Mission Paani | ଯଦି ଭାରତରେ ବିଶୁଦ୍ଧ ଜଳ ସରିଯାଏ ତେବେ କ’ଣ ହେବ?
Mission Paani: ଯଦି ଆମେ ବର୍ତ୍ତମାନ ଜାଗ୍ରତ ନହେବା ତେବେ ଭବିଷ୍ୟତରେ ଦୁର୍ଭିକ୍ଷ ହେବାର ଆଶଙ୍କା ଅଛି । ଭାରତରେ ଜଳ ସମସ୍ୟା ଆସିଲେ ଅନେକ ପରିବର୍ତ୍ତନ ଦେଖା ଦେବ ।

ମିଶନ୍ ପାଣି ହେଉଛି ନ୍ୟୁଜ୧୮ ଓ ହରପିକ୍ ଇଣ୍ଡିଆ ପାଇଁ ଏକ ଅଭିଯାନ
- News18 Odia
- Last Updated: January 23, 2021, 6:31 PM IST
ସମସ୍ତ ଜୀବ ଜନ୍ତୁଙ୍କ ପାଇଁ ଜଳ ଅତ୍ୟନ୍ତ ଜରୁରୀ । ଜଳ ବିନା ଦୁନିଆର କଳ୍ପନା କରିବା ଅସମ୍ଭବ । ଜଳ ହେଉଛି ମନୁଷ୍ୟ, ପଶୁ ଓ ଉଦ୍ଭିଦର ମୂଳଦୁଆ । ଏହାର ଅର୍ଥ ଜଳ ଉତ୍ସ ଶୁଖିଯିବା ଦିନ ସବୁର ପରିସମାପ୍ତି । ଆମେ ସମସ୍ତେ ଏହା ଚିନ୍ତା କରୁଛୁ ଯେ ଭାରତୀୟମାନଙ୍କର ଏପରି ପରିସ୍ଥିତି କେବେ ନ ଆସୁ । ତେବେ ନିକଟ ଅତୀତରେ ବିଶୁଦ୍ଧ ଜଳ ହ୍ରାସ ପାଇବାରେ ଲାଗିଛି । ଏହା ମଧ୍ୟ ଆମ ପାଇଁ ଏକ ବଡ଼ ଚେତାବନୀ! ଯଦି ବର୍ତ୍ତମାନ ଆମେ ଜାଗ୍ରତ ନହେବା ତେବେ ଭବିଷ୍ୟତରେ ବଡ଼ ବିପର୍ଯ୍ୟୟର ଆଶଙ୍କା ରହଛି । ଯଦି ଏହା ସତ ହୁଏ ତେବେ ଭାରତରେ ଜଳ ସମସ୍ୟା ଆସିଲେ କଣ ପରିବର୍ତ୍ତନ ହେବ?
ଭାରତର ଅଧିକାଂଶ କୃଷି ଉପରେ ନିର୍ଭର କରନ୍ତି । ଜଳ ହେଉଛି ଭାରତର କୃଷିର ମୂଳଦୁଆ । ଯଦି ଜଳର ଅଭାବ ହୁଏ ତେବେ କୃଷକ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେବେ । ଯଦି କୃଷିଜାତ ଦ୍ରବ୍ୟ ଉତ୍ପାଦିତ ହୋଇପାରିବ ନାହିଁ, ତେବେ ଏହାର ପ୍ରଭାବ ସହରୀ ଜନସଂଖ୍ୟା ଉପରେ ପଡ଼ିବ । ପୂର୍ବରୁ ଅନେକେ କୃଷି ଛାଡି ସହରାଞ୍ଚଳକୁ ସ୍ଥାନାନ୍ତର କରୁଛନ୍ତି । କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି ବିନା ଲୋକମାନେ ସମୟ ସମୟରେ ପର୍ଯ୍ୟାପ୍ତ ପରିମାଣର ବର୍ଷା ନହେବା ପାଇଁ ଚିନ୍ତିତ । ଫଳସ୍ୱରୂପ ସେମାନେ ନିଜ ପେଟ ପାଇଁ ସହରାଞ୍ଚଳକୁ ଯାଉଛନ୍ତି ।
ଜଳ ଅଭାବ ହେଲେ ଏହା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ । ଏହାପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ଚେତାବନୀ ଦିଆଯାଇଛି ଯେ ଯଦି ସେମାନେ ଜଳ ସଂରକ୍ଷଣ ଓ ବିଶୁଦ୍ଧ ଜଳ ପ୍ରତିଜ୍ଞା ନକରନ୍ତି ତେବେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ପ୍ରାକୃତିକ ଜଙ୍ଗଲ ରୋପଣ ଓ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ।
ନଦୀ ଜଳର ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ଓ ବ୍ୟବହାର ଅଭାବରୁ ମଧୁର ଜଳ ନଷ୍ଟ ହେଉଛି । ଆମେ ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ । ଭାରତରେ ପ୍ରତିବର୍ଷ ହାରାହାରି ୧,୧୭୦ ମିଲିମିଟର ବର୍ଷା ହୁଏ । ଏହି ବର୍ଷା ଜଳ ସଂଗ୍ରହ, ସଂରକ୍ଷଣ ଏବଂ ପୁନଃ ବ୍ୟବହାର ଅନେକଙ୍କ ପାଇଁ ସାମାନ୍ୟ ଚିନ୍ତାର ବିଷୟ ନୁହେଁ । ଯଦିଓ ଆମେ ଏହା ବିଷୟରେ ଚିନ୍ତା କରିବା ଜଳ ସଂରକ୍ଷଣ ବୃଦ୍ଧି କରାଯାଇପାରେ ।
ମିଶନ୍ ପାଣି ହେଉଛି CNN News18 ଓ ହରପିକ୍ ଇଣ୍ଡିଆ ପାଇଁ ଏକ ଅଭିଯାନ । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ବିଶୁଦ୍ଧ ଜଳର ଉତ୍ସର ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏକ ସୁସ୍ଥ ଜୀବନଯାପନ କରିବା । ଆପଣ ଜଳ ପ୍ରତିଶ୍ରୁତି ନେଇ ଏହି ଅଭିଯାନରେ ଯୋଗ ଦେଇପାରିବେ । ଅଧିକ ସୂଚନା ପାଇଁ www.news18.com/mission-paani କ୍ଲିକ୍ କରନ୍ତୁ ।