ଫ୍ରି ଫାୟାର ଗେମ୍ ଖେଳିବା ବେଳେ ଫାଟିଗଲା ମୋବାଇଲ; ଅଳ୍ପକେ ବର୍ତ୍ତିଲେ ଯୁବକ
- News18 Odia
- Last Updated :
News 18 Odia Digital
ସୁବର୍ଣ୍ଣପୁର : ଗେମ୍ ଖେଳୁଥିବା ସମୟରେ ଫାଟିଗଲା ମୋବାଇଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଞ୍ଚାୟତ କେନପାଲି ଗାଁରେ ଏହି ଘଟଣା ଘଟିଛି । ଗାଁର ୨୨ ବର୍ଷୀୟ ଯୁବକ ପୁରୁଣ ଜାଲ ମୋବାଇଲକୁ ତଳେ ରଖି ଫ୍ରି’ ଫାୟାର ଗେମ୍ ଖେଳୁଥିଲେ । ହଠାତ୍ ମୋବାଇଲଟି ବ୍ଲାଷ୍ଟ ଯାଇଥିଲା । ତେବେ ଯୁବକ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ।
ଅନେକ ସମୟରେ ଆମେ ଦେଖିଛେ ମୋବାଇଲ ଚାର୍ଜରରେ ଥିବା ସମୟରେ ଫାଟିଯାଇଥାଏ । କିନ୍ତୁ ଏଭଳି ଘଟଣା ବହୁତ୍ କମ ଦେଖିବାକୁ ମିଳେ । ପ୍ରକୃତରେ କଥା ହେଉଛି, ମୋବାଇଲରେ ଅତ୍ୟଧିକ ସମୟ ପର୍ଯ୍ୟନ୍ତ ଗେମ୍ ଖେଳିଲେ କିମ୍ବା ଚାର୍ଜରରେ ରଖି ବ୍ୟବହାର କଲେ ଗରମ ହୋଇଯାଏ । ଆଉ ଯାହା ଫଳରେ ହିଟ୍ ନେଇନପାରି ଫାଟି ଯାଇଥାଏ ।
ବର୍ତ୍ତମାନ ଯୁବପିଢୀ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି । ଏହି ସବୁ ଘଟଣା ଗୁଡ଼ିକୁ ଦେଖି ସମସ୍ତେ ଏଥିପ୍ରତି ସଚେତନ ହେବା ଉଚିତ୍ । ଅତ୍ୟଧିକ ବ୍ୟବହାର ଦ୍ଵାରା ମୋବାଇଲ ଯଦି ହିଟ୍ ହୋଇଯାଉଛି ତେବେ କିଛି ସମୟ କୁଲ କରିବା ପାଇଁ ଛାଡ଼ି ଦିଅନ୍ତୁ, ତେବେ ଯାଇ ବ୍ଲାଷ୍ଟର ଭୟ ରହିବନି । ପୂର୍ବରୁ ସତର୍କ ରହି ବିପଦକୁ ଏଡାଇବାକୁ ଚେଷ୍ଟା କରନ୍ତୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।