ରୂପା ଗାଙ୍ଗୁଲି ଓ ମିଥୁନ ଚକ୍ରବର୍ତ୍ତୀ (ଫଟୋ ସୌଜନ୍ଯ: ଜୀ ମିଡି଼ଆ)
News18 Odia Digital
ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମିଥୁନ ବିଜେପିର ଷ୍ଟାର ପ୍ରଚାରକ ଥିଲେ। କିନ୍ତୁ ସେ ବେଠାରୁ ସେ ରାଜନୀତିରେ ସକ୍ରିୟ ନଥିଲେ। ମିଥୁନଙ୍କ ଏପରି ଭାଜପା କାର୍ଯ୍ୟାଳୟରେ ପହଞ୍ଚିବା ଖବର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଥୁନ ଏଥର ପଶ୍ଚିମବଙ୍ଗରୁ ବିଜେପିର ରାଜ୍ୟସଭା ସାଂସଦ ହୋଇପାରନ୍ତି। ସେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀଙ୍କ ସ୍ଥାନ ନେବେ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ନିକଟରେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଓ ସପନ ଦାଶଗୁପ୍ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ସେହି ସ୍ଥାନ ଏବେ ପୂରା କରିବାକୁ ବିଜେପି ୨ ଜଣ ନୂଆ ସାଂସଦଙ୍କୁ ରାଜ୍ୟସଭା ପଠାଇବ। ତେବେ ମିଥୁନଙ୍କୁ ରୂପାଙ୍କ ସ୍ଥାନରେ ଦଳ ବାଛିବ ବୋଲି ଚର୍ଚ୍ଚା ହେଉଛି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ରାଜ୍ୟସଭାରେ ଖାଲି ପଡ଼ିଥିବା ବିଜେପି ପଦକୁ ପୂରା କରିବାକୁ ଚାହୁଁଛି କେନ୍ଦ୍ର।
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିର ୨ଟି ଭୋଟ ବି ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ପଶ୍ଚିମବଙ୍ଗର ୨ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଯେଉଁ ୨ଟି ଆସନ ଖାଲି ପଡ଼ିଛି ତାହା କେବଳ ପଶ୍ଚିମବଙ୍ଗରୁ ହିଁ ପୂରା କରାଯିବ ବୋଲି ସୂତ୍ରରୁ ପ୍ରକାଶ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।