ତୁର୍କୀରେ ଚମତ୍କାର: ଭୂକମ୍ପର ୨୭୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ଜୀବନ

ତୁର୍କୀ ଓ ସିରିୟାରେ ହୋଇଥିବା ଭୟାବହ ଭୂକମ୍ପକୁ ୧୩ଦିନ ବିତିଥିବା ବେଳେ ଭଗ୍ନାବ‌‌‌ଶେଷ ତଳୁ ୪୫ବର୍ଷର ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି ।

ତୁର୍କୀରେ ଚମତ୍କାର: ଭୂକମ୍ପର ୨୭୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ଜୀବନ

ତୁର୍କୀରେ ଚମତ୍କାର: ଭୂକମ୍ପର ୨୭୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ଜୀବନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥା ବାସ୍ତବରେ ସତ ସାବ୍ୟସ୍ତ ହୋଇଛି ତୁର୍କୀରେ (Turkey) । ଭୂକମ୍ପର (earthquake ) ୨୭୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଛି ଜୀବନ(life) । ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୀର୍ଘ ସମୟର ବ୍ୟବଧାନ ପରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ଜୀବିତ ଉଦ୍ଧାର ହୋଇଛନ୍ତି ୪୫ବର୍ଷର ବ୍ୟକ୍ତି ।

ତୁର୍କୀ ଓ ସିରିୟାରେ ହୋଇଥିବା ଭୟାବହ ଭୂକମ୍ପକୁ ୧୩ଦିନ ବିତିଥିବା ବେଳେ ଭଗ୍ନାବ‌‌‌ଶେଷ ତଳୁ ୪୫ବର୍ଷର ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିବା ପରେ ଉଦ୍ଧାରକାରୀ ଦଳ ଷ୍ଟ୍ରେଚର ସାହାଯ୍ୟରେ ଆମ୍ବୁଲାନ୍ସ ନିକଟକୁ ନେଇ ଯାଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଭଗ୍ନାବଶେଷ ତଳୁ ଜଣେ ୧୪ ବର୍ଷୀୟ ବାଳକ ଏବଂ ଅନ୍ୟ ୨ ଜଣ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଭୂକମ୍ପର ୨୬୦ ଘଣ୍ଟା ପରେ ୧୪ ବର୍ଷୀୟ ଓସ୍‌ମାନଙ୍କୁ ଉଦ୍ଧାର କରାଯାଇଥିଲା। ଭଗ୍ନାବଶେଷ ତଳୁ ଏବେ ବି ଅନେକ ଲୋକଙ୍କୁ ଉଦ୍ଧାରକାଳୀ ଦଳ ଉଦ୍ଧାର କରୁଛନ୍ତି । ଭୂକମ୍ପ ଯୋଗୁଁ ତୁର୍କୀ ଓ ସିରିୟାରେ ୪୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୂକମ୍ପ ତୁର୍କୀର ୧୧ ପ୍ରଦେଶକୁ ଦୋହଲାଇ ଦେଇଛି । ଏହି କ୍ରମରେ ଭୂକମ୍ପକୁ ଫେବ୍ରୁଆରି ୧୮ ତାରିଖକୁ ୧୩ଦିନ ବିତିଛି।

ଏହି ଖବର ପଢ଼ନ୍ତୁ - http://କୋଏମ୍ବାଟୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦେଖନ୍ତୁ ମହାଶିବରାତ୍ରୀ ପାଳନର ଝଲକ

ଏହାରି ଭିତରେ ଭୂକମ୍ପର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କ ପାଇଁ ଦେବଦୂତ ସାଜି ଉଦ୍ଧାରକାରୀ ଦଳ ପହଞ୍ଚୁଛନ୍ତି । ଆଉ ଭଗ୍ନାବଶେଷ ତଳୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଉଛି । ଭଗ୍ନାବଶେଷ ତଳୁ ଲୋକଙ୍କୁ ଭୂକମ୍ପର ଦିନଠାରୁ ଏଯାବତ ଉଦ୍ଧାର କରାଯିବା ପ୍ରକ୍ରିୟା ଉଦ୍ଧାରକାରୀ ଦଳ ଜାରି ରଖିଛନ୍ତି।
Published by:Soubhagya Mishra
First published: