ସିକିମରେ ସକାଳୁ ଭୂମିକମ୍ପ ଅନୂଭୁତ
- News18 Odia
- Last Updated :
- New Delhi, India
News 18 Odia Digital
ଗ୍ୟାଙ୍ଗଟକ: ଗତକାଲି ଗୁଜୁରାଟ(Gujarat) ଓ ଆସାମରେ(Assam) ଭୂମିକମ୍ପ ହୋଇଥିବା ବେଳେ ଆଜି ସିକ୍କିମ୍ରେ(Sikkim) ଭୂମିକମ୍ପ ହୋଇଛି।ସୂଚନା ଅନୁଯାୟୀ ୪.୩ ତୀବ୍ରତାର ଭୂମିକମ୍ପ ହୋଇଛି। ନ୍ୟାସ୍ନାଲ ସେଣ୍ଟର ଫର୍ ସେସ୍ମୋଲୋଜି(ଜାତୀୟ ଭୂବିଜ୍ଞାନ କେନ୍ଦ୍ରର)ରୂ ସୂଚନା ଅନୁଯାୟୀ ୟୁକ୍ସୋମ(Yuksom town) ଉତ୍ତରପଶ୍ଚିମାଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି।
ତେବେ ଗତକାଲି ଆସାମର ନାଗାଓଁରେ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୦ ରହିଥିଲା। ଅପରାହ୍ନ ୪.୧୮ ବେଳେ ନାଗାଓଁରେ ଭୂମିକମ୍ପ ହୋଇଥିବା ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର(NCS) ସୂଚନା ଦେଇଥିଲା। ସେହିପରି ଶନିବାର ଗୁଜୁରାଟର ସୁରତରେ ମଧ୍ୟ ୩.୮ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା। ଏହି ଭୂମିକମ୍ପ ୫.୨ କିମି ଗଭୀରରେ ଉତ୍ପନ ହୋଇଥିଲା ବୋଲି ISR କହିଥିଲା। ତେବେ ଏଥିରେ ସହରର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
https://odia.news18.com/news/entertainment/bigg-boss-16-winner-mc-stan-won-bigg-boss-3ssd-13022023-ssd-154107.htmlPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।