News18 Odia Digital
ୱାଶିଂଟନ: ସରକାର ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ନେଇଁ ସମସ୍ୟାରେ ଅଛି, କିନ୍ତୁ ଯୁକ୍ତରାଷ୍ଟ୍ରର ନ୍ୟୁ ମେକ୍ସିକୋରେ ରହୁଥିବା ଜଣେ ମହିଳା ୧୧ ଗୋଟି ସନ୍ତାନଙ୍କୁ ଜନ୍ମ ଦେଇ ଚର୍ଚ୍ଚାରେ । କେବଳ ଏତିକି ନୁହେଁ, ସେ ପୁଣି ଥରେ ଗର୍ଭବତୀ ଅଛନ୍ତି ଓ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ତାଙ୍କ ଘରକୁ କୁନି ଅତିଥି ପାଦ ଥାପିବାକୁ ଯାଉଛି। ତେବେ ଆପଣ କୁହନ୍ତୁ ଏହା କ'ଣ ଆଶ୍ଚର୍ଯ୍ୟଜନକ କଥା ନୁହେଁ?
ଏହି ୩୭ ବର୍ଷୀୟା ମହିଳାଙ୍କ ନାମ କୋର୍ଟନି ଓ ତାଙ୍କ ସ୍ୱାମୀ କ୍ରିସ୍ ରୋଜର୍ସ ଜଣେ ଫାଦରୀ । ଏହି ଦମ୍ପତି ବିବାହ କରିଥିଲେ ଆଉ ସେମାନେ ପ୍ରତି ବର୍ଷ ଏକ ସନ୍ତାନ ଜନ୍ମ ଦେଇଥିଲେ । ବର୍ତ୍ତମାନ ତାଙ୍କ ପରିବାର ଏତେ ବଡ଼ ହୋଇଯାଇଛନ୍ତି ଯେ ତାଙ୍କୁ ଯେକୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଏକ ବଡ଼ ଟ୍ରେଲର ଦରକାର ଓ ତାଙ୍କ ଘରେ ମଧ୍ୟ ସମସ୍ତେ ରହିବା ପାଇଁ ଛୋଟ ଲାଗୁଛି ।
ଏକ ଡଜନ ପିଲା ଜନ୍ମ କରିବାର ଲକ୍ଷ୍ୟ ଥିଲାକୋର୍ଟନି ଜଣେ ଗୃହିଣୀ ଓ ଘରେ ରହି ପିଲାମାନଙ୍କର ବଡ଼ ପରିବାରର ଯତ୍ନ ନେଉଥିବାବେଳେ ତାଙ୍କ ୩୩ ବର୍ଷୀୟ ସ୍ୱାମୀ କ୍ରିସ୍ ରୋଜର୍ସ ଚର୍ଚ୍ଚରେ ଫାଦରୀ ଭାବରେ କାର୍ଯ୍ୟ କରନ୍ତି । ଉଭୟଙ୍କ ନାମ 'C' ଅକ୍ଷରରୁ ଆରମ୍ଭ ହୁଏ, ତେଣୁ ସେମାନେ ସେମାନଙ୍କର ସମସ୍ତ ପିଲାଙ୍କୁ ଏହି ଅକ୍ଷରର ନାମ ଦେଇଛନ୍ତି ।
ସେମାନଙ୍କ ୧୧ ପିଲାଙ୍କ ମଧ୍ୟରୁ ଛଅ ଜଣ ପୁଅ ଓ ପାଞ୍ଚ ଜଣ ଝିଅ । ଏପରି ପରିସ୍ଥିତିରେ, କ୍ରିସ୍ ଚାହାଁନ୍ତି ଯେ ସେ ଦ୍ୱାଦଶ ସନ୍ତାନ ଭାବରେ ଏକ ଝିଅକୁ ଜନ୍ମ ଦିଅନ୍ତୁ ପତ୍ନୀ । ଯାହାଫଳରେ ପରିବାରରେ ପୁଅ ଓ ଝିଅଙ୍କ ସଂଖ୍ୟା ସମାନ ହେବ ।
କୋର୍ଟନି କହିଛନ୍ତି ଯେ ସେ ଓ ତାଙ୍କ ସ୍ୱାମୀ ପୂର୍ବରୁ ୧୨ଟି ସନ୍ତାନ ପାଇବାକୁ ଚାହୁଁଥିଲେ । ଏହି ମିଶନରେ ପିଲାମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ ।
୨୬ ବର୍ଷ ବୟସରୁ କୋର୍ଟନି କ୍ରମାଗତ ଭାବେ ସନ୍ତାନ ଜନ୍ମ କରୁଛନ୍ତିକୋର୍ଟନି ୨୪ ବର୍ଷ ବୟସରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ତଥା ୨୬ ବର୍ଷରେ ସେ ପ୍ରଥମ ଥର ମା' ସାଜିଥିଲେ । ସେବେଠାରୁ ପ୍ରତି ବର୍ଷ ସେ ଏକ ସନ୍ତାନ ପ୍ରସବ କରନ୍ତି । ବର୍ତ୍ତମାନ ସେମାନଙ୍କର ବଡ଼ ପିଲାମାନେ ସାନ ଭାଇଭଉଣୀଙ୍କ ଯତ୍ନ ନେଉଛନ୍ତି । ଏହା କୋର୍ଟନିଙ୍କୁ ବହୁତ ସାହାଯ୍ୟ କରୁଛି ।
ତାଙ୍କ ଘରେ ୧୫ଟି ସିଟ୍ ଭ୍ୟାନ୍ ଅଛିଯ । ଯେତେବେଳେ ଯାତ୍ରା ସମୟରେ ଏଥିରେ ସମସ୍ତେ ବସି ପାରନ୍ତି ନାହିଁ ତେବେ ସେମାନେ ଟ୍ରେଲର ବ୍ୟବହାର କରନ୍ତି । ଛୁଟିରେ ଯିବା ପାଇଁ ମଧ୍ୟ ହୋଟେଲରେ ରୁମ୍ ପାଇବା ପରିବର୍ତ୍ତେ ସେମାନଙ୍କୁ ପୂରା ଘର ଭଡ଼ା ଦେଇ ରୁହନ୍ତି । ତାଙ୍କ ନିଜ ଘର ମଧ୍ୟ ତିନୋଟି ଶୟନ କକ୍ଷ ଅଛି । ଏତେ ସଂଖ୍ୟକ ସନ୍ତାନ ଥିବାରୁ ତାଙ୍କୁ ଅନେକ ଥର ସୋସିଆଲ ମିଡ଼ିଆରେ ସମାଲୋଚନାର ଶିକାର ହେବାକୁ ପଡୁଛି, କିନ୍ତୁ ସେ ଏଥିରେ ଭୟଭୀତ ନୁହଁନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।