ମହିଳାଙ୍କୁ ମାଡ଼ ମାରିଲେ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ବାଙ୍ଗାଲୋର: କର୍ଣ୍ଣାଟକ ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନା ଜଣେ ମହିଳାଙ୍କୁ ଚାପୁଡ଼ା ମାରିଛନ୍ତି। କିନ୍ତୁ ମହିଳା ଜଣଙ୍କ ତାଙ୍କୁ ମୁଣ୍ଡିଆ ମାରିଛନ୍ତି।
ଶନିବାର ଦିନ ମନ୍ତ୍ରୀ ଜମି ମାଲିକାନା ଦଲିଲ ବାଣ୍ଟିବାକୁ ଚାମରାଜ ଜିଲ୍ଲାର ହଙ୍ଗଲା ଯାଇଥିଲେ। ୨୫୦ଜଣ ଏହି ଦଲିଲ ପାଇଥିଲେ ମଧ୍ୟ ଜଣେ ମହିଳା ଏଥିରୁ ବଞ୍ଚିତ ହୋଇଥିଲେ, ଯେଉଁଥିପାଇଁ ମହିଳା ଜଣଙ୍କ କ୍ରୋଧିତ ମଧ୍ୟ ହୋଇଥିଲେ। ଏହା ପରେ ମନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଚାପୁଡ଼ା ମାରିବା ସତ୍ତ୍ୱେ ମହିଳା ମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।
ଏହି କାର୍ଯ୍ୟକ୍ରମ ପାଇଁ ସୋମନା ଅପରାହ୍ନ ୩ଟା ରେ ପହଞ୍ଚିବାର ଥିଲା, କିନ୍ତୁ ସେ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ୧୭୫ ଜଣଙ୍କୁ ଜମିର ମାଲିକାନା ପ୍ରଦାନ କରିଥିଲେ। ଯେତେବେଳେ ଚାପୁଡ଼ା ମାରିଥିବା ମହିଳା ମାଲିକାନା ପାଇଲା ନାହିଁ, ସେତେବେଳେ ସେ କ୍ରୋଧିତ ହୋଇଗଲେ। ଏହି ସମୟରେ ମନ୍ତ୍ରୀ ସୋମନା ତାଙ୍କୁ ଚାପୁଡ଼ା ମାରିଥିଲେ। ତେବେ ପରେ ମନ୍ତ୍ରୀ ମଧ୍ୟ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।