News 18 Odia Digital
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହବନ୍ଦୀ । ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ସହ ମେହବୁବା ମୁଫତି କାଶ୍ମୀର ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ସମାଲୋଚନା କରିଛନ୍ତି ।
ମେହବୁବା ମୁଫତି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଭାରତ ସରକାର କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଗାମୁଛା ତଳେ ଘୋଡାଇ ରଖିଦବାକୁ ଚାହୁଁଛନ୍ତି । କାରଣ କଠୋର ନୀତି ଯୋଗୁଁ ଯେଉଁମାନେ ପଳାୟନ କରିବାକୁ ପସନ୍ଦ କରି ନାହାଁନ୍ତି ସେମାନଙ୍କୁ ଦୁର୍ଭାଗ୍ୟଜନକ ଭାବେ ଟାର୍ଗେଟ କରି ହତ୍ୟା କରାଯାଇଛି । ସରକାର ଆମକୁ ଶତ୍ରୁ ଭାବରେ ଦେଖୁଛନ୍ତି, ଯେଉଁଥିପାଇଁ ମୋତେ ଗୃହବନ୍ଦୀ ରଖାଯାଇଛି ।
ମେହବୁବା ଆଉ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆଜି ମୋର ଛୋଟିଗାମରେ ସୁନୀଲ କୁମାରଙ୍କ ପରିବାରକୁ ଭେଟିବାର ଥିଲା । କିନ୍ତୁ ଏହା ପ୍ରଶାସନ ଯୋଗୁ ବିଫଳ ହୋଇଛି ।
ଏହାପୂର୍ବରୁ ମେହବୁବା ମୁଫତି କଂଗ୍ରେସ ଓ ଆପକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ କେନ୍ଦ୍ରୀୟ ଏଜେନ୍ସିର ଦ୍ଵାରା ତଦନ୍ତର ସମ୍ମୁଖୀନ ହେଉଥିବା ଉଭୟ ଆପା ଓ କଂଗ୍ରେସ ଦୁହେଁ ବିରୋଧୀ ହୋଇ ବିରୋଧ କରିବା ଏହା ଏକ ଦୁଃଖର ବିଷୟ । କଂଗ୍ରେସ ନେତା ମାଣିକାମ ଟାଗୋର ଏହାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ତାଙ୍କ ଦଳ ପ୍ରକୃତ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ତେଣୁ ସେମାନେ ଦଣ୍ଡ ପାଇବା ଦରକାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।