VIDEO - ବିହାରରେ ଆପଣଙ୍କୁ ସ୍ୱାଗତ: ‘ମିର୍ଜାପୁର ୨’ର ଟ୍ରେଲର ଦେଖିଛନ୍ତି? ଧମାଲ୍ ମଚାଉଛି!

‘‘ଜୋ ଆୟା ହୈ ୱୋ ଜାଏଗା ଭୀ, ଲେକିନ୍ ମର୍ଜ୍ଜି ହମାରୀ ହୋଗୀ ।’’ (ଯିଏ ଆସିଛି, ସେ ବି ଯିବ, କିନ୍ତୁ ମର୍ଜ୍ଜି ଆମର ହେବ ।) କାଲୀନ୍ ଭୈୟାଙ୍କ ପ୍ରସିଦ୍ଧ ସଂଳାପ ଟ୍ରେଲରର ଆରମ୍ଭରେ ଶୁଣିବାକୁ ମିଳୁଛି । ରୋମାଞ୍ଚ, ସସପେନ୍ସ, ଆକ୍ସନ ଓ ଡ୍ରାମାରେ ଭରା ‘ମିର୍ଜାପୁର ୨’ ।

VIDEO - ବିହାରରେ ଆପଣଙ୍କୁ ସ୍ୱାଗତ: ‘ମିର୍ଜାପୁର ୨’ର ଟ୍ରେଲର ଦେଖିଛନ୍ତି? ଧମାଲ୍ ମଚାଉଛି!
‘ମିର୍ଜାପୁର ୨’ର ପୋଷ୍ଟର୍
  • News18 Odia
  • Last Updated: October 13, 2020, 9:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆମାଜନ୍ ପ୍ରାଇମ୍ ଭିଡିଓର (Amazon Prime Video) ସବୁ ଠାରୁ ଲୋକପ୍ରିୟ ୱେବ୍ ସିରିଜ୍ ମିର୍ଜାପୁର (ସିଜନ୍ ୨) (Mirzapur 2) ଟ୍ରେଲର ରିଲିଜ୍‌ ହୋଇ ଖୁବ୍‌ ପସନ୍ଦ ଆଶିଛି ଲୋକଙ୍କୁ (Mirzapur 2 Trailer out)। ଟ୍ରେଲର ରିଲିଜକୁ ସାରା ବିଶ୍ୱର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ୱେବ୍ ସିରିଜ୍ ମିର୍ଜାପୁରର ସିଜିନ୍ ୨ରେ ପଙ୍କଜ ତ୍ରିପାଠୀଙ୍କୁ କାଲିନ୍ ଭୈୟା ଭୂମିକାରେ ଓ ଅଲି ଫଜଲଙ୍କୁ ଗୁଡ୍ଡୁ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ଦିବ୍ୟେନ୍ଦୁ ଶର୍ମା ମୁନ୍ନା ଭୈୟା ଭୂମିକାରେ ଓ ଶ୍ୱେତା ତ୍ରିପାଠୀ ଗୋଲୁ ଭୂମିକାରେ  ଅଭିନୟ କରିଛନ୍ତି । ଏହି Dଭିନେତାମାନେ ପୁଣି ଥରେ ନିଜ ଚରିତ୍ର ଦ୍ୱାରା ସିରିଜରେ ଜୀବନ ଭରିଛନ୍ତି । ଟ୍ରେଲର ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଟ୍ରେଲରର ଆରମ୍ଭରେ କାଲୀନ୍‌ ଭୈୟା ନିଜ ପ୍ରସିଦ୍ଧ ସଂଳାପ କହୁଥିବା ଶୁଣିବାକୁ ମିଳୁଛି: ‘‘ଜୋ ଆୟା ହୈ ୱୋ ଜାଏଗା ଭୀ, ଲେକିନ୍‌ ମର୍ଜ୍ଜି ହମାରୀ ହୋଗୀ ।’’ (‘‘ଯିଏ ଆସିଛି, ସେ ବି ଯିବ, କିନ୍ତୁ ମର୍ଜ୍ଜି ଆମର ହେବ ।’’) ଏହି ଟ୍ରେଲରକୁ ଦେଖିଲେ ଲାଗୁଛି ଯେ ‘ମିର୍ଜାପୁର ୨’ ରୋମାଞ୍ଚ, ସସପେନ୍ସ, ଆକ୍ସନ ଓ ଡ୍ରାମାରେ ପରିପୂର୍ଣ୍ଣ ହୋଇଛି ।

