News18 Odia Digital
Udaipur Murder Case: ରାଜସ୍ଥାନର ଉଦୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ନୁପୂର ଶର୍ମାଙ୍କୁ ସମର୍ଥନ କରୁଥିବା ଜଣେ ଦର୍ଜୀଙ୍କୁ ତାଙ୍କ ଦୋକାନରେ ପଶି କରି ହତ୍ୟା କରାଯାଇଛି। ହତ୍ୟାକାରୀମାନେ ଅତି ନିର୍ମମ ଭାବରେ ଦର୍ଜୀଙ୍କ ଗଳା କାଟି ହତ୍ୟା କରିଛନ୍ତି।
ତୀକ୍ଷ୍ଣ ଅସ୍ତ୍ରରେ ଦର୍ଜୀର ଗଳା କଟାଯାଇଛିଉଦୟପୁରର ମାଲଦାସ ଷ୍ଟ୍ରିଟ୍ ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଛି। ଦର୍ଜୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ମୃତ କିଛି ଦିନ ପୂର୍ବରୁ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡ଼ିଆରେ ଅନେକ ପୋଷ୍ଟ କରିଥିଲେ।
ହତ୍ୟାକୁ ନେଇ ବିରୋଧରେଉଲ୍ଲେଖନୀୟ କଥା ହେଉଛି, ହତ୍ୟା ବିଷୟରେ ସୂଚନା ପାଇବା ପରେ ବ୍ୟବସାୟୀମାନେ ଏହାର ପ୍ରତିବାଦରେ ବଜାର ବନ୍ଦ କରିଥିଲେ। ଏହି ବର୍ବର ଘଟଣା ବିରୋଧରେ ସ୍ଥାନୀୟ ଲୋକ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଉଦୟପୁର ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଜାରି ରହିଛିଉଦୟପୁର ଘଟଣା ସମ୍ପର୍କରେ ଉଚ୍ଚ ସ୍ତରୀୟ ବୈଠକ ଚାଲିଛି। ମୁଖ୍ୟ ସଚିବ ଉଷା ଶର୍ମାଙ୍କ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହେଉଛି। ଭିଡିଓ କନଫରେନ୍ସିଂ ଜରିଆରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ, ଡିଜିପି, ଡିଜି ଇଣ୍ଟେଲିଜେନ୍ସ ଓ ଅନ୍ୟ ସଂପୃକ୍ତ ଅଧିକାରୀମାନେ ମଧ୍ୟ ଏହି ସଭା ସହିତ ଜଡିତ ଅଛନ୍ତି। ବୈଠକ ପରେ ଘଟଣା ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରାଯିବ। ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହେଉଛି।
ନୁପୂର ଶର୍ମାଙ୍କୁ ଦର୍ଜୀ ସମର୍ଥନ କରିଥିଲେମୃତ ଦର୍ଜୀର ନାମ ହେଉଛି କହ୍ନେୟା। ନୁପୂର ଶର୍ମା ପେଗାମ୍ବର ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି, ଯାହାକୁ ଦର୍ଜୀର ସମର୍ଥନ କରିଥିଲେ। ହତ୍ୟାକାରୀମାନେ ଏ ବିଷୟରେ ଦର୍ଜୀଙ୍କ ଉପରେ ରାଗିଯାଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।