ଯେଉଁ ଶ୍ରେଣୀରେ ପୁଅମାନେ ନାହାଁନ୍ତି ସେଠାରେ ଝିଅମାନେ ପଢିବେ: ତାଲିବାନ

ଦିନକୁ ଦିନ କଠୋର ନିୟମ ଲାଗୁ କରୁଛି ତାଲିବାନ । ଯେଉଁ ଶ୍ରେଣୀରେ ପୁଅମାନେ ପାଠ ପଢ଼ିବେ ସେହି ଶ୍ରେଣୀରେ ଝିଅମାନେ ପାଠ ପଢ଼ି ପାରିବେ ନାହିଁ ହୋଲି ତାଲିବାନ କହିଛି ।

ଝିଅମାନେ ଶ୍ରେଣୀ ବାହାରେ କାହାକୁ ଦେଖା କରିପାରିବେନି (ପ୍ରତୀକାତ୍ମକ ଛବି)

ଝିଅମାନେ ଶ୍ରେଣୀ ବାହାରେ କାହାକୁ ଦେଖା କରିପାରିବେନି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

କାବୁଲ: ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ରଖି ନିଜର ଆଧିପତ୍ୟ ଜାହିର କରୁଛି ତାଲିବାନ। ନୂଆ ତାଲିବାନ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍ନାତକୋତ୍ତର ସମେତ ମହିଳାମାନେ ସବୁ ସ୍ତରରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିପାରିବେ, କିନ୍ତୁ ଶ୍ରେଣୀ ଗୃହ ଲିଙ୍ଗ ଅନୁସାରେ ବିଭାଜିତ ହେବା ଉଚିତ ଓ ଇସଲାମିକ ପୋଷାକ ପିନ୍ଧିବା ବାଧ୍ୟତାମୂଳକ। ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଅବଦୁଲ ବାକି ହକାନୀ ଏହି ନୂତନ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର କିଛି ଦିନ ପୂର୍ବରୁ ଆଫଗାନିସ୍ତାନର ନୂତନ ଶାସକମାନେ ତାଲିବାନ ସରକାର ଗଠନ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ଜଣେ ମହିଳା ମଧ୍ୟ ନାହାଁନ୍ତି।

ହକ୍କାନି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରମାନଙ୍କୁ ହିଜାବ ପିନ୍ଧିବାକୁ ପଡ଼ିବ କିନ୍ତୁ ଏହାର ଅର୍ଥ କେବଳ ମୁଣ୍ଡର ସ୍କାର୍ଫ ପିନ୍ଧିବା କିମ୍ବା ମୁହଁ ଘୋଡ଼ାଇବା ମଧ୍ୟ ବାଧ୍ୟତାମୂଳକ ହେବ ସେ ସମ୍ପର୍କରେ ସ୍ପଷ୍ଟ କରି ନାହାଁନ୍ତି।  ଏହା ପୂର୍ବରୁ ତାଲିବାନ ମଧ୍ୟ ନିଷ୍ପତ୍ତି ନେଇଥିଲା ଯେ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀମାନଙ୍କୁ କେବଳ ମହିଳାମାନଙ୍କ ଦ୍ୱାରା ଶିକ୍ଷା ଦିଆଯାଉ ଓ ସମ୍ଭବ ହେଲେ ସେମାନେ ଭଲ ଚରିତ୍ରଯୁକ୍ତ ବୟସ୍କମାନଙ୍କୁ ନିଯୁକ୍ତ କରିପାରିବେ। ତାଲିବାନ ଆହୁରି ନିର୍ଦ୍ଦେଶ ଜାରି କରି କହିଛି ଯେ ମହିଳାମାନେ ପାଞ୍ଚରୁ ଦଶ ମିନିଟ୍ ପୂର୍ବରୁ ସେମାନଙ୍କ ପାଠ ପଢା ଶେଷ କରିବେ ଯାହା ଦ୍ୱାରା ସେମାନେ ବାହାରେ କାହାକୁ ଭେଟି ପାରିବେ ନାହିଁ।

ତାଲିବାନ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ କେବଳ ଶାରିଆ ନିୟମ ଅନୁଯାୟୀ ଆଫଗାନିସ୍ତାନରେ ସରକାର ଚାଲିବ।  ଇସଲାମିକ ଦେଶର କାହାରି ସହିତ କୌଣସି ଅସୁବିଧା ନାହିଁ, ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ଆରମ୍ଭ କରିବା ଉଚିତ।

ନିକଟରେ ତାଲିବାନ ମୁଖପାତ୍ର ସୟଦ ଜାକିରୁଲ୍ଲା ହାଶ୍ମୀ କହିଥିଲେ ଯେ ତାଙ୍କ ସରକାରରେ ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ। ଜଣେ ମହିଳା ମନ୍ତ୍ରୀ ହେବା ମାନେ ତାଙ୍କ ବେକରେ କିଛି ରଖିବା ପରି, ଯାହାକୁ ସେ ଉଠାଇ ପାରିବେ ନାହିଁ। ମହିଳାମାନେ କ୍ୟାବିନେଟରେ ରହିବା ଜରୁରୀ ନୁହେଁ। ସେମାନେ କେବଳ ପିଲା ଜନ୍ମ କରିବା ଉଚିତ। ତାହା ହେଉଛି ସେମାନଙ୍କର କାମ। ମହିଳା ପ୍ରଦର୍ଶନକାରୀ ଆଫଗାନିସ୍ତାନର ସମସ୍ତ ମହିଳାଙ୍କୁ ପ୍ରତିନିଧିତ୍ୱ କରୁନାହାଁନ୍ତି।
Published by:Soumya Das
First published: