ହୋଲିରେ ମୀରା ରାଜପୁତ ନିଜ ବେକରେ ସ୍ବାମୀ ଶାହିଦ କପୁରଙ୍କ ନାଆଁର ପ୍ରଥମ ଅକ୍ଷର ଲେଖିଲେ

ମୀରା ସୋସିଆଲ ମିଡ଼ିଆରେ ପତି ଶାହିଦ କପୁରଙ୍କ ପ୍ରତି ନିଜର ଭଲପାଇବାକୁ ଦେଖାଇଆସୁଛନ୍ତି । ସେ ଓ ଶାହିଦ ୨୦୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଦୁଇଟି ସନ୍ତାନ – ମିଶା କପୁର ଓ ଜୈନ କପୁର – ଅଛନ୍ତି ।

ମୀରା ରାଜପୁତ କପୁର

ମୀରା ରାଜପୁତ କପୁର

  • Share this:
News18 Odia Digital

ମୁମ୍ବାଇ: ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ କପୁର ଏଥର ହୋଲିରେ ପ୍ରେମର ରଙ୍ଗରେ ହଜିଯାଇ ନିଜ ବେକରେ ସ୍ବାମୀଙ୍କ ନାମରେ ଥିବା ଦୁଇଟି ଶବ୍ଦର ପ୍ରଥମ ଅକ୍ଷର ଲେଖିଛନ୍ତି । ନିଜ ଇନଷ୍ଟାଗ୍ରାମରେ ମୀରା ଏକ ଫଟୋଗ୍ରାଫ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ବେକରେ ଶାହିଦଙ୍କ ନାମର ପ୍ରଥମ ଦୁଇ ଅକ୍ଷର ନାଲି ରଙ୍ଗରେ ଲେଖା ହୋଇଥିବା ଦେଖାଯାଇଛି ।

ମୀରା ଏହି ଫଟୋର କ୍ୟାପସନ ଦେଇଛନ୍ତି, ‘‘ଟେକ୍ନିକେଲରରେ ଜୀବନକୁ ଭଲ ପାଅ’’ । ମୀରା ତାଙ୍କ ହୋଲି ଲୁକରେ ଏକ ବଡ଼ ସନଗ୍ଲାସ ପିନ୍ଧି ଦେଖାଦେଇଛନ୍ତି ।

ମୀରା ସୋସିଆଲ ମିଡ଼ିଆରେ ପତି ଶାହିଦ କପୁରଙ୍କ ପ୍ରତି ନିଜର ଭଲପାଇବାକୁ ଦେଖାଇଆସୁଛନ୍ତି । ଭାଲେଣ୍ଟାଇନ୍ସ ଡେ’ରେ ସେ ନିଜ ଘରକୁ ସୁନ୍ଦର ଫୁଲରେ ସଜାଇଥିଲେ, ଯେଉଁଥିରେ ଗୋଲାପରେ ହାର୍ଟ ତିଆରି କରାଯାଇଥିଲା ଓ ଏହି ଫଟୋ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରାଯାଇଥିଲା । ଏହି କଳା-ଧଳା ଫଟୋଗୁଡ଼ିକରେ ମୀରା ନିଜେ ଓ ନିଜ ସ୍ବାମୀଙ୍କ ସହ ଦେଖାଯାଇଥିଲେ ।

ଏହା ପ୍ରଥମ ଥର ପାଇଁ ନୁହେଁ ଯେ ମୀରା ଇନଷ୍ଟାଗ୍ରାମରେ ନିଜ ସ୍ବାମୀଙ୍କ ପାଇଁ ଭଲପାଇବା ଦେଖେଇ ହେଇଛନ୍ତି । ସେ ଓ ଶାହିଦ ୨୦୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଦୁଇଟି ସନ୍ତାନ – ମିଶା କପୁର ଓ ଜୈନ କପୁର – ଅଛନ୍ତି । ଏହି ଯୋଡ଼ିଙ୍କ କୋଳରେ ୨୦୧୬ରେ ତାଙ୍କର ପ୍ରଥମ ସନ୍ତାନ ମିଶା ଆସିଥିଲା । ୨୦୧୮ରେ ମିଶାଙ୍କର ଏକ ଭାଇ ଜୈନ ଆସିଥିଲା ।

ଶାହିଦ କପୁର ଓ ପତ୍ନୀ ମୀରା ରାଜପୁତ କପୁର


ଶାହିଦ କପୁରଙ୍କ ଏବେ ନିଜ ଆଗାମୀ ଫିଲ୍ମ ‘ଜର୍ସୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର କାହାଣୀ କ୍ରିକେଟ ଉପରେ ଆଧାରିତ । ସମାନ ନାମରେ ଆଗରୁ ଥିବା ଏକ ତେଲୁଗୁ କ୍ରୀଡା ନାଟକର ହିନ୍ଦୀ ରିମେକ ହେଉଛି ଏହି ଫିଲ୍ମ ।

ହିନ୍ଦୀରେ ‘ଜର୍ସୀ’ ଗୌତମ ଟିନ୍ନାରୀଙ୍କ ଦ୍ବାରା ନିର୍ଦ୍ଦେଷିତ ହୋଇଛି । ସେ ୨୦୧୯ରେ ମୂଳ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ, ଯେଉଁଥିରେ ନାନୀ ମୁଖ୍ୟ ଭୂମିକାରେ ଥିଲେ ।
Published by:Anand Shankar Thankur Das
First published: