BJP ଚାଷୀମାନଙ୍କୁ ଧୋକା ଦେଇଛି; ବଜେପି ସହ ମୋର ଖୋଲା ଲଢେଇ ହେବ: ମେଘାଳୟ ରାଜ୍ୟପାଳ

ବିଜେପି କୃଷକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି। ମୋର ବିଜେପି ସହ ଖୋଲା ଲଢେଇ କରିବି: ସତ୍ୟପାଲ ମଲ୍ଲିକ

ମେଘାଳୟ ରାଜ୍ୟପାଳ (ପ୍ରତୀକାତ୍ମକ ଛବି)

ମେଘାଳୟ ରାଜ୍ୟପାଳ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ମୁଁ କୃଷକଙ୍କ ସ୍ୱର ଉତ୍ତୋଳନ କରିବି। ବିଜେପି କୃଷକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି। ମୋର ବିଜେପି ସହ ଖୋଲା ଲଢେଇ କରିବି। ମୁଁ ବର୍ତ୍ତମାନ ୨୦୨୪ ରେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବି ନାହିଁ ବୋଲି କହିଛନ୍ତି ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ।

ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି, କିନ୍ତୁ ଅବସର ନେବା ପରେ ସେ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ କି ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି।

ଜାତୀୟ ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତ୍ତାଳାପରେ ସତ୍ୟପାଲ ସ୍ପଷ୍ଟ କରିଛନ୍ତି ଯେ ସେ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ ନାହିଁ। ସେ କହିଛନ୍ତି, " ମୁଁ ନିର୍ବାଚନ ରାଜନୀତି ମଧ୍ୟ କରିବି ନାହିଁ କିନ୍ତୁ ମୁଁ ଶମଲିରେ କୃଷକ ସମାବେଶକୁ ଯାଉଛି। ସେଠାରେ ଜୟନ୍ତ ଚୌଧୁରୀ ମଧ୍ୟ ଏହି ରାଲିରେ ଯୋଗ ଦେଉଛନ୍ତି। ଏହା ଏକ ରାଜନୈତିକ ସମାବେଶ ନୁହେଁ।"

ରାଜ୍ୟପାଳ କେଉଁ ଦଳକୁ ସମର୍ଥନ କରିବେ, ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରି ନାହାଁନ୍ତି। ଅବସର ପରେ କାଶ୍ମୀର ଉପରେ ଏକ ପୁସ୍ତକ ଲେଖିବେ ରାଜ୍ୟପାଳ।
Published by:Soumya Das
First published: