ଦୁଃଖଦ ଖବର; ବାୟୁସେନାର ମିଗ୍ ୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ... ଦୁଇ ପାଇଲଟ ସହିଦ

ରାଜସ୍ଥାନର ୱାଡମେରରେ ଭାରତୀୟ ବାୟୁସେନାର ମିଗ୍ -21 ବିମାନ ଦୁର୍ଘଟଣାଗ୍ରସ୍ତ। ୱାଡମେର ଭୀମଡ଼ା ଗ୍ରାମରେ ମିଗ୍ -21 ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁଃଖଦ ଖବର; ବାୟୁସେନାର ମିଗ୍ ୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ... ଦୁଇ ପାଇଲଟ ସହିଦ

ଦୁଃଖଦ ଖବର; ବାୟୁସେନାର ମିଗ୍ ୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ... ଦୁଇ ପାଇଲଟ ସହିଦ

  • Share this:
News 18 Odia Digital

ନୂଆଦିଲ୍ଲୀ; ରାଜସ୍ଥାନର ୱାଡମେରରେ ଭାରତୀୟ ବାୟୁସେନାର ମିଗ୍ -21 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୱାଡମେର ଭୀମଡ଼ା ଗ୍ରାମରେ ମିଗ୍ -21 ଦୁର୍ଘଟଣାଗ୍ରସ୍ତ ହୋଇଛି । ତୀବ୍ର ଶବ୍ଦ ସହ ଲୋକମାନେ ପ୍ରଚଣ୍ଡ ଅଗ୍ନି ବାହାରୁଥିବା ନିଆଁର ଦେଖିଛନ୍ତି । ମିଗ୍ -21 ଦୁର୍ଘଟଣାର ସୂଚନା ପରେ ଗାଁରେ ଆତଙ୍କ ଖେଳିଯାଇଥିଲା । ବିମାନର ଖଣ୍ଡବିଖଣ୍ଡିତ ଅଂଶ ପ୍ରାୟ ପ୍ରାୟ କିଲୋମିଟର ପର୍ଯ୍ୟନ୍ତ ପଡ଼ିଥିଲା। ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ଉଭୟ ପାଇଲଟ ସହିଦ ହୋଇ ଯାଇଛନ୍ତି ।

ଦୁର୍ଘଟଣା ପରେ କ୍ରାସର ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ବାୟୁସେନା କହିଛି ଯେ ଦୁର୍ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ୱାଡମେର ଜିଲ୍ଲା କଲେକ୍ଟର ଲୋକ ବନ୍ଧୁ କହିଛନ୍ତି ଯେ, "ଏହା ଏକ ବାୟୁସେନା ବିମାନ ଯାହା ଭୀମଡ଼ା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଉଭୟ ପାଇଲଟ ସହିଦ ହୋଇଛନ୍ତି

ଭାରତୀୟ ବାୟୁସେନା କହିଛି ଯେ ଏହି ଦୁର୍ଘଟଣାରେ ମିଗ -21 ବିମାନର ଉଭୟ ପାଇଲଟ ପ୍ରାଣ ହରାଇଛନ୍ତି । ଏନେଇ ଭାରତୀୟ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀର ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା ମୁଖ୍ୟଙ୍କ ଶହ କଥା ହୋଇଛନ୍ତି

ଯୁଦ୍ଧ ବିମାନ ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭିଆର ଚୌଧୁରୀ ( VR Chaudhari) ଙ୍କ ସହ କଥା ହୋଇଛନ୍ତି । ବାୟୁସେନା ମୁଖ୍ୟ ତାଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି

ଏହି ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, "ରାଜସ୍ଥାନର ୱାଡମେର ନିକଟରେ ଭାରତୀୟ ବାୟୁସେନାର ମିଗ୍ -21 ବିମାନରେ ଦୁଇଜଣ ବାୟୁ ଯୋଦ୍ଧାଙ୍କର ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରୁଛି । ଦେଶ ପାଇଁ ସେମାନଙ୍କର ଅବଦାନ କେବେ ବି ଭୁଲି ହେବ ନାହିଁ। ଏହି ଦୁଃଖ ସମୟରେ ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ରହିଛି। "

ଗତକିଛି ବର୍ଷ ମଧ୍ୟରେ ଅନେକ ମିଗ୍ -21 ଦୁର୍ଘଟଣା ଗ୍ରସ୍ତ ହୋଇଛି

ମିଗ୍ ମି -21 ବିମାନ ବିମାନ ୧୯୬୦ ଦଶକରୁ ଭାରତୀୟ ବାୟୁସେନା ଦ୍ୱାରା ସାମିଲ ହେବା ଆରମ୍ଭ ହୋଇଥିଲା । ବର୍ଷ ବର୍ଷ ଧରି ବିଭିନ୍ନ ଦୁର୍ଘଟଣାରେ ଭାରତୀୟ ବାୟୁସେନା ଅନେକ ମିଗ -21 ବିମାନ ଏବଂ ଅନ୍ୟାନ୍ୟ ବିମାନ ହରାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନାରେ ମିଗ୍ -21 ବିମାନର ପ୍ରାୟ ୬ ଟି ସ୍କ୍ୱାଡ୍ରନ୍ ଅଛି ଏବଂ ଗୋଟିଏ ସ୍କ୍ୱାଡ୍ରନରେ ପ୍ରାୟ ୧୮ ଟି ବିମାନ ରହିଥାଏ ।
Published by:Soubhagya Mishra
First published: