ୟମନରେ ମିଜାଇଲ୍ ଏବଂ ଡ୍ରୋନ ଆକ୍ରମଣରେ ୧୦୦ରୁ ଅଧିକ ଜବାନଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଆହତ

ହୁତି ବିଦ୍ରୋହୀମାନେ ସନାର ପୂର୍ବରେ ପ୍ରାୟ ୧୭୦ କିମି ଦୂରରେ ଅବସ୍ଥିତ ମାରିବରେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ନମାଜ ସମୟରେ ଏକ ସୈନ୍ୟ ଶିବିରରେ ଥିବା ମସଜିଦ୍ ଉପରେ ଆକ୍ରମଣ କରିଛନ୍ତି ।

ୟମନରେ ମିଜାଇଲ୍ ଏବଂ ଡ୍ରୋନ ଆକ୍ରମଣରେ ୧୦୦ରୁ ଅଧିକ ଜବାନଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଆହତ
ଆତଙ୍କବାଦୀ ଆକ୍ରମଣ ପରେ ମସଜିଦ୍ ସାମ୍ନାର ଦୃଶ୍ୟ
  • News18 Odia
  • Last Updated: January 20, 2020, 9:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦୁବାଇ: ୟମନରେ ମାରିବଠାରେ ଅବସ୍ଥିତ ଏକ ସୈନ୍ୟ ଶିବିରରେ ଥିବା ମସଜିଦ୍ ଉପରେ ମିଜାଇଲ ଏବଂ ଡ୍ରୋନ ଆକ୍ରମଣରେ ୧୦୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି । ଏହି ଆକ୍ରମଣ ଲାଗି ହୁତି ବିଦ୍ରୋହୀମାନେ ନିଜକୁ ଦାୟୀ କରିଛନ୍ତି ।

ଇରାନ ସମର୍ଥିତ ହୁତୀ ବିଦ୍ରୋହୀ ଏବଂ ସାଉଦୀ ଆରବର ନେତୃତ୍ବ ସୈନ୍ୟ ମେଣ୍ଟ ୟମନ ସରକାରଙ୍କ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ କିଛି ମାସର ଶାନ୍ତି ପରେ ଏହି ଆକ୍ରମଣ ହୋଇଛି । ସୈନ୍ୟ ସୁତ୍ର ଅନୁସାରେ ହୁତୀ ବିଦ୍ରୋହୀମାନେ ସନାଠାରୁ ପ୍ରାୟ ୧୭୦ କି.ମି. ଦୂର ମାରିବଠାରେ ସନ୍ଧ୍ୟା ସମୟରେ ସୈନ୍ୟ ଶିବିରରେ ଥିବା ମସଜିଦରେ ନମାଜ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଆହତ ସୈନ୍ୟମାନଙ୍କୁ ତୁରନ୍ତ ମାରିବ ଶହରର ଏକ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଜଣେ ଡାକ୍ତରଙ୍କ ସୂଚନା ଅନୁସାରେ ଆକ୍ରମଣରେ  ୧୦୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି । ଏହି ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ସନାର ଉତ୍ତରରେ ଅବସ୍ଥିତ ନାହମ କ୍ଷେତ୍ରରେ ହୁତି ବିଦ୍ରୋହୀମାନଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଚଳାଇଥିଲା ।

ୟମନର ରାଷ୍ଟ୍ରପତି ଅବେଦରବେ ମନସୁର ହାଦୀ ଏହି ନାରକୀୟ କାଣ୍ଡକୁ ନିନ୍ଦା କରିଛନ୍ତି । ଆଧିକାରିକ ସମ୍ବାଦ ସମିତି ‘ସବା’ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହୁତି ମିଳିଶିୟାର ଏହି ଅଶୋଭନୀୟ କାମରୁ ଜଣାପଡ଼ୁଛି କି ସେମାନେ ଶାନ୍ତି ଚାହୁଁନାହାନ୍ତି । କାହିଁକିନା ସେମାନେ ବିନାଶ ଛଡ଼ା ଆଉ କିଛି ଚାହୁଁନାହାନ୍ତି, ଏହା ଇରାନର ସମର୍ଥିତ ଏକ ବାଜେ କାମ ଅଟେ ।

 
First published: January 20, 2020, 9:17 AM IST
corona virus btn
corona virus btn
Loading