ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ କୁକୁରଙ୍କ ପାଇଁ ରହିଛି ବିଳାସପୂର୍ଣ୍ଣ ଫ୍ଲାଟ; ତଦନ୍ତ କରୁଛି ED

ଡାଏମଣ୍ଡ ସହରରେ ପାର୍ଥଙ୍କ ତିନୋଟି ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଏହି ଫ୍ଲାଟଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ଏପରି ଥିଲା, ଯେଉଁଥିରେ କେବଳ ପାର୍ଥ ଚାଟାର୍ଜୀଙ୍କ ପୋଷା କୁକୁରମାନେ ରହୁଥିଲେ।

ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ (ପ୍ରତୀକାତ୍ମକ ଛବି)

ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Edacheri
  • Share this:
News18 Odia Digital

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ ସହ ଜଡିତ ମାମଲାରେ ଇଡି ବର୍ତ୍ତମାନ ନୂଆ ଖୁଲାସା କରୁଛି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଡାଏମଣ୍ଡ ସହରରେ ପାର୍ଥଙ୍କ ଆଉ ତିନୋଟି ବଙ୍ଗଳା ରହିଛି।  ଏହି ବଙ୍ଗଳାଗୁଡ଼ିକ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଥିଲା। କେବଳ ଏତିକି ନୁହେଁ, ଏହି ବିଳାସପୂର୍ଣ୍ଣ ଫ୍ଲାଟଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ଏପରି ଥିଲା, ଯେଉଁଥିରେ କେବଳ ପାର୍ଥ ଚାଟାର୍ଜୀଙ୍କ ପୋଷା କୁକୁରମାନେ ରହୁଥିଲେ।

ଏହି ଫ୍ଲାଟରେ ପାର୍ଥଙ୍କ କୁକୁର ମାନେ ରହୁଥିଲେ


ଇଡି ବର୍ତ୍ତମାନ ଅନୁସନ୍ଧାନ କରୁଛି। ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ପାର୍ଥ ଚାଟାର୍ଜୀଙ୍କ ପାଖରେ ଅନେକ ସମ୍ପତ୍ତି ଥିଲା। ଇଡି ସୂତ୍ରରୁ ପ୍ରକାଶ ଯେ ପାର୍ଥା ଚାଟାର୍ଜୀ ଫ୍ଲାଟ ନମ୍ବର ୧୮ / D, ୧୯ / D ଓ ୨୦ / D ର ମାଲିକ ଥିଲେ। ଏହି ତିନୋଟି ଫ୍ଲାଟ ଡାଏମଣ୍ଡ ସହରରେ ଥିଲା। ସେଥିରୁ ଗୋଟିଏ ଫ୍ଲାଟରେ ଅର୍ପିତା ମୁଖାର୍ଜୀ ରହୁଥିଲେ।

ପାର୍ଥ ଡାଏମଣ୍ଡ ସିଟିରେ ତିନୋଟି ଫ୍ଲାଟ କିଣିଥିଲେ


ଇଡି ଅନୁଯାୟୀ, ୬୯ ବର୍ଷୀୟର ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ପାଖରେ ଆହୁରି ଅନେକ ଫ୍ଲାଟ ଅଛି। ଏହା ବ୍ୟତୀତ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ ମିଳିତ ଭାବେ ବୋଲପୁରର ଶାନ୍ତିନିକେତନରେ ଏକ ଆପାର୍ଟମେଣ୍ଟ ନେଇଥିଲେ।  ସୂଚନାନୁସାରେ, ଶାନ୍ତିନିକେତନଙ୍କ ୭ଟି ଘର ଓ ଆପାର୍ଟମେଣ୍ଟରେ ମଧ୍ୟ ତଦନ୍ତ ଚାଲିଛି।

ଶନିବାର ଦିନ ସ୍କୁଲ ସେବା ଆୟୋଗ (ଏସଏସସି) ସ୍କାମରେ ୨୬ ଘଣ୍ଟା ପଚରାଉଚରା ପରେ ଇଡି ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଗିରଫ ପରେ ପାର୍ଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଦର୍ଶାଇଥିଲା। ଏହା ପରେ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରୁ ତାଙ୍କୁ କୋଲକାତାର SSKM ହସ୍ପିଟାଲକୁ ରେଫର୍ କରାଯାଇଥିଲା।
Published by:Soumya Das
First published: