ଅଧା ରାସ୍ତାରେ ଧୋକାଦେଲା ଅର୍ଦ୍ଧାଙ୍ଗିନୀ, ଶାଶୂ ଘର ପହଞ୍ଚିବା ପୂର୍ବରୁ କାର୍‌ରୁ ଓହ୍ଲାଇ କନ୍ୟା ଫେରାର !

Bihar News: ଅଧା ରାସ୍ତାରେ ଧୋକାଦେଲା ଅର୍ଦ୍ଧଙ୍ଗିନୀ, ଶାଶୂ ଘର ପହଞ୍ଚିବା ପୂର୍ବରୁ କାର୍‌ରୁ ଓହ୍ଲାଇ କନ୍ୟା ଫେରାର !

Bihar News: ଅଧା ରାସ୍ତାରେ ଧୋକାଦେଲା ଅର୍ଦ୍ଧଙ୍ଗିନୀ, ଶାଶୂ ଘର ପହଞ୍ଚିବା ପୂର୍ବରୁ କାର୍‌ରୁ ଓହ୍ଲାଇ କନ୍ୟା ଫେରାର !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Bihar News: ରାସ୍ତାରେ ବର-କନ୍ୟାଙ୍କ ହାଇ ଭୋଲ୍‌ଟେଡ ଡ୍ରାମା । ବିବାହ ପରେ ବର ସହ ଗାଡ଼ି ଆସୁଥିଲେ କନ୍ୟା, ହଠାତ ଅଧା ବାଟରେ ଓହ୍ଲାଇ ଅପରହଣ ଅଭିଯୋଗ ଆଣିଲେ । କେବଳ ସେତିକି ନୁହଁ ମହିଳା ଜଣଙ୍କ ଅପହରଣ ନାଁରେ ହୋହଲ୍ଲା କରି ଶତାଧିକ ଲୋକଙ୍କୁ ଏକାଠି କଲେ । ଘର ଲୋକ ବି ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଚା କଲେ ତଥାପି ସେ ଶାଶୂ ଘର ଯିବାକୁ ରାଜି ହେଲେନି । ଅଧବାଟରୁ ବାଇକ୍‌ରେ ବସି ନିଜ ଘରକୁ ଫେରିଗଲେ ନବ ବଧୂ । ପ୍ରେମ ବ୍ୟାପାରକୁ ନେଇ ଏହା ଘଟିଥିବା ସନ୍ଦେହ କରାଯାଉଛି ।

ଘଟଣାଟି ନାଟକୀୟ ଲାଗୁଥିଲେ ସତ । ବିହାର ସମସ୍ତୀପୁରା ବିଶନପୁରରେ ଏହି ନାଟକ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବୋଝା ଡିହ ଗାଁକୁ ଅଙ୍ଗାର ଘାଟ ଅଞ୍ଚଳର ଡିହୁଲିରୁ ବରଯାତ୍ରୀ ଆସିଥିଲା । ବିବାହ ବି ବଡ଼ ଧୁମଧାମରେ ହୋଇଥିଲା । ସମସ୍ତ ରୀତିନୀତି ସହ ବର ସହ ଝିଅକୁ ଘର ଲୋକ ବିଦା ମଧ୍ୟ କରିଥିଲେ । ସବୁ କିଛି ଠିକ୍‌ ଠାକ ଚାଲିଥିଲା, ଆଉ କିଛି ସମୟ ପରେ ନବ ଦମ୍ପତି ଗୃହ ପ୍ରବେଶ କରିଥାନ୍ତେ । ହେଲେ ହଠାତ ବିଶନପୁର ହନୁମାନ ମନ୍ଦିର ନିକଟରେ କନ୍ୟା ଜଣକ ଗାଡ଼ି ଅଟକାଇବାକୁ କହି ଓହ୍ଲାଇଗଲେ ଓ କିଡ୍‌ନାପିଂ (Kidnaping) ଅଭିଯୋଗ ଆଣିବା ସହ ଚିଲ୍ଲାଇଥିଲେ । ସେ ପାଟି କରି ସାହାଯ୍ୟ ମାଗିବା ପରେ ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଅନେକ ସମୟ ଧରି ବିଚ୍ ରାସ୍ତାରେ ପାଟି ତୁଣ୍ଡ ଚାଲିଲା । ଲୋକ ବି ଆଶ୍ଚର୍ଯ୍ୟ ଯେ, ବର କନ୍ୟା ବେଶରେ ଥିବା ଏ ଦୁଇଜଣଙ୍କ ମଧ୍ୟରେ କାହିଁକି ବଚସା ଚାଲିଛି । ପରେ ଜଣାପଡ଼ିଲା ଶାଶୂ ଘର ଯିବାକୁ ଅମଙ୍ଗ କନ୍ୟା । ଏନେଇ ପରିବାର ଲୋକଙ୍କୁ ଜଣାଗଲା ପରେ ସେମାନେ ମଧ୍ୟ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ହେଲେ କିଛି ଲାଭ ହେଲାନି ।

ଘଟଣାସ୍ଥଳରୁ ହିଁ କନ୍ୟା ଜଣେ ସମ୍ପର୍କୀୟଙ୍କ ସହ ବାଇକ୍‌ରେ ବସି ଘର ମୁହାଁ ହୋଇଥିଲେ । ତେବେ ସେ ଘରକୁ ଫେରିଲେ ନା ଆଉ କୋଉଠି କି କିଛି ଜଣାପଡ଼ିନି । ୨ ଘଣ୍ଟାର ଡ୍ରାମାର କାରଣ ସ୍ପଷ୍ଟ ହୋଇନଥିଲେ ବି କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବର ଦିବ୍ୟାଙ୍ଗ ଥିବା ଜଣାପଡ଼ିବା ପରେ କନ୍ୟା ଶାଶୂ ଘର ଯିବାକୁ ଅମଙ୍ଗ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ଆଉ କିଛି ଲୋକ ଏହା ପଛରେ ପ୍ରେମ ବ୍ୟାପାର ଥିବା ସନ୍ଦେହ କରୁଛନ୍ତି । ନହେଲେ ବିବାହ ସରିକି ଶାଶୂ ଘର ଯିବା ବାଟରେ କନ୍ୟା କାହିଁକି ଏତେ ପାଲା କଲେ ବୋଲି ଲୋକ ପ୍ରଶ୍ନ କରିଛନ୍ତି ।

ପଢନ୍ତୁ ଏହି ଖବର : Best Scheme: ଡାକଘରର ବଡ଼ ସ୍କିମ୍... ମାସକୁ ୧୨ ହଜାର ଜମା କରନ୍ତୁ; ମିଳିବ ୧ କୋଟି
Published by:Sujit Swain
First published: