ସିଏଏକୁ ନେଇ କହିଲେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା: ମୁଁ ଚାହୁଁଛି ଜଣେ ବାଂଲାଦେଶୀ ବି ଭାରତରେ ଆଇଟି କମ୍ପାନୀ ଖୋଲୁ

ଜଣାଶୁଣା ଇତିହାସକାର ରାମଚନ୍ଦ୍ର ଗୁହା ଯାହାକୁ ଗତମାସ ସିଏଏକୁ ବିରୋଧ କରୁଥିବାରୁ ଗିରଫ କରାଯାଇଥିଲା ସେ ସତ୍ୟନାଡେଲାଙ୍କ ବିଚାରକୁ ସମର୍ଥନ କରିଛନ୍ତି ।

ମାଇକ୍ରୋସଫ୍ଟ ସିଇଓ ସତ୍ୟନାଡେଲା

ମାଇକ୍ରୋସଫ୍ଟ ସିଇଓ ସତ୍ୟନାଡେଲା

  • Share this:
News18 Odia Digital

କଲିକତା: ନାଗରିକତା ସଂଶୋଧନ ଆଇନକୁ ଚାଲୁଥିବା ଯୁକ୍ତ ମଧ୍ୟରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା କହିଛନ୍ତି କି ଭାରତରେ ଜଣେ ବାଂଲାଦେଶୀଙ୍କୁ କୋଟି କୋଟି ଡଲାର କମ୍ପାନୀର ମାଲିକ ହେବାରେ ସାହାଯ୍ୟ କରିବାକୁ ଚାହୁଁଛି ଏବଂ ଇନଫୋସିସ୍ ଭଳି କମ୍ପାନୀର ସିଇଓ ଭାବେ ଦେଖିବାକୁ ଚାହୁଁଛି ।

ବଜଫିଡ  ନ୍ୟୁଡର ଏଡିଟର-ଇନ୍-ଚିଫ୍ ନିଜର ଟୁଇଟରେ ଲେଖିଛନ୍ତି କି ସତ୍ୟନାଡେଲା ‘‘ ଭାରତରେ ସିଏଏକୁ ନେଇ ଯାହା ହେଲା ତାହା ବହୁତ ଦୁଃଖଦ ଘଟଣା । ମୁଁ ଚାହୁଁଛି କୌଣସି ବାଂଲାଦେଶୀ ଭାରତରେ ନିଜର କୋଟି କୋଟି ଟଙ୍କାର ସଫ୍ଟଓ୍ବାର କମ୍ପାନୀ ଖୋଲୁ କିମ୍ବା ଇନଫୋସିସ୍ ଭଳି କମ୍ପାନୀର ସିଇଓ ହେଉ’’ । ସତ୍ୟନାଡେଲା ୧୩ ତାରିଖରେ ମ୍ୟାନହାଟନଠାରେ ମାଇକ୍ରୋସଫ୍ଟର ଏକ କାର୍ଯ୍ୟକ୍ରମରେ ଏଡିଟରଙ୍କ ସହ କଥାବାର୍ତ୍ତା ସମୟରେ ଏହା କହିଛନ୍ତି ।

ସତ୍ୟନାଡେଲାଙ୍କ ବୟାନର କିଛି ସମୟ ପରେ ଜଣାଶୁଣା ଇତିହାସକାର ରାମଚନ୍ଦ୍ର ଗୁହା ଯିଏ ଗତ ମାସ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିଲେ ସେ ଏହି ବୟାନକୁ ସମର୍ଥନ କରିଛନ୍ତି । ସେ ନିଜ ଟୁଇଟରେ ଲେଖିଛନ୍ତି କି, ‘‘ ମୋତେ ବହୁତ ଖୁସି ଲାଗୁଛି କି ନାଡେଲା ଯାହା କହିଛନ୍ତି ତାଙ୍କୁ ତାହା କହିବାର ଥିଲା । ମୁଁ ଚାହୁଁଛି ଆମର ଏଠାକାର ଆଇଟି ସେକ୍ଟର ଲୋକ ଭି ଏଭଳି କହିବାର ସାହସ କରନ୍ତୁ ବା ଏବେ କୁହନ୍ତୁ’’ ।
Published by:Durgamadhab Rath
First published: