ଡ୍ରାଗନର ଜାସୁସ ନଜର! ଭାରତରେ ଛାଡିଛି ୧୦ଲକ୍ଷ ଗୁପ୍ତଚର

ଭାରତର ମୁକାବିଲା କରିପାରୁନି ଚୀନ। ସେଥିପାଇଁ ଚାଇନା ସିସିଟିଭି ଓ ମୋବାଇଲକୁ ଶସ୍ତ୍ର ଭାବେ ବ୍ୟବହାର କରୁଛି।

ଡ୍ରାଗନର ଜାସୁସ ନଜର!

ଡ୍ରାଗନର ଜାସୁସ ନଜର!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Indian Army Chinese Mobile: ଭାରତ(India)ର ମୁକାବିଲା କରିପାରୁନି ଚୀନ(China)। ସେଥିପାଇଁ ବେଜିଂ ଗୁଇନ୍ଦାଗିରି ଚଳାଇଛି। ଏଥିପାଇଁ ସିସିଟିଭି(CCTV) ଓ ମୋବାଇଲ(Mobile)କୁ ଶସ୍ତ୍ର ଭାବେ ବ୍ୟବହାର କରୁଛି। ଚୀନ ଏଥିପାଇଁ ଭାରତରେ ଗୁପ୍ତଚର ଛାଡିଛି। କହିବା ବାହୁଲ୍ୟ ଯେ, ଭାରତରେ ଚୀନ୍‌ର ୧୦ ଲକ୍ଷ ସିସିଟିଭି କାମ କରୁଛି। ସିସିଟିଭିରେ ନଜର ରଖିଛି ବେଜିଂ। ଏନେଇ ଆଇଟି ମନ୍ତ୍ରାଳୟ ଆଲର୍ଟ ହୋଇଛି। ସେପଟେ ୧୧ଟି ଚାଇନା ବ୍ରାଣ୍ଡର ମୋବାଇଲ ବ୍ୟବହାର ନକରିବାକୁ ତିନି ସେନା କର୍ମଚାରୀଙ୍କୁ ଦିଆଯାଇଛି ପରାମର୍ଶ।


ଭାରତର ପ୍ରତ୍ୟେକ ଗତିବିଧି ଉପରେ ଡ୍ରାଗନ ନଜର ରଖୁଛି। ଏକଥା ଜଣାପଡିବା ପରେ ଚୀନର କାର୍ଯ୍ୟକଳାପ ଉପରେ କେନ୍ଦ୍ର ସରକାକରଙ୍କ ଆଇଟି ମନ୍ତ୍ରଣାଳୟ ନଜର ରଖିଛି। ଖବର ଅନୁସାରେ ମେଡ୍ ଇନ୍ ଚାଇନା ସିସିଟିଭିକୁ ଡ୍ରାଗନ ନିଜର ଗୁପ୍ତଚର ଭାବରେ ବ୍ୟବହାର କରୁଛି। ଦେଶରେ ୧୦ ଲକ୍ଷ ସିସିଟିଭି କ୍ୟାମେରା ରହିଛି, ଯାହାକି ସାଇବର ସୁରକ୍ଷା ପାଇଁ ବିପଦ। ଶସ୍ତା ହେତୁ ଭାରତ ଚାଇନିଜ୍ ସିସିଟିଭି କିଣୁଛି, ଯାହା ଆମ ଦେଶର ସୁରକ୍ଷା ପାଇଁ ବିପଦ ହୋଇପାରେ। ସେଥିପାଇଁ କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାକୁ ଗୁରୁତର ସହ ନେଇଛି। ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଗ ଇରିଙ୍ଗ ବିପଦ ଆଶଙ୍କା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୀନ୍ ନିର୍ମିତ ସିସିଟିଭି ଉପରେ କଟକଣା ଲଗାଇବାକୁ ଅନୁରୋଧ କରିଛନ୍ତି। ଚିଠି ଲେଖି ବିଧାୟକ ନିନୋଗ ଚାଇନା ସିସିଟିଭି ବ୍ୟବହାର ନକରିବାକୁ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ଭଳି ଦେଶ ଚୀନ୍ ସିସିଟିଭି ଉପରେ କଟକଣା ଲଗାଇଛନ୍ତି।



ସେପଟେ ସିସିଟିଭି ପରେ ଚାଇନା ମୋବାଇଲ ଟେନସନ। ଚୀନର ମୋବାଇଲ କମ୍ପାନୀ ଆମ ଦେଶର ବଜାରକୁ ଦଖଲ କରିସାରିଥିବା ବେଳେ ଭାରତୀୟ ସାମରିକ ବାହିନୀର ଅଫିସର ଓ ଯବାନମାନେ ବି ଚୀନ ତିଆରି ମୋବାଇଲ ବ୍ୟବହାର କରୁଛନ୍ତି। ହେଲେ ଏସବୁ ମୋବାଇଲ ମାଧ୍ୟମରେ ଗୋପନ ତଥ୍ୟ ଲିକ ହେବା ଆଶଙ୍କା ରହିଥିବା ନେଇ ସତର୍କ କରାଇଛି ସେନା। ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ଯବାନଙ୍କ ଦ୍ୱାରା ଚୀନ୍ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସାମରିକ ଗୁଇନ୍ଦା ଏଜେନ୍ସିମାନେ ଆଡଭାଇଜରି ଜାରି କରିଛନ୍ତି। ୧୧ଟି ଜଣାଶୁଣା ଚାଇନିଜ୍ ମୋବାଇଲ୍ ବ୍ରାଣ୍ଡ୍ ବ୍ୟବହାର ଉପରେ ସତର୍କତା ଅବଲମ୍ବନ କରିବା ସହ ଅନ୍ୟ ଦେଶର ଫୋନ ବ୍ୟବହାର କରିବାକୁ କୁହାଯାଇଛି। ଅବଶ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏଭଳି ଆଡଭାଇଜରି ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଏକାଧିକ ଥର ସତର୍କତା ଜାରି କରାଯାଇଛି ।

କେବଳ ସୀମା କାହିଁକି ଆମ ଜୀବନରେ ମଧ୍ୟ ଅନୁପ୍ରବେଶ କଲାଣି ଚୀନ। ତେଣୁ ସତର୍କତା ନରହିଲେ ବିପଦ ନିଶ୍ଚିତ ।
Published by:Soumya Das
First published: