News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ ର (IPL 2020) ଅନ୍ତିମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଦିଲ୍ଲୀ କ୍ୟାପିଟାଲ୍ସକୁ (Delhi Capitals) ପାଞ୍ଚ ୱିକେଟ୍ ରେ ପରାସ୍ତ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୫୭ ରନର ଲକ୍ଷ୍ୟ ଥିଲା ଯାହା ସେମାନେ ୧୮.୪ ଓଭରରେ ହାସଲ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ବିଜୟର ଶ୍ରେୟ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ମିଳିଥିଲା । ଅନ୍ତିମ ମ୍ୟାଚରେ ରୋହିତ ଶର୍ମା ୬୮ ରନର ଚମତ୍କାର ଇନିଂସ ଖେଳିଥିଲେ ଓ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୩୦ ରନ୍ ପାଇଁ ୩ଟି ୱିକେଟ୍ ନେଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଏହି ବିଜୟ ସହିତ ଅନେକ ରେକର୍ଡ ନିଜ ନାମରେ କରିଥିଲା ।
ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଛି । ଏହି ଦଳ ପ୍ରଥମ ପାଞ୍ଚଟି ସିଜନରେ ଗୋଟିଏ ବି ଟାଇଟଲ୍ ଜିତି ନଥିଲା । କିନ୍ତୁ ରୋହିତ ଶର୍ମାଙ୍କୁ ଅଧିନାୟକ ହେବା ପରେ ଏହି ଦଳର ଭାଗ୍ୟ ବଦଳି ଯାଇଥିଲା । ରୋହିତ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୮ଟି ସିଜନରେ ପଞ୍ଚମ ଥର ପାଇଁ ଟ୍ରଫି ଜିତିଥିଲା ।
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ଦ୍ୱିତୀୟ ଦଳ ହୋଇପାରିଛି ଯିଏ ଲଗାତାର ଦୁଇ ଥର ଚାମ୍ପିୟନ ହୋଇପାରିଛି । ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦୧୦-୧୧ ରେ କ୍ରମାଗତ ଦୁଇଟି ଆଇପିଏଲ୍ ଜିତିଥିଲା ।
ତୃତୀୟ ଥର ପାଇଁ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ପାଇବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଚାମ୍ପିଅନ୍ ହେବାରେ ସଫଳ ହୋଇଥିଲା । ୨୦୧୭, ୨୦୧୯ ଓ ଏବେ ୨୦୨୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ଗୌରବ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ କେବଳ ରାଜସ୍ଥାନ ରୟାଲ୍ସ ୨୦୦୮ ରେ ଚାମ୍ପିୟନ ହେବା ସହ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଥିଲା ।
ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଜିତିଥିଲା କିନ୍ତୁ ରୋହିତ ଶର୍ମା ଷଷ୍ଠ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଥିଲେ । ପାଞ୍ଚଟି ଆଇପିଏଲ୍ ଜିତିବାରେ ରୋହିତ ଶର୍ମା ହେଉଛନ୍ତି ଏକମାତ୍ର ଅଧିନାୟକ । ବଡ କଥା ହେଉଛି ସେ ଏହି ସିଜନରେ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରି ନିଜ ଦଳକୁ ଜିତାଇ ଥିଲେ । ରୋହିତ ଶର୍ମା ୨୦୦୯ ରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ଡେକାନ ଚାର୍ଜର୍ସ ସହିତ ଖେଳି ଆଇପିଏଲ ଟାଇଟଲ୍ ଜିତିଛନ୍ତି । ରୋହିତ ଶର୍ମାଙ୍କ ପରେ କିରନ ପୋଲାର୍ଡ ପଞ୍ଚମ ଥର ଆଇପିଏଲ ଜିତିଥିବା ଦଳର ଏକ ଅଂଶ ରହିଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।