ସରକାର WhatsApp କୁ ନୂତନ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ: ସୂତ୍ର

WhatsApp Privacy Policy: ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ବାଟସଆପ୍କୁ ଏହାର ନୂତନ ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି ଓ ଏହାର ଉତ୍ତର ଦେବାକୁ କମ୍ପାନୀକୁ ୭ ଦିନ ଅର୍ଥାତ୍ ମେ ୨୫ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ସରକାର WhatsApp କୁ ନୂତନ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ: ସୂତ୍ର
ସରକାର WhatsApp କୁ ନୂତନ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ହ୍ବାଟସଆପ୍ ଏହାର ନୂତନ ପ୍ରାଇଭେସି ପଲିସି ବିଷୟରେ ନିରନ୍ତର ଆଲୋଚନା କରୁଛି ଓ ବର୍ତ୍ତମାନ ଆଇଟି ମନ୍ତ୍ରଣାଳୟ ହ୍ବାଟସଆପ୍କୁ ଏହାର ନୂତନ ପ୍ରାଇଭେସି ପଲିସୀ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । ହ୍ବାଟସଆପ୍ ପଲିସି ସମ୍ପର୍କରେ ଦିଲ୍ଲୀ ହାଇ କୋର୍ଟ କେନ୍ଦ୍ର ସରକାର ଓ ହ୍ବାଟସଆପ୍ ଠାରୁ ଉତ୍ତର ମାଗିଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ବାଟସଆପ୍କୁ ଏହାର ନୂତନ ପଲିସୀ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । କମ୍ପାନୀକୁ ଜବାବ ଦେବାକୁ କେନ୍ଦ୍ର ସରକାର ଆସନ୍ତା ୭ ଦିନ ଅର୍ଥାତ ମେ' ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ଓ ଯଦି କୌଣସି ପ୍ରତିକ୍ରିୟା ନ ମିଳେ ତେବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ଦ୍ୱାରା ମେ' ୧୮ ରେ ଏକ ଚିଠି ମଧ୍ୟ ପଠାଯାଇଛି । ଆଇଟି ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ହ୍ବାଟସଆପ୍ ପ୍ରାଇଭେସିର ପଲିସି ପରିବର୍ତ୍ତନ ପ୍ରାଇଭେସି, ଡାଟା ସୁରକ୍ଷା ଓ ଭାରତୀୟ ନାଗରିକଙ୍କ ଅଧିକାରକୁ ନଷ୍ଟ କରିଥାଏ । ହ୍ବାଟସଆପ ନୂତନ ପ୍ରାଇଭେସି ପଲିସୀ ମେ' ୧୫ ରୁ କାର୍ଯ୍ୟକାରୀ ହୋଇଛି ।

ହ୍ବାଟସଆପ୍ ଏହା ଉପରେ କହିଛି ଯେ ଯଦି ଉପଭୋକ୍ତା ନିଜର ନୂତନ ପ୍ରାଇଭେସି ପଲିସୀ ଯଦି ଗ୍ରହଣ ନକରନ୍ତି ତେବେ ସେ ଆକାଉଣ୍ଟ ରଦ୍ଦ କରିବେ ନାହିଁ କିନ୍ତୁ ଧୀରେ ଧୀରେ କିଛି ଫିଚର ବନ୍ଦ କରିବେ । ଏହାର ଅର୍ଥ ହେଉଛି ଯେଉଁ ଉପଭୋକ୍ତାମାନେ ନୂତନ ପଲିସୀ ଗ୍ରହଣ ନ କରିବେ ତାଙ୍କୁ କମ୍ପାନୀ ସୀମିତ କାର୍ଯ୍ୟକାରିତା ମୋଡରେ ରଖିବ ।

ଏହା ସହିତ ହ୍ବାଟସଆପ୍ ଆପଣଙ୍କ ଫୋନକୁ ବାର୍ତ୍ତା ଓ କଲ ପଠାଇବା ବନ୍ଦ କରିବ ଓ ଉପଭୋକ୍ତାମାନେ ସେମାନଙ୍କ ହ୍ବାଟସଆପରେ ମେସେଜ୍ ପଢିବା କିମ୍ବା ଉତ୍ତର ଦେବାରେ ସକ୍ଷମ ହେବେ ନାହିଁ ।

ହ୍ବାଟସଆପ୍ ବ୍ୟବହାରକାରୀଙ୍କ ଆକାଉଣ୍ଟରେ ଥିବା ଅଡିଓ ଓ ଭିଡିଓ କଲିଂ ତୁରନ୍ତ ବନ୍ଦ ହେବ ନାହିଁ । ମେ ୧୫ ପରେ ହ୍ବାଟସଆପ୍ ପ୍ରାଇଭେସି ପଲିସୀ ଗ୍ରହଣ କରିବାକୁ ଉପଭୋକ୍ତାମାନଙ୍କୁ ଅଧିକ ସମୟ ଦେବାକୁ କମ୍ପାନୀ ନିଷ୍ପତ୍ତି ନେଇଛି । ଏପରି ପରିସ୍ଥିତିରେ ନୂତନ ପଲିସୀ ଗ୍ରହଣ କରିବାକୁ ୧୫ ମଇ ପରେ ହ୍ବାଟସଆପ୍ ବ୍ୟବହାରକାରୀଙ୍କୁ ବିଜ୍ଞପ୍ତି ପଠାଇବ । ଏହା ପରେ କାର୍ଯ୍ୟକୁ ସୀମିତ କରିବା ପାଇଁ ପଦକ୍ଷେପ ନିଆଯିବ ।
Published by: Jagdish Barik
First published: May 19, 2021, 4:35 PM IST