PFIକୁ ବେଆଇନ ସଂଗଠନ ଘୋଷଣା କଲା ଗୃହ ମନ୍ତ୍ରାଳୟ

ବିବାଦୀୟ ସଂଗଠନ ପିଏଫ୍ଆଇ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବେଆଇନ ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହାକୁ ନିଷେଧ କରାଯାଇଛି।

Pfi ଉପରେ ଚଢ଼ାଉ (ପ୍ରତୀକାତ୍ମକ ଛବି)

Pfi ଉପରେ ଚଢ଼ାଉ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଗୃହ ମନ୍ତ୍ରାଳୟରୁ ଏକ ବଡ ଖବର ଆସିଛି। ବିବାଦୀୟ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସଂଗଠନ ବିରୋଧରେ ଗତ କିଛି ଦିନ ଧରି ସାରା ଦେଶରେ ଚଢ଼ାଉ ଚାଲିଥିଲା, ପରେ ଏହି ବଡ ପଦକ୍ଷେପ ନିଆଯାଇଛି। PFI କୁ ଏକ ବେଆଇନ ସଂଗଠନ ଭାବରେ ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହାକୁ ନିଷେଧ କରାଯାଇଛି। ଏହି ନିଷେଧାଦେଶ ଏହା ସହିତ ଜଡିତ ଅନ୍ୟ ସମସ୍ତ ସଂସ୍ଥା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ଏହାପୂର୍ବରୁ ଦେଶର ସମସ୍ତ ରାଜ୍ୟରେ ଏନଆଇଏ ଦ୍ୱାରା PFI ସଂଗଠନ ବିରୋଧରେ ଚଢ଼ାଉ କରାଯାଇଥିଲା। ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ହୋଇଥିବା ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏଜେନ୍ସି ସେମାନଙ୍କ ହାତ ପାଇଥିଲେ।

ସାରା ଦେଶରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ଆରମ୍ଭ ହୋଇଥିବା ଅପରେସନର ନାମ ହେଲା ଅପରେସନ୍ ଅକ୍ଟୋପସ୍। ଏହା ଅଧୀନରେ ପ୍ରଥମେ ଦେଶର କେତେକ ରାଜ୍ୟରେ ଚଢ଼ାଉ କରାଯାଇଥିଲା, କିନ୍ତୁ ଏହା ପରେ ହଠାତ୍ ୧୫ଟି ରାଜ୍ୟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସମସ୍ତ ପିଏଫଆଇ ନେତାଙ୍କୁ ଗିରଫ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ, ସେପ୍ଟେମ୍ବର ୨୭ରେ, ଦେଶର ୮ଟି ରାଜ୍ୟରେ ଏଜେନ୍ସିର ଇନପୁଟ ଉପରେ, ଏଟିଏସ୍ ଏବଂ ରାଜ୍ୟ ପୋଲିସ PFI ର ଅନେକ ସ୍ଥାନରେ ରେଡ଼ କରିଥିଲେ।

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଓ ଆସାମରେ ୧୭୦ ରୁ ଅଧିକ PFI ସନ୍ଦିଗ୍ଧଙ୍କୁ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ କରାଯାଇଥିଲା। ଆସାମ ଏବଂ ମହାରାଷ୍ଟ୍ରରେ ୨୫ ରୁ ଅଧିକ, ୟୁପିରେ ୫୭, ଦିଲ୍ଲୀରେ ୩୦, ମଧ୍ୟପ୍ରଦେଶରେ ୨୧, ଗୁଜୁରାଟରେ ୧୦ ଓ କର୍ଣ୍ଣାଟକରେ ୮୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ, ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସାମ୍ନାକୁ ଆସିଛି।
Published by:Soumya Das
First published: