MIG 21 Crash: ରାଜସ୍ଥାନ ହନୁମାନଗଡ଼ରେ ଘର ଉପରେ ଖସି ପଡ଼ିଲା ବାୟୁସେନା ବିମାନ, ୩ ମୃତ
- News18 Odia
- Last Updated :
- Rajasthan, India
News18 Odia Digital
IAF's MiG-21 crashes near Hanumangarh in Rajasthan
ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ହନୁମାନଗଡ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ଫାଇଟର ଜେଟ୍ । ପାଇଲଟ ସୁରକ୍ଷିତ ଥିବା ବେଳେ ଖସିପଡିଥିବା ଗାଁରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି । ଆଉ ୩ ଜଣ ଗ୍ରାମବାସୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ସୁରତଗଡରୁ ଉଡାଣ ଭରିଥିଲା ବିମାନ । ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା MIG-21 । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ । ଦୁର୍ଘଟଣା ଘଟିବା ପରେ ପାଇଲଟ ପାରାସୁଟ୍ ସାହାଯ୍ୟରେ ବିମାନରୁ ଡେଇଁପଡିଥିଲେ । ବିମାନଟି ନିୟନ୍ତ୍ରଣ ହରାଇ ଏକ ଘର ଉପରେ ଖସି ପଡିଥିଲା । ଏହି ଘଟଣାରେ MIG-21 ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପାଇଲଟ ଏବଂ ଅନ୍ୟ ଆହତମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣା କାହିଁକି ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ବାୟୁସେନାର ଦୁଇଟି ଲଢୁଆ ବିମାନ ସୁଖୋଇଏସୟୁ-୩୦ ଏବଂ ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ଜଣେ ପାଇଲଟଙ୍କ ଜୀବନ ଚାଲିଯାଇଥିଲା । ସେହିପରି ୧୯୭୧-୭୨ ମସିହାରୁ ଏଯାଏଁ ୪୦୦ରୁ ଅଧିକ MIG-21 ଫାଇଟର ଜେଟ୍ କ୍ରାସ କରିଛି । ଯେଉଁଥିରେ ୨୦୦ରୁ ଅଧିକ ପାଇଟଲଙ୍କ ଜୀବନ ଯାଇଛି । ୫୦ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି ।...
Published by:nihar panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।