ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସାରଗଢୀ ଯୁଦ୍ଧରେ ଶହୀଦ ହୋଇଥିବା ଶିଖ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବ UK; ହାବିଲଦାର ଈଶ୍ବର ସିଂଙ୍କ ସ୍ଥାପନ କରିବ ପ୍ରତିମୂର୍ତ୍ତି

ସାରଗଢୀ ଯୁଦ୍ଧରେ ଶହୀଦ ହୋଇଥିବା ଶିଖ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବ UK; ହାବିଲଦାର ଈଶ୍ବର ସିଂଙ୍କ ସ୍ଥାପନ କରିବ ପ୍ରତିମୂର୍ତ୍ତି

ବ୍ରିଟିଶ ଶାସନ ସମୟରେ ୩୬ ଶିଖ୍ ରେଜିମେଣ୍ଟର ୨୧ ଶିଖ ସୈନିକମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାରଗଢୀ ପୋଷ୍ଟର ପ୍ରତିରକ୍ଷା ପାଇଁ ଲଢ଼ିଥିଲେ। ଛଅ ଘଣ୍ଟା ଧରି ଚାଲିଥିବା ଏହି ଯୁଦ୍ଧରେ ଏହି ଶିଖ ସୈନିକମାନେ ୧୮୦ ରୁ ୨୦୦ ଆଫଗାନିସ୍ତାନର ପଠାନଙ୍କୁ ହତ୍ୟା କରିଥିଲେ।

ସାରଗଢୀ ଯୁଦ୍ଧରେ ଶହୀଦ ହୋଇଥିବା ଶିଖ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବ UK; ହାବିଲଦାର ଈଶ୍ବର ସିଂଙ୍କ ସ୍ଥାପନ କରିବ ପ୍ରତିମୂର୍ତ୍ତି
ସାରଗଢୀ ଯୁଦ୍ଧରେ ଶହୀଦ ହୋଇଥିବା ଶିଖ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ UK
  • News18 Odia
  • Last Updated: August 2, 2021, 6:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ୧୮୯୭ ମସିହାରେ ସାରଗଢୀ ଯୁଦ୍ଧରେ ଶହୀଦ ହୋଇଥିବା ୨୧ ଜଣ ଶିଖ ସେନାଙ୍କ ସ୍ମୃତିରେ ଏବେ ଲଣ୍ଡନରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ୱୋଲଭରହେମ୍ପଟନରେ ଏହି ଯୁଦ୍ଧର ମୁଖ୍ୟ ନାୟକ ହାବିଲଦାର ଈଶ୍ବର ସିଂଙ୍କ ୯ ଫୁଟର ପ୍ରତିମୂର୍ତ୍ତି ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବର ୧୨ରେ ସ୍ଥାପନ କରାଯିବ। ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ଅଭିନୀତ ଫିଲ୍ମ 'କେଶରୀ'ରେ ହାବିଲଦାର ଈଶ୍ବର ସିଂଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ଯୁଦ୍ଧରେ ଗୋଟିଏ ପାର୍ଶ୍ୱରେ ୧୦,୦୦୦ରୁ ଅଧିକ ଆଫଗାନିସ୍ତାନ ଆକ୍ରମଣକାରୀ ଥିବା ବେଳେ ଅନ୍ୟ ପଟେ କେବଳ ୨୧ ସାହସୀ ଶିଖ ସୈନିକ ଲଢ଼ିଥିଲେ । ବ୍ରିଟିଶ ଭାରତ ଓ ଆଫଗାନିସ୍ତାନର ସୀମାରେ ଦୁଇଟି ବ୍ରିଟିଶ ଦୁର୍ଗ ଲକହାର୍ଟ ଓ ଗୁଲିସ୍ତାନ ମଧ୍ୟରେ ସାରଗଢୀ ଏକ ଆଉଟପୋଷ୍ଟ ଥିଲା, ଯାହା ଦୁଇ ଦୁର୍ଗ ମଧ୍ୟରେ ଯୋଗାଯୋଗ ଭାବରେ କାର୍ଯ୍ୟ କରୁଥିଲା । ୧୮୯୭ ସେପ୍ଟେମ୍ବର ୧୨ରେ ହଠାତ୍ ୧୦,୦୦୦ ରୁ ଅଧିକ ଆଫଗାନିସ୍ତାନ ଏହି ପୋଷ୍ଟ ଉପରେ ଆକ୍ରମଣ କରିଥିଲେ।

ଏହି ଯୁଦ୍ଧ ଛଅ ଘଣ୍ଟା ଧରି ଚାଲିଥିଲା ​​

ବ୍ରିଟିଶ ଶାସନ ସମୟରେ ୩୬ ଶିଖ୍ ରେଜିମେଣ୍ଟର ୨୧ ଶିଖ ସୈନିକମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାରଗଢୀ ପୋଷ୍ଟର ପ୍ରତିରକ୍ଷା ପାଇଁ ଲଢ଼ିଥିଲେ। ଛଅ ଘଣ୍ଟା ଧରି ଚାଲିଥିବା ଏହି ଯୁଦ୍ଧରେ ଏହି ଶିଖ ସୈନିକମାନେ ୧୮୦ ରୁ ୨୦୦ ଆଫଗାନିସ୍ତାନର ପଠାନଙ୍କୁ ହତ୍ୟା କରିଥିଲେ। ହାବିଲଦାର ସର୍ଦ୍ଦାର ଈଶ୍ବର ସିଂଙ୍କ ନେତୃତ୍ୱରେ ଏହି ସୈନିକମାନେ ସାରଗଢୀ ପ୍ରତିରକ୍ଷା ପାଇଁ ଲଢ଼ି ଥିବାବେଳେ ସେ ଦେଶ ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ ।

ଇଂଲଣ୍ଡ ପ୍ରତିବର୍ଷ ରାଗଡି ଦିବସ ପାଳନ କରିଥାଏ

ସାରଗଢୀର ଏହି ଯୁଦ୍ଧ ଦୁନିଆର ସବୁଠାରୁ ବଡ଼ ଯୁଦ୍ଧ ମଧ୍ୟରେ ଅନ୍ୟତମ । ଏହି ୨୧ ଜଣ ଶିଖ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଇଂଲଣ୍ଡ ପ୍ରତିବର୍ଷ ସେପ୍ଟେମ୍ବର ୧୨ରେ ସାରଗଢୀ ଦିବସ ପାଳନ କରିଥାଏ । ବର୍ତ୍ତମାନ ଏହି ସାହସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ୱାଲଭରହେମ୍ପଟନରେ ଏହି ଯୁଦ୍ଧର ହିରୋ ହାବିଲଦାର ଈଶ୍ବର ସିଂଙ୍କ ୯ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।

ପରାମର୍ଶଦାତା ଭୁପିନ୍ଦର ସିଂ ଗାଖଡ଼ ଏହି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ୧୪ ବର୍ଷ ବୟସରେ ହୋଇଥିଲେ ତାଙ୍କୁ ସାରଗଢୀ ଯୁଦ୍ଧରୁ ପ୍ରେରଣା ମିଳିଥିଲେ । ପଚରାଯିବାରୁ ବ୍ୟାଙ୍କ ମ୍ୟାନେଜର ଭୁପିନ୍ଦର ସିଂଙ୍କୁ କହିଥିଲେ ଯେ ଏହା ତୁମର ଇତିହାସ, ତୁମେ ଏହା ଉପରେ ଗବେଷଣା କରିବା ଉଚିତ୍।

ବର୍ତ୍ତମାନ ୪୧ ବର୍ଷ ପରେ ଭୁପିନ୍ଦର ସିଂ ଲଣ୍ଡନରେ ସର୍ଦ୍ଦାର ଈଶ୍ବର ସିଂଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏହି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି। ଭୁପିନ୍ଦର ସିଂ କହିଛନ୍ତି ଯେ ସାରଗଢୀର ଇତିହାସ ସମଗ୍ର ବିଶ୍ୱ ଜାଣିବାର ଆବଶ୍ୟକ ଅଛି । ସର୍ଦ୍ଦାର ଈଶ୍ବର ସିଂଙ୍କ ପ୍ରତିମୂର୍ତ୍ତି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବ ।

ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ ସାରଗଢୀ ସ୍ମାରକ

1୨୪ ବର୍ଷ ପୂର୍ବେ ଏହି ଯୁଦ୍ଧରେ ସହିଦ ହୋଇଥିବା ସର୍ଦ୍ଦାର ଈଶ୍ବର ସିଂଙ୍କ ସମେତ କୈଣସି ଶିଖ ସୈନିକଙ୍କ ଫଟୋ ମିଳିଲା ନାହିଁ। ନ୍ୟୁୟର୍କର ଜଣେ କଳାକାର ୨୧ ଜଣ ସୈନିକଙ୍କ ସମ୍ପର୍କୀୟଙ୍କୁ ଦେଖିବା ଉପରେ ଆଧାର କରି ଏକ ପୋଟ୍ରେଟ୍ ତିଆରି କରିଥିଲେ । ବ୍ରିଟିଶ ଶିଳ୍ପୀ ଲୁକ ପେରି ଏହି ପ୍ରତିମୂର୍ତ୍ତିରେ କାମ କରୁଛନ୍ତି।

ଏହି ପ୍ରତିମୂର୍ତ୍ତିକୁ ସେପ୍ଟେମ୍ବର ୧୨ରେ ସାରଗଢୀ ଦିବସ'ରେ ଉନ୍ମୋଚନ କରାଯିବ, ଯାହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ ।
Published by: Lipina Das
First published: August 2, 2021, 6:26 PM IST