ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ଦାବି: ଏବେ ୨୧ ନୁହଁ ୩୮ଜଣ TMC ବିଧାୟକ ମୋ ସମ୍ପର୍କରେ ଅଛନ୍ତି

୨୧ ନୁହେଁ ଏବେ ୩୮ଜଣ ଟିଏମସି ବିଧାୟକ ମୋ ସମ୍ପର୍କରେ ଅଛନ୍ତି । ମମତାଙ୍କ ନେତୃତ୍ୱାଧୀନ ତୃଣମୂଳ ସରକାର ଯେକୌଣସି ସମୟରେ ଭାଙ୍ଗିପାରେ: ମିଥୁନ ଚକ୍ରବର୍ତ୍ତୀ

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଖୁଲାସା

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଖୁଲାସା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମଙ୍ଗଳବାର ଦିନ ବିଜେପି ନେତା ତଥା ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ ସରକାର ଯେକୌଣସି ସମୟରେ ଭାଙ୍ଗିପାରେ। ଆହୁରି ମଧ୍ୟ କହିଛନ୍ତି ଯେ ତୃଣମୂଳ କଂଗ୍ରେସର ଅତି କମରେ ୩୮ ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। ହୁଗୁଲି-ଚିନସୁରାହରେ ପ୍ରି-ପୂଜା ସଭାରେ ଯୋଗଦେବାବେଳେ ମିଥୁନ ଚକ୍ରବର୍ତ୍ତୀ ଏପରି ଦାବି କରିଛନ୍ତି।

ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ ପ୍ରସ୍ତୁତ ରୁହ, ଯେକୌଣସି ସମୟରେ ଯେକୌଣସି ଘଟଣା ହୋଇପାରେ। ସେ କହିଛନ୍ତି ଯେ ଆମେ ଟିଏମସିରୁ ପଚା ଆଳୁ ନ ନେବାକୁ ନିଷ୍ପତ୍ତି ନେଇଛୁ। ଏହା ମଧ୍ୟ କହିଛନ୍ତି ଯେ କେବଳ ୨୧ ନୁହେଁ, ତୃଣମୂଳ କଂଗ୍ରେସର ୩୮ ଜଣ ବିଧାୟକ ମୋ ସହ ଯୋଗାଯୋଗରେ ଅଛନ୍ତି। ହ୍ୱିସ୍ ବାଜିବା ପରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ଏହା ବ୍ୟତୀତ, ଅନେକେ କେନ୍ଦ୍ରୀୟ ନେତୃତ୍ୱ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି, ତେଣୁ ଯେକୌଣସି ସମୟରେ ଯେକୌଣସି ଘଟଣା ହୋଇପାରେ। ଦଳର ଶୀର୍ଷ ନେତୃତ୍ୱ ଯେତେବେଳେ ନିର୍ଦ୍ଦେଶ ଦେବେ ସେତେବେଳେ ମୁଁ ସେମାନଙ୍କ ନାମ ଦେବି।

ଏହା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ ଜୁଲାଇରେ କୋଲକାତା ଆସିଥିଲେ ଓ ତୃଣମୂଳ ସଂସଦୀୟ ଦଳରେ ବିଭାଜନ ହେବାର ସୂଚନା ଦେଇଥିଲେ। ଆଜି ପରୋକ୍ଷରେ ମମତା ବାନାର୍ଜୀଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇ ସେ କହିଛନ୍ତି ଯେ ପଚା ଆଳୁ ଗ୍ରହଣ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ଆଦୌ ଆଗ୍ରହୀ ନୁହଁନ୍ତି, କିନ୍ତୁ ମୁଁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।
Published by:Soumya Das
First published: