- News18 Odia
- Last Updated :
- Other, India
News18 Odia Digital
Miss Universe 2022: ଆମେରିକାରେ ୭୧ତମ ମିସ୍ ୟୁନିଭର୍ସ (Miss Universe 2022) ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାରେ ଆମେରିକାର R'Bonney Gabriel ବିଜୟ ମୁକୁଟ ଜିତିଛନ୍ତି। ମିସ୍ ୟୁନିଭର୍ସ ୨୦୨୧ ଥିବା ଭାରତର ହରନାଜ ସିନ୍ଧୁ (Harnaz Sandhu/)ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଏଥିରେ ପ୍ରଥମ ରନର୍ ଅପ୍ ହୋଇଛନ୍ତି ଭେନେଜୁଏଲର ଡାଏନା ସିଲଭା ଓ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି ଡୋମିନିକାନ୍ ରିପବ୍ଲିକର ଆମି ପେନା। ଏହି ପ୍ରତିଯୋଗିତାରେ ଭାରତର ଦିବିତା ରାୟ ଶ୍ରେଷ୍ଠ ୫ରେ ସ୍ଥାନ ପାଇପାରିନଥିଲେ। ଗାଉନ୍ ରାଉଣ୍ଡରେ ସେ ବାହାରି ଯାଇଥିଲେ। ମିସ୍ ୟୁନିଭର୍ସ ୨୦୨୨ ବିଜେତାଙ୍କ ମୁକୁଟର ମୂଲ୍ୟ ପ୍ରାୟ ୪୯ କୋଟି ଅଟେ। ଏହା ମାଉୱାଡ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।
https://odia.news18.com/news/entertainment/miss-universe-to-now-allow-married-women-mothers-to-participate-6ssm-220822-ssm-120813.htmlଆମେରିକାର ନିଉ ଅର୍ଲିଅନ୍ସ ସିଟିରେ ଆୟୋଜିତ ମିସ୍ ୟୁନିଭର୍ସ ୨୦୨୨ ରେ ପ୍ରାୟ ୮୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୨୫ ବର୍ଷୀୟ ଦିବିତା ରାୟ ଭାରତର ପ୍ରତିନିଧିତ୍ୱ କରିଥିଲେ। ଦିବିତା ଏହାକୁ ଶ୍ରେଷ୍ଠ ୧୬ରେ ସ୍ଥାନିତ କରିଥିଲେ କିନ୍ତୁ ଶ୍ରେଷ୍ଠ ୫ ରେ ପହଞ୍ଚିପାରି ନଥିଲେ।
https://odia.news18.com/news/trending/bjp-national-executive-meet-from-jan-16-3ssd-15012023-ssd-148241.htmlମିସ୍ ୟୁନିଭର୍ସ ୨୦୨୨ ପ୍ରତିଯୋଗିତାରେ ଶ୍ରେଷ୍ଠ ୧୬ (Top16)ରେ ପହଞ୍ଚିଥିବା ଭାରତର ଦିବିତା ରାୟ (Dibita Ray)ପୋଷାକ ରାଉଣ୍ଡରେ ତାଙ୍କ ପୋଷାକ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ଏକ ସୁବର୍ଣ୍ଣ ପକ୍ଷୀ(Golden Bird) ଶୈଳୀରେ ପୋଷାକ ପିନ୍ଧିଥିଲେ। ଦିବିତାଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ମଡେଲ। କର୍ଣ୍ଣାଟକରେ ଜନ୍ମିତ ତଥା ମୁମ୍ବାଇରେ ବଡ଼ ହୋଇଥିବା ଦିବିତା ଅଗଷ୍ଟରେ ମିସ୍ ଡିଭା ୟୁନିଭର୍ସ ୨୦୨୨(Miss Universe 2022) ରେ ମୁକୁଟ ପିନ୍ଧିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।