Mission Pani | ଜଳ ସମସ୍ୟା ବିଷୟରେ ବୁଝାଇବାକୁ ଯାଇ ଟ୍ରେଡ଼ମିଲରେ ୨୧ କିଲୋମିଟର ଚାଲିଲେ ଅକ୍ଷୟ କୁମାର

ବାସ୍ତବରେ ଅକ୍ଷୟ କୁମାର (Akshay Kumar) ଏହା ଜାଣିବାକୁ ଚାହୁଁଥିଲେ ଯେ ସେ ସେହି ମହିଳାମାନଙ୍କ ଦୁଃଖ ଅନୁଭବ କରିପାରିବେ । ଯେଉଁମାନଙ୍କୁ ଜଳ ପାଇଁ ପ୍ରତିଦିନ ମାଇଲ୍ ମାଇଲ୍ ରାସ୍ତା ଚାଲିଥାନ୍ତି ।

Mission Pani | ଜଳ ସମସ୍ୟା ବିଷୟରେ ବୁଝାଇବାକୁ ଯାଇ ଟ୍ରେଡ଼ମିଲରେ ୨୧ କିଲୋମିଟର ଚାଲିଲେ ଅକ୍ଷୟ କୁମାର
ଜଳ ସମସ୍ୟା ବିଷୟରେ ବୁଝାଇବାକୁ ଯାଇ ଟ୍ରେଡ଼ମିଲରେ ୨୧ କିଲୋମିଟର ଚାଲିଲେ ଅକ୍ଷୟ କୁମାର
  • News18 Odia
  • Last Updated: January 26, 2021, 6:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ନେଟୱାର୍କ ୧୮ ର କାର୍ଯ୍ୟକ୍ରମ ମିଶନ୍ ପାନି ୱାଟରଥନ୍ (Mission Paani Waterthon) ହୋଷ୍ଟ କରୁଥିବାବେଳେ ଟ୍ରାଡମିଲରେ ୨୧ କିଲୋମିଟର ଚାଲିଥିଲେ । ବାସ୍ତବରେ ଅକ୍ଷୟ କୁମାର (Akshay Kumar) ଏହା ଜାଣିବାକୁ ଚାହୁଁଥିଲେ ଯେ ସେ ସେହି ମହିଳାମାନଙ୍କ ଦୁଃଖ ଅନୁଭବ କରିପାରିବେ । ଯେଉଁମାନଙ୍କୁ ଜଳ ପାଇଁ ପ୍ରତିଦିନ ମାଇଲ୍ ମାଇଲ୍ ରାସ୍ତା ଚାଲିଥାନ୍ତି । ଟ୍ରେଡ଼ମିଲ ଉପରେ ଚାଲିବା ବେଳେ ସେ କହିଛନ୍ତି, "ମାରାଥନ ସମୟରେ କିଛି କିଛି ଦୂରତାରେ ଆଥଲେଟମାନଙ୍କୁ ଜଳ ଯୋଗାଇ ଦିଆଯାଇଥାଏ କିନ୍ତୁ ବାସ୍ତବ ଜୀବନ ଏହାଠାରୁ ଅଲଗା । ଆମକୁ ସେହି କାର୍ଯ୍ୟରତ ମହିଳାମାନଙ୍କର ଯନ୍ତ୍ରଣା ବୁଝିବାକୁ ପଡିବ ।

ଦୈନନ୍ଦିନ ଜୀବନରେ ଜଳ ସଞ୍ଚୟ କରିବାର ତିନୋଟି ସହଜ ଉପାୟ
ଏହା ବ୍ୟତୀତ ଅକ୍ଷୟ କୁମାର ଦୈନନ୍ଦିନ ଜୀବନରେ ଜଳ ସଞ୍ଚୟ କରିବାର ତିନୋଟି ସହଜ ଉପାୟ ମଧ୍ୟ କହିଥିଲେ । ସେ କହିଥିଲେ ଯେ ଯଦି ଜଣେ ଅତିଥି ଆପଣଙ୍କ ପାଖକୁ ଆସନ୍ତି । ତେବେ ଆପଣ ତାଙ୍କୁ କେବଳ ଅଧା ଗ୍ଲାସ୍ ପାଣି ଦେଇପାରିବେ । ଯଦି ସେ ଅଧିକ ଶୋଷିଲା ତେବେ ସେ ଅଧିକ ପାଣି ମାଗି ପାରିବେ । କିନ୍ତୁ ଯଦି ଆମେ ତାଙ୍କୁ ପୂର୍ଣ୍ଣ ଗ୍ଲାସ୍ ଦେବୁ ଓ ତାଙ୍କର ତୃଷା କମ୍ ଥିବ, ତେବେ ସେହି ଜଳ ନଷ୍ଟ ହୋଇଯିବ । ଏହା ବ୍ୟତୀତ ସେ ଶୌଚାଳୟରେ ଛୋଟ ଟ୍ୟାପ୍ ପାଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ସେ ତୃତୀୟ ପରାମର୍ଶ ଦେଇଛନ୍ତି ଯେ ଜଳ ଅପଚୟକୁ ରୋକିବା ପାଇଁ ଆମେ ଘରେ ସେନସର ଟ୍ୟାପ୍ ବ୍ୟବହାର କରିବା ଉଚିତ୍ ।

ହାଇଡ୍ରୋଥେରାପିର ଅନେକ ସକାରାତ୍ମକ ଦିଗ ବର୍ଣ୍ଣନା କରିଛନ୍ତି
ଏଥି ସହିତ ଅକ୍ଷୟ ଜଳ ସଂରକ୍ଷଣ ବିଷୟରେ ଆଲୋଚନା କରିବାବେଳେ ହାଇଡ୍ରୋଥେରାପିର ଅନେକ ସକରାତ୍ମକ ଦିଗ ବିଷୟରେ କହିଥିଲେ । ଫିଟନେସ ବିଷୟରେ ଆଲୋଚନାରେ ଥିବା ଅକ୍ଷୟ କୁମାର ତାଙ୍କ କଠିନ ପ୍ରଶିକ୍ଷଣ ଅଧିବେଶନ ବିଷୟରେ ଆଲୋଚନା କରିସାରିଛନ୍ତି । ହାଇଡ୍ରୋଥେରାପି କିମ୍ବା ଆକ୍ୱାଥେରାପି ଅଧୀନରେ ଜଳ ଚିକିତ୍ସା ପାଇଁ ଉପଯୁକ୍ତ ତାପମାତ୍ରାରେ ଜଳ ବ୍ୟବହୃତ ହୁଏ । ଏହାକୁ ଜଳ ଚିକିତ୍ସା ପଦ୍ଧତି କୁହାଯାଏ । ସମ୍ପ୍ରତି ଆଥଲେଟ ମାନେ ସେମାନଙ୍କର ଆଘାତକୁ ଭଲ କରିବା ପାଇଁ ଏହି ପଦ୍ଧତି ବ୍ୟବହାର କରୁଛନ୍ତି ।

The Mission Paani Waterthon ଜଳ ଓ ପାନୀୟ ଜଳ ସଞ୍ଚୟ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବ । ଯାହା ନ୍ୟୁଜ୍ ୧୮ ଇଣ୍ଡିଆ ଓ ହରପିକ୍ ଇଣ୍ଡିଆର ଏକ ପଦକ୍ଷେପ ।
Published by: Jagdish Barik
First published: January 26, 2021, 6:00 PM IST