ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ଖୁଲାସା: ୩୮ ଜଣ ଟିଏମସି ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି

ମମତା ବାନାର୍ଜୀଙ୍କ ଟିଏମସି ଦଳର ୩୮ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ବିଧାୟକ ଅଛନ୍ତି, ଯେଉଁମାନେ ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରୁଛନ୍ତି ବୋଲି କହିଛନ୍ତି ମିଥୁନ ।

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଖୁଲାସା:

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଖୁଲାସା:

  • Share this:
News 18 Odia Digital

କୋଲକାତା: ମିଥୁନ ଚକ୍ରବର୍ତ୍ତୀଙ୍କ ଏକ ବଡ଼ ଖୁଲାସା ପରେ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ଆଲୋଚନା ସୃଷ୍ଟି କରିଛି। ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ଭଳି ରାଜନୈତିକ ପରିବର୍ତ୍ତନ ହୋଇପାରେ ବୋଲି ସେ ସୂଚିତ କରିଛନ୍ତି। ସେ ଦାବି କରିଛନ୍ତି ଯେ ମମତା ବାନାର୍ଜୀଙ୍କ ଟିଏମସି ଦଳର ୩୮ ଜଣ ବିଧାୟକ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ବିଧାୟକ ଅଛନ୍ତି, ଯେଉଁମାନେ ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରୁଛନ୍ତି।

ଯେତେବେଳେ ମିଥୁନଙ୍କୁ ଏ ବିଷୟରେ ଅଧିକ ସୂଚନା ପଚରାଯାଇଥିଲା, ସେ କହିଥିଲେ ଯେ ଫିଲ୍ମ ପୂର୍ବରୁ ସଙ୍ଗୀତ ଏବଂ ପରେ ଟ୍ରେଲର ରିଲିଜ ହୁଏ। ସଙ୍ଗୀତ ବର୍ତ୍ତମାନ ରିଲିଜ୍ ହୋଇଛି। ବର୍ତ୍ତମାନ ଟ୍ରେଲରକୁ ଅପେକ୍ଷା କରନ୍ତୁ। ମିଥୁନ ଆହୁରି କହିଛନ୍ତି ଯେ ବିଜେପିକୁ ମୁସଲମାନମାନଙ୍କ ବିରୋଧୀ କୁହାଯାଏ। କିନ୍ତୁ ଏହା କାହିଁକି? ସେ କହିଛନ୍ତି ଯେ ଭାରତର ତିନି ବଡ କଳାକାର ସଲମାନ ଖାନ, ଶାହାରୁଖ ଖାନ ଓ ଆମୀର ଖାନ ହେଉଛନ୍ତି ମୁସଲମାନ। ଏହା କିପରି ସମ୍ଭବ ହେଲା? ମିଥୁନ କହିଛନ୍ତି, '୧୮ ଟି ରାଜ୍ୟରେ ବିଜେପି ସରକାର ଅଛି। ଯଦି ବିଜେପି ସେମାନଙ୍କୁ ଘୃଣା କରେ ଓ ହିନ୍ଦୁମାନେ ସେମାନଙ୍କୁ ଭଲ ପାଆନ୍ତି ନାହିଁ, ତେବେ ଏହି ତିନୋଟି ଷ୍ଟାରଙ୍କ ଚଳଚ୍ଚିତ୍ର କିପରି ଏହି ରାଜ୍ୟ ରେ ବଡ଼ କଲେକ୍ସନ କରେ କିପରି? ମିଥୁନ ଆହୁରି କହିଛନ୍ତି ଯେ ମୁଁ ଯେଉଁଠାରେ ଅଛି ସେଠାରେ ପହଞ୍ଚି ପାରିଛି କାରଣ ହିନ୍ଦୁ, ମୁସଲମାନ, ଶିଖ ସମସ୍ତେ ମତେ ଭଲ ପାଆନ୍ତି।

ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ବଙ୍ଗଳାରେ ହେଇଥିବା ଇଡି କାର୍ଯ୍ୟ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଯଦି କୌଣସି ପ୍ରମାଣ ନାହିଁ ତେବେ ଭୟ କରିବାର କିଛି ନାହିଁ। ଯଦି କେହି ଭୁଲ କରିଛନ୍ତି ତେବେ କୌଣସି ଶକ୍ତି ତାଙ୍କୁ ରକ୍ଷା କରିପାରିବ ନାହିଁ ।
Published by:Soumyashree Mishra
First published: