News18 Odia Digital
ଥିରୁଅନନ୍ତପୁରମ୍: ଆୟୁର୍ବେଦ ଡାକ୍ତରୀ ପଢୁଥିବା ୨୪ ବର୍ଷୀୟା ବିସ୍ମୟାଙ୍କ ବିବାହ ବେଳେ ତାଙ୍କ ବାପା ତାଙ୍କ ସ୍ୱାମୀଙ୍କୁ ୧.୨ କୋଟି ଟଙ୍କା ମୂଲ୍ୟର ୧.୨ ଏକର ଜମି, ୩୧.୧୨ ଲକ୍ଷ ଟଙ୍କା ମୂଲ୍ୟର ୮୦୦ ଗ୍ରାମ୍ ସୁନା ଓ ୧୦ ଲକ୍ଷ ଟଙ୍କାର ଏକ ନୂଆ କାର୍ ଯୌତୁକ ଦେଇଥିଲେ । ଏ ସବୁ ଉପହାରର ମୋ’ଟ ମୂଲ୍ୟ ଥିଲା ୧ କୋଟି ୬୫ ଲକ୍ଷ ଟଙ୍କା । ହେଲେ ବିସ୍ମୟାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଆହୁରି ଯୌତୁକ ମାଗି ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଶେଷରେ ବାଥରୁମ୍ ଭିତରେ ବିସ୍ମୟା ଆତ୍ମହତ୍ୟା କରିଛନ୍ତି ବୋଲି କହିଲେ ସେମାନେ ।
ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ବିସ୍ମୟାଙ୍କ ବିବାହ ଗତ ବର୍ଷ ହୋଇଥିଲା । ଏବେ ରହସ୍ୟମୟ ମୃତ୍ୟୁ ସାରା କେରଳରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି । ଜୁନ୍ ୨୧ ତାରିଖ ଦିନ ବିସ୍ମୟାଙ୍କ ମୃତ ଦେହ ତାଙ୍କ ଶାଶୁଘରେ ବାଥରୁମ୍ ଭିତରୁ ମିଳିଥିଲା । ସହକାରୀ ମୋଟର ଯାନ ଇନ୍ସପେକ୍ଟର୍ ଚାକିରି କରିଥିବା ତାଙ୍କ ସ୍ୱାମୀ ଏସ୍. କିରଣ କୁମାର ଆହୁରି ଅଧିକ ଯୌତୁକ ଆଣିବା ପାଇଁ କହି ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ମୃତ୍ୟର ଦିନକ ଆଗରୁ ବିସ୍ମୟା ହ୍ୱାଟ୍ସଆପରେ ଅନେକ ମେସେଜ୍ ପଠାଇ ନିଜ ବାପା ଓ ମା’ଙ୍କୁ ତାଙ୍କ ସ୍ୱାମୀ ତାଙ୍କୁ ଦେଉଥିବା ନିର୍ଯ୍ୟାତନା ବିଷୟରେ ଜଣେଇଥିଲେ ।
ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେବିସ୍ମୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଦେଇଥିବା ଶାରୀରିକ ନିର୍ଯାତନା ଯୋଗୁଁ ତାଙ୍କ ଦେହରେ ସୃଷ୍ଟି ହୋଇଥିବା କ୍ଷତ ଚିହ୍ନର ଫଟୋ ବି ସେ ହ୍ୱାଟ୍ସଆପରେ ଶେୟାର୍ କରିଥିଲେ । ହ୍ୱାଟ୍ସଆପ୍ ଚାଟରେ ବିସ୍ମୟା କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ବାପା ଦେଇଥିବା କାରକୁ ପସନ୍ଦ କରୁ ନ ଥିଲେ ଓ ସେଇଥି ପାଇଁ ତାଙ୍କୁ ମାଡ଼ ମାରୁଥିଲେ । ବିସ୍ମୟା କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ବାଳ ଧରି ଟାଣି ଟାଣି ନେଇଥିଲେ ଓ ତାଙ୍କ ମୁହଁରେ ଗୋଇଠା ମାରିଥିଲେ । ବିସ୍ମୟା କହିଛନ୍ତି ଯେ କିରଣ କୁମାର ତାଙ୍କୁ କହୁଥିଲେ ତାଙ୍କ ଷ୍ଟାଟସ୍ ଅନୁସାରେ ସେ ଅଧିକ ଯୌତୁକ ପାଇବା ପାଇଁ ଯୋଗ୍ୟ ଥିଲେ ।

ଗତ ବର୍ଷ ବିବାହ ବେଳେ ବିସ୍ମୟା ଓ ତାଙ୍କ ସ୍ୱାମୀ ଏସ୍. କିରଣ କୁମାର
ଏହା ବି ପଢ଼ନ୍ତୁ | ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ‘‘ସେ (କିରଣ କୁମାର୍) ମୋ’ ସାମନାରେ ବି ମୋ୩ ଝିଅ ଉପରକୁ ହାତ ଉଠାଇଥିଲା । ତାକୁ ସେହି କାର୍ ପସନ୍ଦ ନ ଥିଲା ଓ ସେ ସେହି ୧୦ ଲକ୍ଷ ଟଙ୍କା ନଗଦ ଆକାରରେ ନେବାକୁ ଚାହୁଁଥିଲା । ତାହା କରିବା ମୋ’ ପକ୍ଷେ ସମ୍ଭବ ନ ଥିଲା । ସେ ମୋ’ ଝିଅ ଉପରେ ଅକଥନୀୟ ଅତ୍ଯାଚାର କରୁଥିଲା । ଗଲା ଜାନୁଆରୀ ମାସରେ ମଧ୍ଯରାତ୍ରିରେ ଆମ ଘରକୁ ଆସି ଆମ ସମସ୍ତଙ୍କ ସାମନାରେ ସେ ତାକୁ ପିଟିଥିଲା,’’ କହିଛନ୍ତି ବିସ୍ମୟାଙ୍କ ବାପା ତ୍ରିବିକ୍ରମଣ ନାୟାର୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା; ନିରାଶ ହେଲେ ତାଙ୍କ ସ୍ୱାମୀ MP ଅନୁଭବବିସ୍ମୟାଙ୍କ ପରିବାର କହିଛନ୍ତି ଯେ ବିସ୍ମୟା କେବେ ଆତ୍ମହତ୍ୟା କରି ପାରିବ ନାହିଣ । ତାକୁ କୁମାର ଓ ତାଙ୍କ ପରିବାର ହତ୍ୟା କରିଛି ବୋଲି ସେ ପୋଲିସ ନିକଟରେ ଅଭିଯଓଗ କରିଛନ୍ତି । ବିସ୍ମୟାଙ୍କ ମୃତ ଦେହ ମିଳିବାର ଦିନକ ପରେ କେରଳ ରାଜ୍ୟ ପରିବହନ ବିଭାଗ କୁମାରଙ୍କୁ ନିଲମ୍ବିତ କରିଥିଲା । ସେହି ଦିନ ରାତିରେ କୁମାରଙ୍କୁ ପୋଲିସ ହେପାଜତକୁ ନେଇଥିଲା ଓ ତା’ ପର ଦିନ ସକାଳେ ଯୌତୁକ ନିର୍ଯାତନା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ କୁମାରଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
କେରଳର ଡିଜିପି ଲୋକନାଥ ବେହେରା କହିଛନ୍ତି ଯେ ଏହି ଘଟଣା ସାରା ରାଜ୍ୟର ଲୋକଙ୍କ ହୃଦୟକୁ ଥରାଇ ଦେଇଛି । ବିସ୍ମୟାଙ୍କ ସ୍ୱାମୀ ଓ ତାଙ୍କ ପରିବାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।