ।

ପୁଣି Bollywood! ମଡେଲ୍‌ ପଉଲା ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଲେ
ମଡେଲ୍ ପଉଲା ଓ (ଡାହାଣ) ସାଜିଦ ଖାନ
  • News18 Odia
  • Last Updated: September 11, 2020, 7:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ୨୦୧୮ରେ ଚାଲିଥିବା #MeToo ଆନ୍ଦୋଳନ ସମୟରେ ସାଜିଦ ଖାନଙ୍କ (Sajid Khan) ବିରୋଧରେ ଜଣେ କିମ୍ବା ଦୁଇ ଜଣ ନୁହେଁ, ବରଂ ତିନି ଜଣ ମହିଳା ଯୌନ ଶୋଷଣ ଅଭିଯୋଗ କରିଥିଲେ  (Sexual Harassment Allegations on Sajid Khan) ।

ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣ ଅଭିନେତ୍ରୀ ସାଜିଦ ଖାନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ଏହାର ଫଳ ସ୍ୱରୂପ ସାଜିଦ ଖାନଙ୍କୁ ହାତରୁ ‘ହାଉସଫୁଲ ୪’ (Houseful 4) ଫିଲ୍ମର ନିର୍ଦ୍ଦେଶକ ପଦ ଚାଲିଯାଇଥିଲା ।

ସେହି ଅଭିଯୋଗଗୁଡ଼ିକ ଆସିବା ପର ଠାରୁ ସାଜିଦ ଖାନ ଗଣମାଧ୍ୟମ ଠାରୁ ଦୂରତା ରଖୁଛନ୍ତି । କିନ୍ତୁ ଏବେ ପୁଣି ଥରେ ସାଜିଦ ଖାନ କିଛି ସମାନ ଅଭିଯୋଗ ଯୋଗୁଁ ଖବରରେ ଅଛନ୍ତି । ସାଜିଦ ଖାନଙ୍କ ଉପରେ ମଡେଲ ପଉଲା (Paulaa) ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।








View this post on Instagram





🙏🏼 Before democracy dies and there is no freedom of speech anymore I thought I should speak !


A post shared by Dimple paul (@paulaa__official) on






ପଉଲା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ସାଜିଦ ଖାନଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ପଉଲା ନିଜ ପୋଷ୍ଟରେ ଲେଖିଛନ୍ତି, ‘‘#MeToo ଆନ୍ଦୋଳନ ସମୟରେ ଅନେକ ଅଭିନେତ୍ରୀ ସାଜିଦ ଖାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, କିନ୍ତୁ ମୁଁ ଚୁପ୍ ରହିଥିଲି । କାରଣ ମୁଁ ସେହି ସବୁ ଅଭିନେତ୍ରୀଙ୍କ ପରି ଥିଲି ଯେଉଁମାନଙ୍କର ଇଣ୍ଡଷ୍ଟ୍ରିରେ ଗଡଫାଦର ନାହାଁନ୍ତି ଓ ଯେଉଁମାନଙ୍କୁ ନିଜ ପରିବାର ପାଇଁ ରୋଜଗାର କରିବାକୁ ପଡ଼େ । ସେମାନଙ୍କୁ ଚୁପ୍ ରହିବାକୁ ପଡିବ । ମୁଁ ମଧ୍ୟ ଚୁପ୍ ରହିଥିଲି।’’

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ | Sushant Case: ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ଜାମିନ ମିଳିଲା ନାହିଁ; ଜାଣନ୍ତୁ ୧୦ଟି ମୁଖ୍ୟ କଥା

ପଉଲାଙ୍କ ଅନୁଯାୟୀ ସେ ବର୍ତ୍ତମାନ ଏସବୁ କହୁଛନ୍ତି କାରଣ ତାଙ୍କ ପିତାମାତା ଆଉ ତାଙ୍କ ସହ ନାହାଁନ୍ତି । ପଉଲା ସାଜିଦ ଖାନଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା, ସାଜିଦ ଖାନ ତାଙ୍କୁ ଭୁଲ ଉପାୟରେ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ ।



ପଉଲାଙ୍କ ଅନୁଯାୟୀ ସାଜିଦ ଖାନ ତାଙ୍କୁ ‘ହାଉସଫୁଲ’ ଫିଲ୍ମରେ ଏକ ଭୂମିକା ଦେବା ନାଁରେ ଡାକି ପୋଷାକ ଖୋଲିଦେବାକୁ କହିଥିଲେ । ପଉଲା କହିଛନ୍ତି ଯେ ସାଜିଦ ଓ ପର୍ଯ୍ୟନ୍ତ କେତେ ଜଣ ଯୁବତୀଙ୍କ ସହ ଏମିତି କରିଛନ୍ତି ତାହା ସେ ଜାଣନ୍ତି ନାହିଁ, କିନ୍ତୁ ସେ ନିଶ୍ଚିତ ଯେ ଅନେକ ଯୁବତୀ ତାଙ୍କ ଭୁଲ ଉଦ୍ଦେଶ୍ୟର ଶିକାର ହୋଇଛନ୍ତି ।
Published by: Anand Shankar Thankur Das
First published: September 11, 2020, 7:46 PM IST
corona virus btn
corona virus btn
Loading