News 18 Odia Digital
Mermaid: ବାଲ୍ୟକାଳରେ, ଆପଣ ନିଶ୍ଚିତ ଭାବରେ ଜଳପରିଙ୍କର ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଆପଣ ଦେଖିଛନ୍ତି କି ବାସ୍ତବ ଜୀବନରେ କାହାକୁ ଜଳପରି ହେବାର ? ବୋଧହୁଏ ନା , ଏହା କୌଣସି ସ୍ୱପ୍ନ ସାକାର ହେବା ପରି । ଆଉ ଯଦି ଜଳପରି ହେବା ପାଇଁ ଢେରସାରା ଟଙ୍କା ମିଳେ, ତେବେ ଏହା ସୋନେ ପେ ସୁହାଗା ଭଳି । ଆମେରିକାରେ ଏପରି ଜଣେ ମହିଳା ଅଛନ୍ତି ଯିଏ କି ଜଳପରି ହେବା ପାଇଁ ପ୍ରତି ମାସରେ ୬ ଲକ୍ଷ ଟଙ୍କା ପାଆନ୍ତି । ସେ ହେଉଛନ୍ତି - ଏମିଲି ଆଲେକଜେନ୍ଦ୍ରା ଗୁଗ୍ଲିଲ୍ମୋ

୩୨ ବର୍ଷୀୟ ଆଲେକଜେନ୍ଦ୍ରା ଗୁଗ୍ଲିଲ୍ମୋ ଫ୍ଲୋରିଡାରେ ରୁହନ୍ତି । ଶିଶୁ ପାର୍ଟି ଏବଂ ପଞ୍ଚ ତାରକା ଇଭେଣ୍ଟ ପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଏ । ସେ ଅନେକ ବିଜ୍ଞାପନରେ କାମ କରିଛନ୍ତି । ଏହା ବ୍ୟତୀତ ସେ ପ୍ଲେ-ୱାଁଏ ଶୋ’ରେ ମଧ୍ୟ ଆସନ୍ତି । ଏହା ସହିତ ଇନଷ୍ଟାଗ୍ରାମ ଏବଂ ଟିକଟୋକରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି ।

ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ଏବଂ ଫଟୋ ପୋଷ୍ଟ କରିବା ପାଇଁ ସୁଇମିଂ ପୁଲରେ ଦିନ ବିତାଉଛନ୍ତି । ଅବଶ୍ୟ, ମଡେଲ୍ ସ୍ବୀକାର କରନ୍ତି ଯେ ତାଙ୍କ ବୃତ୍ତିରେ ଏକ ଯୌନ ପାର୍ଶ୍ୱ ମଧ୍ୟ ଅଛି - ଲୋକମାନେ ତାଙ୍କୁ ଟପଲେସ୍ ପୋଜ୍ ଦେବାକୁ ମଧ୍ୟ କୁହନ୍ତି ।

ବ୍ରିଟିଶ ଖବରକାଗଜ ଦି ମିରର୍ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି, 'ଜଣେ ଜଳପରି ହେବା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ମୋର ପିଲାଦିନର ସ୍ୱପ୍ନ ଥିଲା । ବର୍ତ୍ତମାନ ମୁଁ ଅନ୍ୟ ପିଲାମାନଙ୍କର ସ୍ୱପ୍ନ ପୂରଣ କରୁଛି ।
ଆଲେକଜେନ୍ଦ୍ରା ଗୁଗ୍ଲିଲ୍ମୋ କହିଛନ୍ତି ଯେ ଏଥିପାଇଁ ତାଙ୍କୁ ବହୁତ ଦରମା ମିଳିଥାଏ । ସେ କହିଛନ୍ତି, 'ମୁଁ ୨୨ ବର୍ଷ ବୟସରେ ଫଟୋସୁଟ ପାଇଁ ଜଳପରି ହେବାକୁ ନିଷ୍ପତ୍ତି ନେଇଥିଲି । ଏଥିପାଇଁ ମୁଁ ପ୍ରାୟ ସାଢେ଼ ତିନି ହଜାର ଟଙ୍କା ପାଇଥିଲି । ମୁଁ ଜାଣି ନଥିଲି ଏହା କେତେ ଆକର୍ଷଣୀୟ ହେବ ଓ ଲୋକମାନେ ମୋ ପାଖକୁ ଆସି ସେମାନଙ୍କ ଇଭେଣ୍ଟ ଏବଂ ପାର୍ଟି ପାଇଁ ମୋତେ ନିଯୁକ୍ତି ଦେବା ଆରମ୍ଭ କଲେ ।

ପିଲାଦିନର ସ୍ୱପ୍ନକୁ କ୍ୟାରିୟରରେ ପରିଣତ କରି ଏମିଲିଙ୍କୁ 'ଆମେରିକୀୟ ମରମେଡ୍' ନାମରେ ପୁରା ଆମେରିକାରେ ସୁଇମିଂ ପୁଲ୍ ସୋ ଏବଂ ଅଣ୍ଡର ୱାଟର ପ୍ରଦର୍ଶନ ଓ ଇଭେଣ୍ଟ ପାଇଁ ବୁକ୍ କରାଯାଇଥାଏ ।

ଏମିଲିଙ୍କ ପ୍ରେମିକ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି । ସେ ଦାବି କରିଛନ୍ତି ଯେ ଯେତେବେଳେ ପୁରୁଷମାନେ ତାଙ୍କ ସଂସ୍ପର୍ଶରେ ଆସନ୍ତି, ସେତେବେଳେ ସେ ସେକ୍ସି ଫଟୋ ଏବଂ ଭିଡିଓ ପାଇଁ ପୋଜ୍ ଦେବାକୁ କୁହନ୍ତି । ସେ ଅନେକ ବିଜ୍ଞାପନରେ କାମ କରିଛନ୍ତି । ଏହା ବ୍ୟତୀତ ସେ ପ୍ଲେୱାଁଏ ଟିଭିରେ ମଧ୍ୟ ଅଭିନୟ କରନ୍ତି ଓ ମ୍ୟାଜିକ୍ ମାଇକ୍ ଏବଂ ସ୍ପ୍ରିଙ୍ଗ ବ୍ରେକର୍ସ ଭଳି ବଡ ହଲିଉଡ ଫିଲ୍ମରେ କାମ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।