News18 Odia Digital
ନୂଆ ଦିଲ୍ଲୀ: ଜି.ଏସ୍.ଟି. ପରିଷଦ ପୁରୁଣା ଶୁଳ୍କର ସଂଶୋଧନ କରିବା ପରେ ମୋବାଇଲ୍ ଫୋନଗୁଡ଼ିକ ଉପରେ ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ୧୨ ପ୍ରତିଶତ ପରିବର୍ତ୍ତେ ୧୭ ପ୍ରତିଶତ ଲାଗୁ ହେବ, ଫଳରେ ମୋବାଇଲ୍ ଫୋନଗୁଡ଼ିକର ଦାମ୍ ବୃଦ୍ଧିପାଇବ ।
ହେଲେ ଜି.ଏସ୍.ଟି. ପରିଷଦ ସାର, ମାନବ ନିର୍ମିତ ସୂତା, ଫାଇବର ଏବଂ ଜୋତା ଉପରେ ଲାଗୁଥିବା ଜିଏସଟି ଉପରେ ହେବାକୁ ଥିବା ଆଲୋଚନାକୁ ପରବର୍ତ୍ତୀ ସଭାକୁ ଘୁଞ୍ଚାଇ ଦେଇଛି ।
‘‘ମୋବାଇଲ୍ ଫୋନ୍ ଓ ନିର୍ଦ୍ଦିଷ୍ଟ ପାର୍ଟ୍ସ ଉପରେ ୧୨ ପ୍ରତିଶତ ବଦଳରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ଅନ୍ୟ ସମସ୍ତ ଆଇଟମ୍, ଯଦି ଟିକସ ହାରର ପରିବର୍ତ୍ତନର ଆବଶ୍ୟକତା ଅଛି ତେବେ ଆମେ ଭବିଷ୍ୟତରେ ଏହାର ପରିବର୍ତ୍ତନ କରିବୁ । ଏହା ଉପରେ ପରବର୍ତ୍ତୀ ସମୟରେ ସମୀକ୍ଷା ହୋଇପାରେ,’’ ଶନିବାର ୩୯ତମ ଜି.ଏସ୍.ଟି. ପରିଷଦ ବୈଠକ ଶେଷ ହେବା ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଭାରତରେ ମୋବାଇଲ ଫୋନର ରକ୍ଷଣାବେକ୍ଷଣ, ମରାମତି ଓ ମରାମତି ସେବା ପ୍ରଦାନକାରୀଙ୍କ ପାଇଁ ଜି.ଏସ୍.ଟି. ବର୍ତ୍ତମାନ ୧୮% ରୁ ୫% କୁ ହ୍ରାସ କରାଯାଇଛି, ଯେଉଁଥିରେ ସମ୍ପୂର୍ଣ୍ଣ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଉପଲବ୍ଧ ଅଛି । ‘‘ଏହା ଦେଶରେ ଏମ୍.ଆର୍.ଓ. ସେବା ସ୍ଥାପନ କରିବାରେ ସହାୟକ ହେବ,’’ ଅର୍ଥମନ୍ତ୍ରୀ କହିଛନ୍ତି। ହାତତିଆରି ଓ ମେସିନ୍ ନିର୍ମିତ ଦିଆସିଲି କାଠି ଉପରେ ଜି.ଏସ୍.ଟି. ହାର ୫% ରୁ ୧୮% ରହିଥିବା ବେଳେ ଏହାକୁ ୧୨ ପ୍ରତିଶତ କରାଯାଇଛି ।
‘‘ମୋବାଇଲ ଫୋନରେ ଜିଏସ୍ଟି ହାର ୧୮% କୁ ବୃଦ୍ଧି ସଂଶୋଧନ କରିବା ଦ୍ବାରା ମୋବାଇଲର ମୂଲ୍ୟ ବୃଦ୍ଧି ହୋଇପାରେ,’’ ପିଡବ୍ଲୁ୍ୟସି ଇଣ୍ଡିଆର ଅଧିକାରୀ ପ୍ରତୀକ ଜୈନ ‘ଦ ଇକୋନୋମିକସ୍ ଟାଇମସ୍’ ଖବରକାଗଜକୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ଶୀଘ୍ର ଫେରସ୍ତ ପ୍ରଦାନ କରିବାର ଏକ ବିକଳ୍ପର (ଇନପୁଟ୍ ସେବାଗୁଡିକ ସହିତ ଯାହା ବର୍ତ୍ତମାନ ଅନୁମତିପ୍ରାପ୍ତ ନୁହେଁ) ଅନୁସନ୍ଧାନ କରାଯାଇପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।