ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କୃଷକଙ୍କ ଉପରେ କାର୍ ଚଢ଼ାଇବା ମାମଲା: ମନ୍ତ୍ରୀଙ୍କ ପୁଅ କହିଥିଲେ, ‘ଚାଲ୍, ତାଙ୍କୁ ମଜା ଚଖେଇବା’

କୃଷକଙ୍କ ଉପରେ କାର୍ ଚଢ଼ାଇବା ମାମଲା: ମନ୍ତ୍ରୀଙ୍କ ପୁଅ କହିଥିଲେ, ‘ଚାଲ୍, ତାଙ୍କୁ ମଜା ଚଖେଇବା’

Minister Ajay Mishra’s son allegedly said “let’s teach the farmers a lesson” in Lakhimmpur Kheri | ଲଖୀମପୁର ଖେରୀରେ କୃଷକମାନଙ୍କ ଉପରେ ଜାଣିଶୁଣି ଚଢ଼ିଯାଇ ଆଗକୁ ଯିବା ପରେ ଜିପ୍ ଓଲଟି ପଡି଼ଥିଲା । ‘‘ତା’ ପରେ ଭିଡ଼ ଆକ୍ରମଣ କରିବା ଆରମ୍ଭ କରିଥିଲା… ଗାଡ଼ିରୁ ଓହ୍ଲାଇ ମୁଁ ଓ କାଲେ ଭିଡ଼ ଉପରକୁ ଗୁଳି ଚଳାଇଥିଲୁ,’’ ପୋଲିସକୁ କହିଛି ଅଙ୍କିତ ଦାସ ।

କୃଷକଙ୍କ ଉପରେ କାର୍ ଚଢ଼ାଇବା ମାମଲା: ମନ୍ତ୍ରୀଙ୍କ ପୁଅ କହିଥିଲେ, ‘ଚାଲ୍, ତାଙ୍କୁ ମଜା ଚଖେଇବା’
ଆଶିଷ ମିଶ୍ର; (ଡାହାଣ) ଅକ୍ଟୋବର ୩ରେ ଘଟଣାର ଏକ ଦୃଶ୍ୟ
  • News18 Odia
  • Last Updated: October 13, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖୀମପୁର ଖେରୀରେ ଘଟିଥିବା କୃଷକ ମୃତ୍ୟୁ ଘଟଣା ସାରା ଦେଶ ଓ ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ୍‌ ବିରୁଦ୍ଧରେ ଆନ୍ଦୋଳନ କରି ସଡ଼କ ଉପରେ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଉପରେ କାର୍‌ ଚଢ଼େଇ ନିଆଯାଇଥିଲା । ଏଥିରେ ତିନି ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା ଓ ପରେ ଏହାକୁ ନେଇ ହୋଇଥିବା ହିଂସାକାଣ୍ଡରେ ଆଉ ପାଞ୍ଚଟି ଜୀବନ ଯାଇଥିଲା । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କୃଷକମାନଙ୍କ ଉପରେ କାର୍‌ ଚଢ଼ାଇ ନେଇଥିବା ଅଭିଯୋଗ ହୋଇଥିଲା । ଏବେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି ।

ଅନ୍ୟତମ ଅଭିଯୁକ୍ତ ଅଙ୍କିତ ଦାସ ବୁଧବାର ଦିନ ଏକ ବିବୃତ୍ତି ଦେଇ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି । ସେ ଏକ ବଡ଼ ଖୁଲାସା କରିଛନ୍ତି । ପୋଲିସର ନୋଟିସ ପାଇବା ପରେ ଅଙ୍କିତ ବୁଧବାର ସକାଳ ୧୧ଟାରେ କ୍ରାଇମ ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପୋଲିସର ପଚରାଉଚରା ବେଳେ ଅଙ୍କିତ କହିଥିଲେ ଯେ ଘଟଣାର କିଛି ସମୟ ପୂର୍ବରୁ ଆଶିଷ ମିଶ୍ର, ଯାହାଙ୍କୁ ସେମାନେ ‘‘ମୋନୁ ଭୟା’’ ବୋଲି ଡାକନ୍ତି, ତାଙ୍କ ସହ ତା’ର ଏକ ଚାଉଳ ମିଲରେ ଦେଖା ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେକାର୍ ଚକ ତଳେ କୃଷକ ମୃତ୍ୟୁଘଟଣାର VIDEO ଦେଖାଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ

ଅଙ୍କିତ ତଦନ୍ତକାରୀ ପୋଲିସ ଟିମକୁ କହିଛି ଯେ ରାସ୍ତା ଉପରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ବିଷୟରେ ଯେତେବେଳେ ତାଙ୍କୁ କୁହାଗଲା, ସେ କହିଥିଲେ, ‘‘ଚାଲ, ସେମାନଙ୍କୁ ମଜା ତଚଖେଇବା ।’’ କିନ୍ତୁ ଘଟଣା ସ୍ଥଳରେ ଓ ଜିପ୍‌ ଭିତରେ ଆଶିଷଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉପରେ ଅଙ୍କିତ ଚୁପ୍ ରହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Lionfish Power: ୟାକୁ ଛୁଇଁବା ମାତ୍ରେ ମୃତ୍ୟୁ ହୁଏ; ମାତ୍ର ଇଞ୍ଚର ଏହି ମାଛ ସାକ୍ଷାତ ଯମ ଦୂତ

