News18 Odia Digital
ମୋରାଦାବାଦ: ଜଣେ ନାବାଳିକାକୁ ଜଣେ ନାବାଳକ ଅଶ୍ଳୀଳ ଇଙ୍ଗିତ କରିବା ପରେ ସେ ବିରୋଧ କରିବାରୁ ତାକୁ ନୃଶଂସ ପରି ମାଡ଼ ମାରିଛି ନାବାଳକ । ତା’ ଆକ୍ରମଣରେ ନାବାଳିକା ଗୁରୁତର ଭାବେ ଆହତ ହୋଇଛି । ଏହି ଆକ୍ରମଣ ଘଟଣା ଏକ ସିସିଟିଭି କ୍ୟାମେରାରେ କୈଦ (CCTV footage) ହୋଇଯାଇଛି ଓ ପୋଲିସର ତଦନ୍ତରେ ସାହାଯ୍ୟ କରିଛି ।
ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୋରାଦାବାଦରେ (Moradabad) । ଭାଇରାଲ୍ ହେଉଥିବା ଭିଡିଓରେ (Viral Video) ଦେଖାଯାଉଛି ନାବାଳକ କେମିତି ଅତି ନିର୍ଦୟ ଭାବେ ଝିଅଟି ବିଧା ଓ ଗୋଇଠା ମାରୁଛି ଓ ସେ ତଳେ ପଡ଼ିଯିବା ପରେ ତାକୁ ମାରି ଚାଲିଛି । ତା’ ଅଶ୍ଳୀଳ କାର୍ଯ୍ୟକଳାପର ବିରୋଧ କରିଥିବାରୁ ନାବାଳକ ଜଣକ ଝିଅଟିକୁ ଏମିତି ମାଡ଼ ମାରିଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୨ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଥିଲେ । ମୋରାଦାବାଦର ମଝୌଲା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ନାବାଳିକା ଝିଅଟି ଭୀଷଣ ଆହତ ହୋଇଥିଲା । ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ନାବାଳକ ଜଣକ ଝିଅଟିକୁ ହତ୍ୟା କରିବା ପରି ଉଦ୍ଦାମତା ସହ ମାଡ଼ ମାରୁଛି । ଝିଅଟି ଅଚେତ ହୋଇ ପଡ଼ିଯିବା ପରେ ନାବାଳକ ନିଜ ମୋଟର ସାଇକେଲରେ ସେଠାରୁ ଚାଲିଯାଉଥିବା ଦେଖାଯାଉଛି ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେ
ଝିଅଟି ଏହି ଆକ୍ରମଣରେ ଗୁରୁତର ଆହତ ହେବା ପରେ ତା’ ବାପା ଥାନାରେ ଏକ ଅଭିଯୋଗ କରିଥିଲେ, ହେଲେ ପୋଲିସ କେବଳ ଏକ ରିପୋର୍ଟ ପଞ୍ଜୀକୃତ କରି ଚୁପ୍ ରହିଥିଲା । ପରେ ଏହି ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ୍ ମିଳିବା ପରେ ପୋଲିସ ଜାଗି ଉଠିଛି ଓ ଆକ୍ରମଣକାରୀ ନାବାଳକକୁ ଗିରଫ କରିଛି । ସିସିଟିଭି ଫୁଟେଜ୍ ମିଳିବା ପରେ ପୋଲିସର ଉଦାସୀନତା ବିରୁଦ୍ଧରେ ସ୍ଥାନୀୟ ଲୋକେ ସ୍ୱର ଉତ୍ତୋଳନ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ନ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଓ ୨ ଝିଅଙ୍କୁ ଫାର୍ସାରେ ହାଣିଲା
‘‘ପୀଡ଼ିତା ଝିଅଟିକୁ ପ୍ରଥମେ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତା’ ଅବସ୍ଥା ଗୁରୁତର ହେବାରୁ ତାକୁ ଏକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତା’ ବାପାଙ୍କୁ ଡାକି ଆଉ ଥରେ ଏକ ଏଫ୍.ଆଇ.ଆର୍. ଲେଖାଯାଇଛି ଓ ଅଭିଯୁକ୍ତ ବିରୋଧରେ ଆଇ.ପି.ସି.ର ଦଫା ୩୭୬ (ବଳାତ୍କାର), ୩୫୪ (କ) ଓ ୩୨୩, ୩୫୪ (ଖ) ଓ ୫୧୧ ଏବଂ ପୋକ୍ସୋ ଆଇନର ଦଫା ଅନୁସାରେ ଏକ ମାମଲା ରୁଜୁ କରାଯାଇଛି,’’ କହିଛନ୍ତି ମଝୌଲା ଥାନା ଅଧିକାରୀ ମୁକେଶ ଶୁକ୍ଳା ।
ଏହି ଅମାନୁଷିକ ଆକ୍ରମଣ କରିବା ପରେ ନାବାଳକ ଜଣକ ଫେରାର ହୋଇଯାଇଥିଲା । ହେଲେ ପୋଲିସ ତାକୁ ଧରିବାକୁ କେତେକ ସ୍ଥାନରେ ଚଢ଼ାଉ କରି ତାକୁ ଗିରଫ କରିଥିଲା ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।