ଟ୍ରେଲର ରିଲିଜ୍ ହେବାର ପାଞ୍ଚ ମିନିଟ୍ ମଧ୍ୟରେ ତିନି ଲକ୍ଷ ୩୫ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଥିଲେ । ଏହି ୱେବ୍ ସିରିଜ୍ ୨୩ ଅକ୍ଟୋବର ଦିନ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ ।

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ମିର୍ଜାପୁର ୱେବ୍ ସିରିଜର ଟ୍ରେଲର ଇଣ୍ଟରନେଟରେ ଧମାଲ୍‌ ମଚାଇ ରଖିଛି । ଏହା ପ୍ରଶଂସକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଓ ତରଙ୍ଗ ସୃଷ୍ଟି କରିଛି । ପୁନୀତ କୃଷ୍ଣାଙ୍କ ଦ୍ୱାରା ନିର୍ମିତ ଏହି ୱେବ୍‌ ସିରିଜକୁ ଗୁରୁମିତ ସିଂ ଓ ମିହିର ଦେଶାଇ ନିର୍ଦ୍ଦେଶିତ କରିଛନ୍ତି । ଏହା ରିତେଶ ସିଦ୍ଧୱାନୀ ଓ ଫରହାନ ଅଖତରଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ କରାଯାଇଛି।

ଦେଖନ୍ତୁ ଟ୍ରେଲର୍‌:



ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେକଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

'ମିର୍ଜାପୁର'ର ପ୍ରଥମ ସିଜିନରେ ଦୁଇ ଭାଇ ଓ ଏକ ଗ୍ୟାଙ୍ଗଷ୍ଟରର କାହାଣୀ ଥିଲା । ଏହା ୨୦୧୮ରେ ମୁକ୍ତିଲାଭ କରିଥିଲା ​​ଏବଂ ଲୋକଙ୍କୁ ଭଲ ଲାଗିଥିଲା । ଏଥିରେ ଦୁଇଟି ଅଗ୍ରଣୀ ଗ୍ୟାଙ୍ଗ ମଧ୍ୟରେ ଉତ୍ତେଜନା ଓ ରକ୍ତପାତ ଦେଖାଯାଇଥିଲା, ଯାହାକୁ ଲୋକେ ନିଚ୍ଛକ ବୋଲି ଅନୁଭବ କରିଥିଲେ । ଏହି ଶୋ’ରେ ଅଭିନେତା ପଙ୍କଜ ତ୍ରିପାଠୀ, ବିକ୍ରାନ୍ତ ମାସେ, ଅଲି ଫଜଲ ଓ ଶ୍ୱେତା ତ୍ରିପାଠୀଙ୍କ ସହିତ ଅନ୍ୟମାନେ କାର୍ଯ୍ୟ କରିଥିଲେ।



‘ମିର୍ଜାପୁର’ OTT ପ୍ଲାଟଫର୍ମର ସେହି ସିରିଜ୍ ଯାହାର ଚର୍ଚ୍ଚା ଗତ ଦୁଇ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି । ‘ମିର୍ଜାପୁର’ ଏବେ ପୁଣି ଥରେ ଆଲୋଚନାର ବିଷୟ ହୋଇଛି । ପଙ୍କଜ ତ୍ରିପାଠୀ ଆକା କାଲିନ୍ ଭୈୟାଙ୍କ ସ୍ୱରରେ ପ୍ରଥମ ସଂଳାପ ଆସୁଛି: ‘‘ଯିଏ ଆସିଛି, ସେ ବି ଯିବ, କିନ୍ତୁ ମର୍ଜ୍ଜି ଆମର ହେବ ।’’
Published by: Anand Shankar Thankur Das
First published: October 13, 2020, 10:22 PM IST
corona virus btn
corona virus btn
Loading