ମେକ୍ସିକୋର ଆଶ୍ରୟ ସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ: ୪୦ ପ୍ରବାସୀ ଜୀବନ୍ତ ଦଗ୍ଧ; ଅନେକ ଆହତ

Mexico Fire: ମେକ୍ସିକୋର ଆଶ୍ରୟ ସ୍ଥଳୀରେ ନିଆଁ ଲାଗି ୪୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ଅନୁସାରେ ଆମେରିକା ସୀମାରେ ଥିବା ମେକ୍ସିକୋର ଉତ୍ତର ଭାଗରେ ଏହି ଅଘଟଣ ଘଟିଛି।

ମେକ୍ସିକୋର ଆଶ୍ରୟ ସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ

ମେକ୍ସିକୋର ଆଶ୍ରୟ ସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Mexico Fire: ମେକ୍ସିକୋରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ (Mexico Fire)। ଏକ ଆଶ୍ରୟ ସ୍ଥଳୀରେ ନିଆଁ (Fire) ଲାଗି ୪୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ଅନୁସାରେ ଆମେରିକା (America) ସୀମାରେ ଥିବା ମେକ୍ସିକୋର ଉତ୍ତର ଭାଗରେ ଏହି ଅଘଟଣ ଘଟିଛି। ଅଟକ ରଖା ଯାଉଥିବା ପ୍ରବାସୀମାନଙ୍କ ପାଇଁ ଥିବା ଆଶ୍ରୟ ସ୍ଥଳୀରେ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ୪୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି।

ନେସନାଲ ମାଇଗ୍ରେସନ୍‌ ଇନଷ୍ଟିଚ୍ୟୁଟ୍‌ ତରଫରୁ ନିକଟରେ ଖୋଳତାଡ଼ କରାଯାଇ ରାସ୍ତାରେ ବୁଲୁଥିବା ୭୧ ଜଣ ପ୍ରବାସୀଙ୍କୁ ଧରା ଯାଇଥିଲା। ଯେଉଁମାନେ ବେଆଇନ୍‌ ଭାବେ ଦେଶକୁ ଅନୁପ୍ରବେଶ କରିଥିଲେ। ମେକ୍ସିକୋରୁ ଲୁଚି କରି ଆମେରିକା ପଳାଇ ଯାଉଥିବା ଲୋକଙ୍କୁ ଏହି ଆଶ୍ରୟ ସ୍ଥଳୀରେ ଅଟକ ରଖା ଯାଇଥିଲା।

ଇମିଗ୍ରେସନ ଡିଟେନ୍ସନ ସେଣ୍ଟରରେ ନିଆଁ ଲାଗିବା ଖବର ମିଳିବା ପରେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି, ପୁଲିସ ଭ୍ୟାନର ଧାଡି ଛୁଟିଥିଲା। କଳା ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୯ ଜଣଙ୍କ ମୃତ୍ୟୁର ସୂଚନା ମିଳିଥିବା ବେଳେ ୨୯ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସେଣ୍ଟରରେ କେନ୍ଦ୍ର ଓ ଦକ୍ଷିଣ ଆମେରିକାର ୬୮ ଜଣ ସାବଳକଙ୍କୁ ରଖାଯାଇଥିଲା।

ପଢ଼ନ୍ତୁ ଏହି ଖବର:  କ୍ଷୁଦ୍ର ସଞ୍ଚୟକରୀଙ୍କ ପାଇଁ ଖୁସି ଖବର; PPF ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ପରିବର୍ତ୍ତନ କରିବେ ସରକାର

ଅଗ୍ନିକାଣ୍ଡ ପରେ ମେକ୍ସିକୋ ଆଟର୍ନି ଜେନେରାଲଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। କୁଇଡାଡ ଜୁଆରେଜର ସଂଯୁକ୍ତ ଉପମୁଖ୍ୟ ଆଣ୍ଡ୍ରିଆ ଚେଭେଜ ମଙ୍ଗଳବାର ଟ୍ବିଟ କରି ଏହି ଅଗ୍ନିକାଣ୍ଡ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଏଥିସହ ମୃତକଙ୍କ ପ୍ରବାସୀଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଅଗ୍ନିକାଣ୍ଡର ଫଟୋ ଓ ଭିଜୁଆଲରେ ମୃତଦେହର ବ୍ୟାଗ ସବୁ ଧାଡିହୋଇ ରହିଥିବା ଦେଖିବାକୁ ମିଳିଛି। କୁହାଯାଉଛି, ଏହି ସେଣ୍ଟରରେ ଅଧିକାଂଶ ଭେନେଜୁଆଲାର ଅଧିବାସୀ ଥିଲେ।
Published by:Lipina Das
First published: