Miss World 2021: କରୋନା କାରଣରୁ ସ୍ଥଗିତ ରହିଲା ମିସ୍ ୱାର୍ଲ୍ଡ ୨୦୨୧ ଗ୍ରାଣ୍ଡ ଫାଇନାଲ

ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ଆଜି ସକାଳ ପ୍ରାୟ ୪.୩୦ ସମୟରେ ଅନୁଷ୍ଠିତ ହେବାର ଥିଲା । ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ମନସା ବାରାଣାସୀ ଅଂଶଗ୍ରହଣ କରିଛନ୍ତି।

କରୋନା କାରଣରୁ ସ୍ଥଗିତ ରହିଲା ମିସ୍ ୱାର୍ଲ୍ଡ ୨୦୨୧ ଗ୍ରାଣ୍ଡ୍ ଫାଇନାଲ

କରୋନା କାରଣରୁ ସ୍ଥଗିତ ରହିଲା ମିସ୍ ୱାର୍ଲ୍ଡ ୨୦୨୧ ଗ୍ରାଣ୍ଡ୍ ଫାଇନାଲ

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଏବେ ମିସ୍ ୱାର୍ଲ୍ଡ ୨୦୨୧ରେ ଉପରେ ପଡ଼ିଛି । ଭାରତୀୟ ପ୍ରତିଯୋଗୀ ମନସା ବାରାଣାସୀଙ୍କ ବ୍ୟତୀତ ଅନେକ ପ୍ରତିଯୋଗୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥି ପାଇଁ ଏହି ପ୍ରତିଯୋଗିତା ସାମୟିକ ଭାବରେ ସ୍ଥଗିତ ରଖାଯାଇଛି । ମିସ୍ ୱାର୍ଲ୍ଡର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପ୍ରେସ୍ ରିଲିଜ୍ ଶେୟାର କରି ଏହି ସୂଚନା ଦିଆଯାଇଛି । ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ଆଜି ସକାଳ ପ୍ରାୟ ୪.୩୦ ସମୟରେ ଅନୁଷ୍ଠିତ ହେବାର ଥିଲା । ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ମନସା ବାରାଣାସୀ ଅଂଶଗ୍ରହଣ କରିଛନ୍ତି।

ମିସ୍ ୱାର୍ଲ୍ଡର ଇନଷ୍ଟାଗ୍ରାମରେ ଶେୟାର କରି ଏହା ଲେଖାଯାଇଛି, 'ମିସ୍ ୱାର୍ଲ୍ଡ ୨୦୨୧କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମିସ୍ ୱାର୍ଲ୍ଡ ୨୦୨୧ କାର୍ଯ୍ୟକ୍ରମର ତଦାରଖ ପାଇଁ ନିଯୁକ୍ତ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଓ ପୁଏର୍ତୋ ରିକୋର ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା ପରେ ଆୟୋଜକମାନେ ସର୍ବବିଶ୍ବ ସ୍ତରରେ ପ୍ରସାରିତ ଫାଇନାଲ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯୦ ଦିନ ମଧ୍ୟରେ ପୁଏର୍ତୋ ରିକୋ କଲିଜିୟମ୍ ଜୋସ୍ ମିଗୁଏଲ୍ ଆଗ୍ରେଲଟ୍ ଅନୁଷ୍ଠିତ ହେବ।’’

ପ୍ରେସ ରିଲିଜରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରତିଯୋଗୀ, ଉତ୍ପାଦନକାରୀ ଦଳ ଓ ଦର୍ଶକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। କିନ୍ତୁ ଷ୍ଟେଜରେ ଓ ଡ୍ରେସିଂ ରୁମରେ କରୋନା ହେବାର ଆଶଙ୍କା ବଢ଼ିଯାଇଥିଲା । ତେବେ ସ୍ୱାସ୍ଥ୍ୟ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଆଜି ସକାଳେ ଅଧିକ ମାମଲା ନିଶ୍ଚିତ ହେବା ପରେ ଶୋକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ଯେତେବେଳେ ପ୍ରତିଯୋଗୀ ଓ କର୍ମଚାରୀମାନେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓ ପରାମର୍ଶଦାତାମାନଙ୍କ ଦ୍ୱାରା ମଞ୍ଜୁରୀ ଦିଆଯିବ. ସେତେବେଳେ ପ୍ରତିଯୋଗୀ ଓ ସମ୍ପୃକ୍ତ କର୍ମଚାରୀମାନେ ନିଜ ଦେଶକୁ ଫେରିବେ ।

ମିସ୍ ୱାର୍ଲ୍ଡ ଲିମିଟେଡର ସିଇଓ ଜୁଲିଆ ମୋର୍ଲି କହିଛନ୍ତି ଯେ ଆମେ ମିସ୍ ୱାର୍ଲ୍ଡ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମର ପ୍ରତିଯୋଗୀ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛୁ। ପୁଏର୍ତୋ ରିକୋ ଏକ ନିରାପଦ ପରିବେଶ ଯୋଗାଇଥାଏ ଓ ମିସ୍ ୱାର୍ଲ୍ଡ ଫେଷ୍ଟିଭାଲର ସୁଟିଂ ପାଇଁ ଏକ ବଡ଼ ପୃଷ୍ଠଭୂମି ।

ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ କରିଛି ଯେ ପ୍ରାୟ ୧୭ ଜଣ ପ୍ରତିଯୋଗୀ ଓ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ବାହାରିଛି ।
Published by:Lipina Das
First published:
)}