News18 Odia Digital
MMS ତିଆରି କରିବା ଅଭିଯୋଗରେ ମୋହାଲିର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ରାତି ୨ଟାରୁ ଆରମ୍ଭ ହୋଇଥିବା ପ୍ରତିବାଦ ସକାଳ ପର୍ଯ୍ୟନ୍ତ ଜାରି ରହିଛି। ଗାଧୋଇବା ସମୟରେ ୫-୬ ଝିଅଙ୍କ ଭିଡ଼ିଓ ତିଆରି କରି ଜଣେ ଛାତ୍ରୀ ପୁଅମାନଙ୍କ ପାଖକୁ ପଠାଉଥିବାର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ କରିଥିଲେ। ଏହା ପରେ MMS ତିଆରି କରିଥିବା ଝିଅକୁ ପୋଲିସକୁ ହସ୍ତାନ୍ତର କରାଯାଇଛି।
ପୋଲିସ ମଧ୍ୟ ଏହି ଝିଅ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଛି। କୁହାଯାଉଛି ଯେ ଏହି ଝିଅଟି ଅନ୍ୟ ଝିଅମାନଙ୍କର ଦୀର୍ଘ ସମୟ ଧରି ଗାଧୋଇବାର ଏକ ଭିଡିଓ ତିଆରି କରୁଥିଲା ଓ ପରିଚିତ ଯୁବକଙ୍କୁ ପଠାଉଥିଲା। ସେହି ଯୁବକ ଜଣଙ୍କ ଭିଡିଓଗୁଡ଼ିକୁ ଇଣ୍ଟରନେଟରେ ରଖିଥିଲେ ଯାହା ଭାଇରାଲ ହୋଇଥିଲା। ଯେତେବେଳେ ଝିଅମାନେ ଇଣ୍ଟରନେଟରେ ସେମାନଙ୍କର ଭିଡିଓ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏଥି ସହିତ ବିଶ୍ୱବିଦ୍ୟାଳୟ ପରିଚାଳନା କମିଟି ଏହି ମାମଲାକୁ ଚାପି ଦେଉଥିଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ କହିଛନ୍ତି ଯେ ସେମାନେ ମ୍ୟାନେଜମେଣ୍ଟରେ ଏ ବିଷୟରେ ଅଭିଯୋଗ କରିଥିଲେ ମଧ୍ୟ କମିଟି ଏ ବାବଦରେ କୌଣସି ପଦକ୍ଷେପ ନେଇନଥିଲେ। ଏଥିରେ ରାଗିଯାଇ ଛାତ୍ରୀମାନେ ଗତକାଲି ରାତିରେ ବିଶ୍ୱବିଦ୍ୟାଳୟକୁ ଘେରିଥିଲେ ଓ ସ୍ଲୋଗାନ ଦେଇଥିଲେ। ଏହି ଉତ୍ତେଜନା ଦେଖି ପୋଲିସକୁ ସୂଚନା ଦିଆଯାଇଥିଲା।
ଉତ୍ତେଜନା ଏତେ ବଢିଗଲା ଯେ ସୁରକ୍ଷାକର୍ମୀ ମୁଖ୍ୟ ଫାଟକ ବନ୍ଦ କରି ପୋଲିସ ଫୋର୍ସକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏଥିରେ କ୍ରୋଧିତ ଛାତ୍ରଛାତ୍ରୀମାନେ ପୋଲିସର PCR ଭ୍ୟାନକୁ ଓଲଟାଇ ଦେଇଥିଲେ ଓ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଝିଅକୁ ଗିରଫ କରିଛି। ଇଣ୍ଟରନେଟରୁ ସେହି ଭିଡିଓ ହଟାଇବା ପାଇଁ ପଞ୍ଜାବ ସରକାର ଓ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓ ସାଇବର ସେଲର ସହାୟତା ନିଆଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।