ନାବାଳିକାକୁ ରେପ୍ କରିଥିଲେ ମେଘାଳୟର ଏହି ପୂର୍ବ MLA; ତାଙ୍କୁ ମିଳିଲା ୨୫ ବର୍ଷ ଜେଲ୍ ଦଣ୍ଡ

Meghalaya former MLA gets 25 years in jail for raping a minor girl | ଏହି ପୂର୍ବ ବିଧାୟକଙ୍କ ବିରୁଦ୍ଧରେ ୨୦୧୭ରେ ଜଣେ ୧୪ ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । କିଛି ଦିନ ଫେରାର ରହିବା ପରେ ତାଙ୍କୁ ଗିରଫ କରାଯାଇଥିଲା, ମାତ୍ର ୨୦୨୦ରେ ତାଙ୍କୁ ଜାମିନ୍ ମିଳିଥିଲା ।

ପୂର୍ବ ବିଧାୟକ ଜୁଲିୟସ ଡୋରଫାଙ୍ଗ

ପୂର୍ବ ବିଧାୟକ ଜୁଲିୟସ ଡୋରଫାଙ୍ଗ

  • Share this:
News18 Odia Digital

ଶିଲଙ୍ଗ: ଜଣେ ବିଧାୟକ ହୋଇ ଜଣେ ନାବାଳିକାକୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କୁ ସଜା ମିଳିଛି । ମେଘାଳୟର ପୋକସୋ କୋର୍ଟ (POCSO court) ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ତଥା ପୂର୍ବତନ ହାଇନିଓଟ୍ରାପ ନ୍ୟାସନାଲ ଲିବରେସନ କାଉନସିଲର (HNLC) ପୂର୍ବ ଉଗ୍ରବାଦୀ ତଥା ପୂର୍ବ ବିଧାୟକ ଜୁଲିୟସ ଡୋରଫାଙ୍ଗଙ୍କୁ (Julius Dorphang) ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି।

ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା (POCSO) ପାଇଁ ଗଠିତ ଆଇନ ଅଧୀନରେ କାର୍ଯ୍ୟ କରୁଥିବା ରି-ଭୋଇ ଜିଲ୍ଲାର ସ୍ୱତନ୍ତ୍ର କୋର୍ଟର ଜଜ୍ ଏଫ୍. ସାଙ୍ଗମା ଏହି ମାମଲାରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଡୋରଫାଙ୍ଗଙ୍କ ଓକିଲ କିଶୋର ଗୌତମ କହିଛନ୍ତି ଯେ ଏହି ରାୟକୁ ମେଘାଳୟ ହାଇ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ।

ଏହା ବି ପଢ଼ନ୍ତୁ | Jio ପ୍ରାୟ ୧.୫ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଓଡ଼ିଶାରେ ନିଜ ୧ ନମ୍ବର ସ୍ଥାନ ଅଧିକ ସୁଦୃଢ କଲା

ଆଡଭୋକେଟ୍ ଗୌତମ କହିଛନ୍ତି, ‘‘ହଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ମୁଁ ମେଘାଳୟ ହାଇ କୋର୍ଟରେ ଏକ ଆବେଦନ କରିବି। ମୁଁ ଟ୍ରାଏଲ୍‌ କୋର୍ଟର ନିଷ୍ପତ୍ତିରେ ସହମତ ନୁହେଁ ।’’

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ

୨୦୦୭ରେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ହାଇନିଓଟ୍ରାପ ନ୍ୟାସନାଲ ଲିବରେସନ କାଉନସିଲର ପୂର୍ବ ଉଗ୍ରବାଦୀ ଜୁଲିୟସ୍‌ ଡୋରଫାଙ୍ଗ ଏହି ସଙ୍ଗଠନର ପ୍ରତିଷ୍ଠାତା ତଥା ସଭାପତି ଥିଲେ । ପରେ ସେ ୨୦୧୩ରେ ରି-ଭୋଇ ଜିଲ୍ଲାରେ ମାୱାଟି ବିଧାନ ସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ

ଜୁଲିୟସ୍‌ ଡୋରଫାଙ୍ଗଙ୍କ ବିରୁଦ୍ଧରେ ୨୦୧୭ ମସିହାରେ ଜଣେ ୧୪ ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ହେବା ପରେ ଡୋରଫାଙ୍ଗ ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଗୁଆହାଟି ଆଇ.ଏସ୍‌.ବି.ଟି.ରୁ ଗିରଫ କରାଯାଇଥିଲା । ଏହି ବିଧାୟକଙ୍କ ବିରୋଧରେ POCSO ଆଇନ ଓ ତସ୍କରୀ ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ।



ଗିରଫ ହେବା ପରେ ଜୁଲିୟସ୍‌ ଡୋରଫାଙ୍ଗଙ୍କୁ ନୋଙ୍ଗପୋହ ଜିଲ୍ଲା ଜେଲରେ ରଖାଯାଇଥିଲା, କିନ୍ତୁ ୨୦୨୦ ମସିହାରେ ମେଘାଳୟ (Meghalay) ହାଇ କୋର୍ଟର ଗୋଟିଏ ବେଞ୍ଚ ତାଙ୍କୁ ମେଡିକାଲ୍‌ ଆବଶ୍ୟକତା ଆଧାରରେ ଜାମିନ୍‌ ପ୍ରଦାନ କରିଥିଲା । ଚଳିତ ବର୍ଷ ଅଗଷ୍ଟ ୧୩ରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା । ସେହି ଦିନ ପୂର୍ବତନ ବିଧାୟକଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
Published by:Anand S.T. Das
First published: