ମେଲାନିଆ ପିନ୍ଧିଲେ USA ଡିଜାଇନରଙ୍କ ଡ୍ରେସ, ହେଲେ ଇଭାଙ୍କା ପିନ୍ଧିଲେ ଭାରତୀୟ ଶେରୱାନୀ

ମେଲାନିଆ ଓ ତାଙ୍କ ଝିଅ ଇଭାଙ୍କାଙ୍କୁ ଭାରତୀୟ ପରିଧାନରେ ଦେଖିବା ପାଇଁ ଭାରତୀୟ ଫ୍ୟାସନ ପ୍ରେମୀ ଅପେକ୍ଷା କରିଥିବା ବେଳେ ଦୁହେଁ ପଶ୍ଚିମୀ ପରିଧାନରେ ଦେଖାଯାଇଥିଲେ, ହେଲେ ଇଭାଙ୍କା ଆଜି ପଶ୍ଚିମ ବଙ୍ଗର ମୁର୍ଶିଦାବାଦରେ ହାତତିଆରି ଏକ ରେଶମ ଶେରୱାନୀ ପିନ୍ଧିଥିଲେ ।

ମେଲାନିଆ ପିନ୍ଧିଲେ USA ଡିଜାଇନରଙ୍କ ଡ୍ରେସ, ହେଲେ ଇଭାଙ୍କା ପିନ୍ଧିଲେ ଭାରତୀୟ ଶେରୱାନୀ
ମୁର୍ଶିଦାବାଦରେ ହାତତିଆରି ରେଶମ ଶେରୱାନୀ ପିନ୍ଧିଛନ୍ତି ଇଭାଙ୍କା ଟ୍ରମ୍ପ୍‌
  • News18 Odia
  • Last Updated: February 25, 2020, 7:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ଫାଷ୍ଟ ଲେଡ଼ି ମେଲାନିଆ ଟ୍ରମ୍ପ ଓ ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ସହିତ ଭାରତ ଯାତ୍ରାରେ ଆସି ପହଞ୍ଚିବା ପର ଠାରୁ ତାଙ୍କର ଫେସନ ଚ଼ଏସ୍ ଆଡ଼େ ସମସ୍ତଙ୍କ ନଜର ରହିଛି । ପ୍ରଥମ ଦିନ ସେ ଅହମଦାବାଦ ପହଞ୍ଚିବା ପରେ ନିଜ ସମ୍ପୂର୍ଣ୍ଣ ଧଳା ରଙ୍ଗର ଡ୍ରେସ୍‌ ସହିତ ସବୁଜ ରଙ୍ଗର ଏକ ବନାରସୀ ସେଶ୍ ପିନ୍ଧି ସେ ସେଥିରେ ଏକ ଭାରତୀୟ ସ୍ପର୍ଶ ଯୋଡ଼ିଥିଲେ । ଦ୍ବିତୀୟ ଦିନ ଦିଲ୍ଲୀରେ ସେ ଏକ କେରୋଲିନା ହେରେରାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଫୁଲର ଏମ୍ବ୍ରୋଡେରି ଥିବା ଏକ ମିଡି ପିନ୍ଧିଥିଲେ ।

ଅପର ପକ୍ଷରେ ଇଭାଙ୍କା ଆର୍ଜେଣ୍ଟିନାରେ ପିନ୍ଧିଥିବା ଏକ ପୁରୁଣା ଡ୍ରେସ୍‌ ସୋମବାର ଦିନ ନିଜ ଅହମଦାବାଦ୍‌ ଯାତ୍ରାରେ ରିସାଇକେଲ କରିଥିଲେ । ସେ ସେହି ଡ୍ରେସଟି ପିନ୍ଧି ତାଜମହଲ ଦେଖିବାକୁ ବି ଯାଇଥିଲେ । ଭାରତୀୟ ଫ୍ୟାସନ ପ୍ରେମୀ ଆମେରିକାର ଫାଷ୍ଟ ଲେଡ଼ି ଓ ତାଙ୍କ ଝିଅଙ୍କୁ ଭାରତୀୟ ପରିଧାନରେ ଦେଖିବା ପାଇଁ ଅପେକ୍ଷା କରି ରହିଥିବା ବେଳେ ଦୁହେଁ ପଶ୍ଚିମୀ ପରିଧାନରେ ହିଁ ଦେଖାଯାଇଥିଲେ ।

ମେଲାନିଆ ଆମେରିକାର ଡ଼ିଜାଇନରଙ୍କ ଦ୍ବାରା ଡ଼ିଜାଇନ କରାଯାଇଥବା ପୋଷାକ ପିନ୍ଧିଥିବା ବେଳେ ଇଭାଙ୍କା ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ଯିବା ପାଇଁ ଅନୀତା ଡ଼ୋଙ୍ଗ୍ରେଙ୍କ ଦ୍ବାରା ଡ଼ିଜାଇନ କରାଯାଇଥିବା ଏକ ଧଳା ରଙ୍ଗର ରେଶମ ଶେରୱାନି ପିନ୍ଧିଥିଲେ ।

ଡ଼ଚେସ୍ ଅଫ୍ କେମ୍ବ୍ରିଜ କେଟ ମିଡ଼ିଲଟନ୍, ବେଲଜିୟମର କୁଇନ୍ ମେଥିଲ୍ଡେ, କାନାଡ଼ାର ଫାଷ୍ଟ ଲେଡ଼ି ସୋଫି ଗ୍ରିଗୋରି ଟୃଡ଼ୋ ଓ ଆମେରିକାର ପୂର୍ବ ଫାଷ୍ଟ ଲେଡ଼ି ହିଲାରୀ କ୍ଲିଣ୍ଟନଙ୍କ ପରେ ଜଣେ କେହି ଭାରତୀୟ ଡ଼ିଜାଇନରଙ୍କ ସୂଚ଼ୀରେ ଆଉ ଏକ ସମ୍ମାନନୀୟ ବିଦେଶୀ ବ୍ୟକ୍ତି ଯୋଡ଼ିହେଲେ । ଅନୀତା ଡ଼ୋଙ୍ଗ୍ରେଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ଟ୍ରମ୍ପ ପରିବାରଙ୍କ ପ୍ରଥମ ଭାରତ ଯାତ୍ରାରେ ଦେଖାଯାଇଥିଲା ।

‘‘ଇଭାଙ୍କା ପଶ୍ଚିମ ବଙ୍ଗର ମୁର୍ଶିଦାବାଦରେ ହାତତିଆରି ରେଶମ ଶେରୱାନୀ ପିନ୍ଧିଥିଲେ । ଏହା ଏକ କାଳାତୀତ କ୍ଲାସିକ୍‌ ଡ୍ରେସ୍‌ । ଆମେ ଏହି ଷ୍ଟାଇଲ କୋଡ଼ିଏ ବର୍ଷ ପୂର୍ବେ ତିଆରି କରିଥିଲୁ ଓ ଏହା ଆଜି ବି କେତେ ସୁନ୍ଦର ଭାବେ ପ୍ରଜୁଯ୍ୟ ତାହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ଶେରୱାନୀଟି ଯେ କୌଣସି ରଙ୍ଗରେ ସମ୍ପର୍ଣ୍ଣ ରୂପେ ଆକର୍ଷଣୀୟ, ହେଲେ ମୋ’ ନିଜ ପସନ୍ଦର ରଙ୍ଗ ହେଉଛି ନୀଳ, ଧଳା ଓ କଳା,’’ ଏହି ପରିଧାନ ବିଷୟରେ କହିବାକୁ ଯାଇ କହିଛନ୍ତି ଅନୀତା ଡ଼ୋଙ୍ଗ୍ରେ ।
First published: February 25, 2020, 7:17 PM IST
corona virus btn
corona virus btn
Loading