MSPକୁ ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି
News18 Odia Digital
Ministry Of Agriculture: ସର୍ବନିମ୍ନ ସମର୍ଥନ ମୂଲ୍ୟ ସମ୍ପର୍କରେ ସୋମବାର କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଏମଏସପି ଓ ଚାଷୀଙ୍କ ଅନ୍ୟାନ୍ୟ ଦାବି ଉପରେ ସରକାର ଏକ କମିଟି ଗଠନ କରିଛନ୍ତି।
ଜିରୋ ବଜେଟ୍ ଭିତ୍ତିକ କୃଷିକୁ ପ୍ରୋତ୍ସାହିତ କରିବା, କ୍ରପ୍ ଢାଞ୍ଚା ବଦଳାଇବା ଓ ସର୍ବନିମ୍ନ ସହାୟତା ମୂଲ୍ୟକୁ ଅଧିକ ପ୍ରଭାବଶାଳୀ ଓ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।
କମିଟିର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ କୃଷି ସଚିବ ସଞ୍ଜୟ ଅଗ୍ରୱାଲ। ଏଥିରେ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ, କୃଷି ଅର୍ଥନୀତିଜ୍ଞ ଡକ୍ଟର ସିଏସସି ଶେଖର ଓ ଡକ୍ଟର ସୁଖପାଲ ସିଂ, ଜାତୀୟ ପୁରସ୍କାର ପ୍ରାପ୍ତ କୃଷକ ଭରତ ଭୂଷଣ ତ୍ୟାଗୀ, କୃଷକଙ୍କ ପ୍ରତିନିଧୀ, ସଂଯୁକ୍ତ କିସାନ ମୋର୍ଚ୍ଚାର ତିନିଜଣ ସଦସ୍ୟ, ଅନ୍ୟ କୃଷକ ସଦସ୍ୟମାନେ ଗୁଣବନ୍ତ ପାଟିଲ, କୃଷ୍ଣବୀର ଚୌଧୁରୀ, ପ୍ରମୋଦ କୁମାର ଚୌଧରୀ, ଗୁନି ପ୍ରକାଶ, ସୟଦ ପାଶା ପଟେଲ ଅନ୍ତର୍ଭୁକ୍ତ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।