News18 Odia Digital
Mexico Firing: ମେକ୍ସିକୋରେ ଫାଇରିଂ ଘଟଣା ପୁଣିଥରେ ଘଟିଛି। ଆଉ ଏହି ଫାଇରିଂରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ପୋଲିସ ଏହି ଅଞ୍ଚଳ ବର୍ତ୍ତମାନ ବ୍ୟାରିକେଟ କରିଛି। ଏହି ଆକ୍ରମଣରେ ମେୟର ଓ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ମେକ୍ସିକୋର ସାନ ମିଗୁଏଲ୍ ଟୋଟୋଲାପାନ୍ ସହରରେ ଘଟିଛି।
ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ମେୟର କନରାଡୋ ମେଣ୍ଡୋଜା, ତାଙ୍କ ପିତା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା ଓ ଅନ୍ୟାନ୍ୟ ନଗର ପୋଲିସ ଅଧିକାରୀ ରହିଥିଲେ।
ଆକ୍ରମଣ ପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା କିନ୍ତୁ ବନ୍ଧୁକଧାରୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।
ଏହି ସମୟରେ, ଅପରାଧିକ ସଙ୍ଗଠନ ଲସ୍ ଟେକ୍ଲେରୋସ୍ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରି ଏହି ଆକ୍ରମଣର ଦାୟୀ ବୋଲି ଦାବି କରିଥିଲେ ହିଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ମିଳିପାରି ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।