‘‘ଘଟଣା ଦିନ ମୁଁ ଡେପୁଟି ସି.ଏମ୍‌. କେଶବ ମୌର୍ଯ୍ୟଙ୍କୁ ସ୍ୱାଗତ କରିବାକୁ ଯାଇଥିଲି । ଥର୍‌ ଜିପ୍‌ ପଛରେ ଥିବା କଳା ରଙ୍ଗର ଫର୍ଚ୍ୟୁନର୍‌ କାର୍‌ ଶେଖର ଭାରତୀ ଚଳାଉଥିଲେ । ମୁଁ ସେହି ଗାଡ଼ିରେ ଥିଲି । ଆଗରେ ଚାଲୁଥିବା ଜିପ୍ କୃଷକମାନଙ୍କ ଉପରେ ଚଢ଼ି ସେମାନଙ୍କୁ ଦଳି ଆଗକୁ ବଢ଼ିଯାଇଥିଲା,’’ କହିଛି ଅଙ୍କିତ ।

ଆଶିଷ ମିଶ୍ର (ଫାଇଲ୍‌ ଫଟୋ)


ଏହା ବି ପଢ଼ନ୍ତୁ | Railway Jobs: ରେଳବାଇରେ ,୩୬୬ଟି ଚାକିରି ବାହାରିଛି; ଦଶମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରନ୍ତୁ

ଅଙ୍କିତ ଆହୁରି କହିଛି ଯେ କୃଷକମାନଙ୍କ ଉପରେ ଚଢ଼ି ଆଗକୁ ଯିବା ପରେ ଜିପ୍‌ ଓଲଟି ପଡି଼ଥିଲା । ହରି ଓମ୍ ମିଶ୍ର ସେହି ଜିପ୍ ଚଳାଉଥିଲେ ବୋଲି ସେ କହିଛି । ‘‘ତା’ ପରେ ଭିଡ଼ ଆକ୍ରମଣ କରିବା ଆରମ୍ଭ କରିଥିଲା । ମୁଁ ଡରିଯାଇଥିଲି । ଗାଡ଼ିରୁ ଓହ୍ଲାଇ ମୁଁ ଓ କାଲେ ଭିଡ଼ ଉପରକୁ ଗୁଳି ଚଳାଇଥିଲୁ । ତା’ ସହ ଆମେ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲୁ ।’’ କାଲେ ପ୍ରାୟ ଦଶ ବର୍ଷ ଧରି ଅଙ୍କିତ ଦାସଙ୍କ ଅଙ୍ଗରକ୍ଷୀ ତଥା ବନ୍ଧୁକଧାରୀ ଭାବରେ କାର୍ଯ୍ୟ କରିଆସୁଛି । ପୋଲିସ ତାକୁ ବି ଜେରା କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ଅବନୀତ କୌର୍ ଲେହେଙ୍ଗା ପିନ୍ଧି ଫଟୋସୁଟ୍ କରାଇଲେ; ଇଣ୍ଟରନେଟରେ ହଇଚଇ

କାଲେ କହିଛି ଯେ ଆଗରେ ଚାଲୁଥିବା ଥାର୍‌ ଜିପକୁ ହରି ଓମ୍‌ ଚଳାଉଥିଲା ଓ ସେହି ଜିପର ପାଦରଖା ଜାଗାରେ ଦୁଇ ଜଣ ଲୋକ ଠିଆ ହୋଇଥିଲେ । ଶେଖର ଭାରତୀ ଯେଉଁ ଗାଡି଼ ଚଳାଉଥିଲା ସେଥିରେ ଅଙ୍କିତ ଥିଲା ବୋଲି ସେ କହିଛି । କାଲେ ଆହୁରି କହିଛି ଯେ ଅଙ୍କିତ ପାଖରେ ପିସ୍ତଲ ଥିଲା ଓ ତା’ ପାଖରେ (କାଲେ ପାଖରେ) ରିପିଟର୍ ଗନ୍‌ ଥିଲା ।

ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲା

ପୋଲିସକୁ କାଲେ ଏହା ବି କହିଛି ଯେ ଯେତେବେଳେ ଚାଷୀମାନେ ତାକୁ ଘେରି ଯାଇଥିଲେ ସେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଏବେ ପୋଲିସ ସେ ଦୁହିଁଙ୍କୁ ରିମାଣ୍ଡରେ ନେଇ ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍‌ ଓ ବନ୍ଧୁକ ଉଦ୍ଧାର କରିବ ।
Published by: Anand S.T. Das
First published: October 13, 2021, 11:53 PM IST