ବିଭିନ୍ନ ବିଭାଗର ୧୦୦୦ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ବଡ଼ ଧରଣର କର୍ମଚାରୀଙ୍କ ଛଟେଇ କରିଛି।

୧୦୦୦ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

୧୦୦୦ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ବଡ଼ ଧରଣର କର୍ମଚାରୀଙ୍କ ଛଟେଇ କରିଛି। ସୂଚନା ଅନୁଯାୟୀ ଅନୁଯାୟୀ କମ୍ପାନୀ ପ୍ରାୟ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି। ମାଇକ୍ରୋସଫ୍ଟର ଜଣେ ଅଧିକାରୀ କହିଛନ୍ତି ଯେ ଲାଭ କମ୍ ହେବା ଏବଂ ରାଜସ୍ବ ହ୍ରାସ କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି। ମାଇକ୍ରୋସଫ୍ଟ ଗତ ଜୁଲାଇ ତ୍ରୈମାସରେ ବିଗତ ୫ ବର୍ଷ ମଧ୍ୟରେ ସବୁଠାରୁ କମ୍ ରାଜସ୍ବ ଆୟ ରହିଛି।

ଜୁଲାଇରୁ, କମ୍ପାନୀରେ ଏହା ହେଉଛି ତୃତୀୟ ପର୍ଯ୍ୟାୟ ରିଟ୍ରେଞ୍ଚମେଣ୍ଟ। ଜୁଲାଇରେ କମ୍ପାନୀ କହିଛି ଯେ ଏହାର ମୋଟ ଶ୍ରମିକଙ୍କ ପ୍ରତିଶତରୁ କମ୍ ପ୍ରଭାବ ପକାଇ ଅନେକ ଚାକିରି ହ୍ରାସ କରିବାକୁ ଯୋଜନା ରହିଛି। ସମସ୍ତ କମ୍ପାନୀ ପରି ଆମେ ମଧ୍ୟ ଆମର ବ୍ୟବସାୟ ପ୍ରାଥମିକତାକୁ ନିୟମିତ ମୂଲ୍ୟାଙ୍କନ କରୁ ଏବଂ ସେହି ଅନୁଯାୟୀ ଗଠନମୂଳକ ସଂଶୋଧନ ମଧ୍ୟ କରୁଛୁ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି। ବୃହତ ଟେକ୍ କମ୍ପାନୀଗୁଡିକ ଯେପରିକି ମେଟା ପ୍ଲାଟଫର୍ମ ଏବଂ ଟ୍ୱିଟର ମଧ୍ୟ ଗତ କିଛି ମାସ ମଧ୍ୟରେ ନୂଆ ନିଯୁକ୍ତି ଉପରେ ଏକ ବ୍ରେକ୍ ଲଗାଇଛି।
Published by:Soumyashree Mishra
First published: