ମେହବୁବାଙ୍କ ବିବାଦିତ ବୟାନ: ‘ଆମେ କଶ୍ମୀରର ପତାକା ଫେରି ନ ପାଇଲେ ତିରଙ୍ଗା ଉଡ଼େଇବୁନି’

ମୁଫତି କହିଛନ୍ତି ଯେ ଚୀନ୍ ଭାରତର ୧,୦୦୦ ବର୍ଗ କିଲୋମିଟର ଜମି ଦଖଲ କରିନେଇଛି ଓ ଭାରତ କୌଣସି ପ୍ରକାରେ ସେଥିରୁ ମାତ୍ର ୪୦ ବର୍ଗ କିଲୋମିଟର ଜମି ଫେରିପାଇବାରେ ସଫଳ ହୋଇଛି । ଚୀନ୍ ଧାରା ୩୭୦ ଓ କାଶ୍ମୀର ବିଷୟରେ ବି କହୁଛି ବୋଲି ସେ କହିଛନ୍ତି ।

ମେହବୁବାଙ୍କ ବିବାଦିତ ବୟାନ: ‘ଆମେ କଶ୍ମୀରର ପତାକା ଫେରି ନ ପାଇଲେ ତିରଙ୍ଗା ଉଡ଼େଇବୁନି’
ମେହବୁବା ମୁଫତି
  • News18 Odia
  • Last Updated: October 23, 2020, 5:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଜେଲରେ ୧୪ ମାସ ରହିବା ପରେ ବାହାରକୁ ଆସିଥିବା ଜାମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ପିଡିପି ଧଳର ନେତ୍ରୀ ମେହବୁବା ମୁଫତି (Mehbooba Mufti, PDP) କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ହାତରେ ଜାମ୍ମୁ-କଶ୍ମୀରର (Jammu and Kashmir) ପତାକା ଧରି କହିଛନ୍ତି, ‘‘ଏଇଟା ଆମର ପତାକା । ଯେତେବେଳେ ଏହି ପତାକା ଆମେ ଫେରି ପାଇବୁ, ସେତେବେଳେ ଆମେ ତିରଙ୍ଗା ଧ୍ୱଜା ଉତ୍ତୋଳନ କରିବୁ । ଯେ ପର୍ଯ୍ୟନ୍ତ ଆମକୁ ଆମର ନିଜ ପତାକା ଫେରସ୍ତ ନ ମିଳିଛି ସେ ପର୍ଯ୍ୟନ୍ତ ଆମେ କୌଣସି ପତାକା ଉତ୍ତୋଳନ କରିବୁ ନାହିଁ । ଆମ ପତାକା ହିଁ ତ୍ରିରଙ୍ଗା ସହିତ ଆମର ସମ୍ପର୍କ ସ୍ଥାପନ କରେ ।’’

ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରି ମେହବୁବା ମୁଫତି କହିଛନ୍ତି ଯେ ଆଜି ଭାରତ ଆର୍ଥିକ ଦୃଷ୍ଟିରୁ ବାଂଲାଦେଶ ଠାରୁ ବି ପଛରେ ପଡ଼ିଛି । ‘‘ଚାକିରୀ ହେଉ କିମ୍ବା ଅନ୍ୟ କିଛି କଥା ହେଉ, ଏହି ସରକାର (ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର) ପ୍ରତ୍ୟେକ ଦିଗରେ ବିଫଳ ହୋଇଛି । ଏହି ସରକାର ପାଖରେ ଏବେ ଏମିତି କୌଣସି ସଫଳତା ବା ପ୍ରସଙ୍ଗ ନାହିଁ ଯାହାକୁ ଦେଖାଇ ସେମାନେ ଭୋଟ୍ ମାଗି ପାରିବେ,’’ କହିଛନ୍ତି ମେହବୁବା ।



‘‘ଏହି ଲୋକମାନେ (କେନ୍ଦ୍ର ସରକାର ଓ ବିଜେପି) କହୁଛନ୍ତି ଯେ ଏବେ ଜାମ୍ମୁ କଶ୍ମୀରରେ ଜମି କିଣାଯାଇ ପାରିବ। ସେମାନେ ଏ କଥା ବି କହୁଛନ୍ତି ଯେ ସେମାନେ ମାଗଣା ଭ୍ୟାକ୍ସିନ୍‌ ବଣ୍ଟନ କରିବେ । ଆଜି ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଭୋଟ ପାଇଁ ଆର୍ଟିକିଲ ୩୭୦ (Article 370) ଉପରେ କହିବାର ଆବଶ୍ୟକତା ପଡ଼ୁଛି,’’ କହିଛନ୍ତି ମେହବୁବା ।

ଏହା ବି ପଢ଼ନ୍ତୁ ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ଚୀନ୍ ବିଷୟରେ ମେହବୁବା ମୁଫତି କହିଛନ୍ତି ଯେ ଚୀନ୍ ଭାରତର ୧,୦୦୦ ବର୍ଗ କିଲୋମିଟର ଜମି ଦଖଲ କରିନେଇଛି । ‘‘ମୁଁ ଭାବୁଛି ଆମେ କୌଣସି ପ୍ରକାରେ ମାତ୍ର ୪୦ ବର୍ଗ କିଲୋମିଟର ଜମି ହିଁ ଫେରାଇବାରେ ସଫଳ ହୋଇଛୁ । ଚୀନ୍ ଧାରା ୩୭୦ ଓ ଜାମ୍ମୁ କାଶ୍ମୀର ବିଷୟରେ ବି କହୁଛି । କାଶ୍ମୀରକୁ କାହିଁକି କେନ୍ଦ୍ରଶାସିତ ଅଞ୍ଚଳ (ୟୁନିଅନ୍ ଟେରିଟୋରୀ) କରାଯାଇଛି ବୋଲି ଚୀନ୍‌ ପ୍ରଶ୍ନ କରିଛି । ଆର୍ଟିକିଲ୍ ୩୭୦ ଅପସାରଣ କରିବା ପରେ ଜାମ୍ମୁ କାଶ୍ମୀରକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଏତେ ଆଲୋଚନା ଏହା ପୂର୍ବରୁ କେବେ କରାଯାଇ ନାହିଁ,’’ ସେ କହିଛନ୍ତି ।



ଉଲ୍ଲେଖନୀୟ କଥା ହେଉଛି ଯେ ଜାମ୍ମୁ କାଶ୍ମୀରର ସବୁ ରାଜନୈତିକ ଦଳ ମିଳିତ ଭାବେ ଏକ ସାମ୍ମୁଖ୍ୟ ଗଠନ କରିଛନ୍ତି । ମେହବୁବା ମୁଫତି ୧୪ ମାସ ଧରି ନଜରବନ୍ଦୀରେ ରହି ମୁକ୍ତ ହେବା ପରେ ନ୍ୟାସନାଲ୍‌ କନଫେରେନ୍ସର ଫାରୁକ୍ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲା ବି ତାଙ୍କୁ ଭେଟିଥିଲେ ।
Published by: Anand Shankar Thankur Das
First published: October 23, 2020, 5:48 PM IST
corona virus btn
corona virus btn
Loading