News18 Odia Digital
କୁଏତ: ମଙ୍ଗଳବାର ଠାରୁ କୁଏତ ଭାରତ ସହିତ ସିଧାସଳଖ ବ୍ୟବସାୟିକ ବିମାନ ସେବା ଆରମ୍ଭ କରିଛି । ଦେଶର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୋମବାର ଏହି ସୂଚନା ଦେଇଥିଲା । ଗତ ମାସରେ ବିମାନ ଉଡ଼ାଣ ଆରମ୍ଭ ହେବାର ଘୋଷଣା କରାଯାଇଥିଲା । ହେଲେ ଏହାର କାର୍ଯ୍ୟକାରିତା ପାଇଁ ସମୟସୀମା ବଢ଼ାଇ ଦିଆଯାଇ ନାହିଁ। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କୁଏତ ଏପ୍ରିଲ ୨୪ରେ ଭାରତ ସହିତ ସମସ୍ତ ପ୍ରତ୍ୟକ୍ଷ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଥିଲା । ଭାରତରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବଢୁଥିବା ଦେଖି କୁଏତ ଏହି ନିଷ୍ପତ୍ତି ନେଇଥିଲା ।
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗତ ମାସରେ ଗମନାଗମନ ଯାତ୍ରୀଙ୍କ ପାଇଁ ଯାତ୍ରା ପ୍ରତିବନ୍ଧକକୁ ହ୍ରାସ କରି ଘୋଷଣା କରିଥିଲା ଯେ ଏହା ଦକ୍ଷିଣ ପୂର୍ବ ଏସିଆ ଓ ଇଜିପ୍ଟର ଅନ୍ୟ ଦେଶ ତଥା ଭାରତକୁ ବ୍ୟବସାୟିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବ । ଭାରତ ବ୍ୟତୀତ ଅନ୍ୟ ଦେଶ ଯେଉଁଠାରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ସେଥିରେ ବାଂଲାଦେଶ, ପାକିସ୍ଥାନ, ଶ୍ରୀଲଙ୍କା ଓ ନେପାଳ ଅନ୍ତର୍ଭୁକ୍ତ ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ମାସରେ ଏୟାର ବବୁଲ ବ୍ୟବସ୍ଥା ଅଧୀନରେ ୧୮ଟି ଦେଶ ସହିତ ୪୯ଟି ସହର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଏକ ଏୟାର ବବୁଲ୍ ଚୁକ୍ତି ଅନୁଯାୟୀ, ଏକ ଦେଶର ବିମାନ ସେବା ସେମାନଙ୍କ ଅଞ୍ଚଳ ମଧ୍ୟରେ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବ ।
ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ଏହି ସର୍ତ୍ତଗୁଡିକରେ ସହମତ ହେବାକୁ ପଡ଼ିବ୧. କୁଏତ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ପଡ଼ିବ। ସେମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଅନୁମୋଦନ କରାଯାଇଥିବା ଟିକା ମଧ୍ୟରୁ ଗୋଟିଏ ନେବାକୁ ପଡ଼ିବ ।
୨. କୁଏତ ନାଗରିକ, ସେମାନଙ୍କ ସମ୍ପର୍କୀୟ ଓ ଘରୋଇ ଶ୍ରମିକମାନଙ୍କୁ ଦେଶରେ ପ୍ରବେଶ ଅନୁମତି ଦିଆଯିବ ।
୩. ସମସ୍ତ ଯାତ୍ରୀଙ୍କୁ ୪୮ ଘଣ୍ଟା ମଧ୍ୟରେ କରୋନା ପରୀକ୍ଷଣର ଏକ ନେଗେଟିଭ PCR ପରୀକ୍ଷା ରିପୋର୍ଟ ଦେଖାଇବାକୁ ପଡ଼ିବ ।
୪. ଯାତ୍ରୀମାନଙ୍କ ପାଇଁ UID ଓ ଫୋନ୍ ନମ୍ବର ବ୍ୟବହାର କରି ଅଲହୋସନ୍ ଆପରେ ଡାଉନଲୋଡ୍ ଓ ପଞ୍ଜିକରଣ କରିବା ବାଧ୍ୟତାମୂଳକ ।
ୟୁଏଇ ଯିବାବେଳେ ଟିକାକରଣ ପ୍ରମାଣପତ୍ର ଦେଖାଇବା ଆବଶ୍ୟକ ନାହିଁଏଥି ସହିତ, ଭାରତ ଓ ଅନ୍ୟ ପାଞ୍ଚଟି ଦେଶରୁ ଆସୁଥିବା ସଂଯୁକ୍ତ ଆରବ ଏମିରେଟ୍ସର (ୟୁଏଇ) ବାସିନ୍ଦାମାନେ ଆଉ ଦେଶରେ ପ୍ରବେଶ କରିବା ପାଇଁ କୋଭିଡ୧୯ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟ ହେବେ ନାହିଁ । ଗଲ୍ଫ ନ୍ୟୁଜ୍ ସମ୍ବାଦ ଅନୁଯାୟୀ, ବୈଧ ୟୁଏଇ ଆବାସିକ ଭିସା ଥିବା ସମସ୍ତ ଯାତ୍ରୀଙ୍କୁ ଭାରତ, ନେପାଳ, ନାଇଜେରିଆ, ପାକିସ୍ଥାନ, ଶ୍ରୀଲଙ୍କା ଓ ଉଗାଣ୍ଡାରୁ ଦୁବାଇ ଯିବାକୁ ଅନୁମତି ଦିଆଯିବ ।
ଖବର ଅନୁଯାୟୀ, ଯାତ୍ରୀମାନଙ୍କର ଏକ ବୈଧ କୋଭିଡ ପରୀକ୍ଷା ପ୍ରମାଣପତ୍ର ରହିବା ଉଚିତ, ଯାହା ନମୁନା ସଂଗ୍ରହ ଓ ବିମାନ ଛାଡ଼ିବା ଠାରୁ ୪୮ ଘଣ୍ଟା ମଧ୍ୟରେ ରହିବା ଉଚିତ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।