- News18 Odia
- Last Updated :
- New Delhi, India
News 18 Odia Digital
Microsoft lays off: ଆର୍ଥିକ ସଙ୍କଟ ଯୋଗୁଁ କର୍ମଚାରୀ ଛଟେଇ କରିପାରେ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ। ଟ୍ୱିଟର,(Twitter) ଫେସବୁକ୍(Facebook) ଏବଂ ଆମାଜନ(Amazon) ଭଳି ବଡ଼ ବଡ଼ ସଂସ୍ଥା ଛଟେଇ କରିବା ପରେ ବର୍ତ୍ତମାନ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ମଧ୍ୟ ଛଟେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ମାଇକ୍ରୋସଫ୍ଟ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ବ୍ଲୁମବର୍ଗ ଏହାର ରିପୋର୍ଟରେ କହିଛି ଯେ ବୁଧବାର ଠାରୁ ମାଇକ୍ରୋସଫ୍ଟ ଏହାର ଇଞ୍ଜିନିୟରିଂ ବିଭାଗରେ ଛଟେଇ କରିପାରେ ।କମ୍ପାନୀର ମୁଖପାତ୍ର ଏହାକୁ ଗୁଜବ କହି ଏ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି । ନାଡେଲା କିଛି ଦିନ ପୂର୍ବରୁ ସୂଚାଇ ଦେଇଥିଲେ, କମ୍ପାନୀର କାର୍ଯ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗ୍ଲୋବାଲ ଚ୍ୟାଲେଞ୍ଜ(Global Challenge) ସାମ୍ନାରେ ମାଇକ୍ରୋସଫ୍ଟ ପ୍ରଭାବିତ ହୋଇପାରିବ ନାହିଁ ଏବଂ ଆସନ୍ତା ଦୁଇ ବର୍ଷ କମ୍ପାନୀ ପାଇଁ ସବୁଠାରୁ କଷ୍ଟସାଧ୍ୟ ହୋଇପାରେ।
ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଓ ବିଜ୍ଞାପନଦାତାଙ୍କ ବଜେଟ ହ୍ରାସ ପ୍ରଭାବରେ କେବଳ ମାଇକ୍ରୋସଫ୍ଟ ନୁହେଁ, ଅନ୍ୟାନ୍ୟ କମ୍ପାନୀ ବି କର୍ମଚାରୀ ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ସେପଟେ ଆମାଜନରେ ବି ଆରମ୍ଭ ହୋଇଛି ଛଟେଇ ପ୍ରକ୍ରିୟା । ବିଶ୍ବରେ ମୋଟ ୧୮ ହଜାର କର୍ମଚାରୀଙ୍କୁ ଆମାଜନ ଛଟେଇ କରିବା ପ୍ରକ୍ରିୟା ଜାରି ରଖିଥିବାବେଳେ ଭାରତରେ 1 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି । ଏହି ପ୍ରକ୍ରିୟାରେ ଆମାଜାନରୁ ବିଦା ହୋଇଛନ୍ତି 1 ହଜାର କର୍ମଚାରୀ । ଗତବର୍ଷ ନଭେମ୍ବରରେ ମେଟା(Meta) ୧୧ ହଜାର କର୍ମଚାରୀ ଅର୍ଥାତ ମୋଟ କର୍ମଚାରୀ ସଂଖ୍ୟାର ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ଲାଗି ଘୋଷଣା କରିଥିଲା । ଗତବର୍ଷ ଅଗଷ୍ଟରେ ସ୍ନାପଚାଟ(Snapchat) ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୦ ପ୍ରତିଶତ ଅର୍ଥାତ ୧୨ ଶହ କର୍ମଚାରୀଙ୍କୁ ଛଟେଇ କରିଥିଲା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।