ଶେଷ ସୋଭିଏତ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ପରଲୋକ

ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।

 ମିଖାଇଲ୍ ଗୋର୍ବାଛେବ

ମିଖାଇଲ୍ ଗୋର୍ବାଛେବ

  • Share this:
News 18 Odia Digital

ମୋସ୍କ: ଶେଷ ସୋଭିଏତ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଋଷର ନ୍ୟୁଜ୍ ଏଜେନ୍ସି ସ୍ପୁଟ୍ନିକ୍ ସେଣ୍ଟ୍ରାଲ୍ କ୍ଲିନିକାଲ୍ ହସ୍ପିଟାଲର ଏକ ବିବୃତ୍ତିରେ କୁହାଯାଇଛି ଯେ ଦୀର୍ଘ ଦିନର ଅସୁସ୍ଥତା ପରେ ସେ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜୁନ୍ ମାସରୁ ଗୁରୁତର କିଡନୀ ରୋଗରେ ପୀଡିତ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଗୋର୍ଭାଚୋଭ ୟୁଏସଏସର (USSR)ଶେଷ ନେତା ଥିଲେ। ତାଙ୍କୁ ଜଣେ ଶକ୍ତିଶାଳୀ ସୋଭିଏତ୍ ନେତା ଭାବରେ ବିବେଚନା କରାଯାଉଥିଲା। ସୋଭିଏତ ରାଜନେତାଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ସମବେଦନା ଜଣାଇଛନ୍ତି ବୋଲି କ୍ରେମଲିନ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।
Published by:Soumyashree Mishra
First published: